ବେଙ୍ଗଲ ଏବଂ ଆନ୍ଧ୍ର ପ୍ରଦେଶରେ ରେଜଲ୍ଟ ପରେ ବି ୧୫ ଦିନ ଯାଏ ମୁତୟନ ରହିବେ କେନ୍ଦ୍ରୀୟ ଫୋର୍ସ, ECଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବେଙ୍ଗଲ ଏବଂ ଆନ୍ଧ୍ର ପ୍ରଦେଶରେ ଭୋଟ କାଉଣ୍ଟିଂ ପରେ ବି ୧୫ ଦିନ ଯାଏ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ । ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ନିଜର ପୁରୁଣା ଅନୁଭବ ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ ନିର୍ବାଚନ ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟକୁ ନିର୍ବାଚନ ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କହିଛନ୍ତି ଯେ ନିର୍ବାଚନ ପରେ ହିଂସାର ଆଶଂକାକୁ ଦେଖି ଏହି ରାଜ୍ୟରେ ତୀକ୍ଷ୍ନ ନଜର ରଖାଯିବ । ଏହାସହ ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ବାଚନ ପରେ ହିଂସା ଘଟଣାକୁ ନେଇ ସତର୍କ କରାଇଛନ୍ତି ।ଆୟୋଗ ସହ ଜଡ଼ିତ ସୂତ୍ର ଅନୁସାରେ ଏହାସହ ଉତ୍ତର ପ୍ରଦେଶ, ଓଡ଼ିଶା, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ନିର୍ବାଚନ ପରେ ହିଂସାର ଆଶଂକା ରହିଛି । ଆୟୋଗ ବିଭିନ୍ନ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ଏହି ରାଜ୍ୟରେ ମତଗଣନା ପରେ ଆଗାମୀ ଦୁଇ ଦିନ ଯାଏ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ମୁତୟନ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗ କହିଛନ୍ତି ଯେ ନିର୍ବାଚନୀ ହିଂସାକୁ ରୋକିବା ପାଇଁ ସେ ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ଅଟନ୍ତି ।ଏହି ସବୁ ରାଜ୍ୟର ସରକାରଙ୍କୁ ନିର୍ବାଚନ ପରେ ବିଶେଷ ରୂପେ ସତର୍କତା ଅବଲମ୍ୱନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗ କହିଛନ୍ତି ଯେ ଯଦି ଏପରି ଘଟଣା ହୁଏ ତେବେ ସେମାନେ ସିଧା ଦାୟୀ ରହିବେ । ଆୟୋଗ ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶରେ ମତଦାନ ପରେ ହି

ବେଙ୍ଗଲ ଏବଂ ଆନ୍ଧ୍ର ପ୍ରଦେଶରେ ରେଜଲ୍ଟ ପରେ ବି ୧୫ ଦିନ ଯାଏ ମୁତୟନ ରହିବେ କେନ୍ଦ୍ରୀୟ ଫୋର୍ସ, ECଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବେଙ୍ଗଲ ଏବଂ ଆନ୍ଧ୍ର ପ୍ରଦେଶରେ ଭୋଟ କାଉଣ୍ଟିଂ ପରେ ବି ୧୫ ଦିନ ଯାଏ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ । ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ନିଜର ପୁରୁଣା ଅନୁଭବ ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ ନିର୍ବାଚନ ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟକୁ ନିର୍ବାଚନ ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କହିଛନ୍ତି ଯେ ନିର୍ବାଚନ ପରେ ହିଂସାର ଆଶଂକାକୁ ଦେଖି ଏହି ରାଜ୍ୟରେ ତୀକ୍ଷ୍ନ ନଜର ରଖାଯିବ । ଏହାସହ ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ବାଚନ ପରେ ହିଂସା ଘଟଣାକୁ ନେଇ ସତର୍କ କରାଇଛନ୍ତି ।

ଆୟୋଗ ସହ ଜଡ଼ିତ ସୂତ୍ର ଅନୁସାରେ ଏହାସହ ଉତ୍ତର ପ୍ରଦେଶ, ଓଡ଼ିଶା, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ନିର୍ବାଚନ ପରେ ହିଂସାର ଆଶଂକା ରହିଛି । ଆୟୋଗ ବିଭିନ୍ନ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ଏହି ରାଜ୍ୟରେ ମତଗଣନା ପରେ ଆଗାମୀ ଦୁଇ ଦିନ ଯାଏ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ମୁତୟନ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗ କହିଛନ୍ତି ଯେ ନିର୍ବାଚନୀ ହିଂସାକୁ ରୋକିବା ପାଇଁ ସେ ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ଅଟନ୍ତି ।

ଏହି ସବୁ ରାଜ୍ୟର ସରକାରଙ୍କୁ ନିର୍ବାଚନ ପରେ ବିଶେଷ ରୂପେ ସତର୍କତା ଅବଲମ୍ୱନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗ କହିଛନ୍ତି ଯେ ଯଦି ଏପରି ଘଟଣା ହୁଏ ତେବେ ସେମାନେ ସିଧା ଦାୟୀ ରହିବେ । ଆୟୋଗ ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶରେ ମତଦାନ ପରେ ହିଂସା ଉପରେ କଠୋର ଅଭିମୁଖ୍ୟ ଦେଖାଇଥିଲେ । ଏହାସହ ହିଂସା ଘଟୁଥିବା ଜିଲ୍ଲାରେ ଅନେକ ପୋଲିସ ଅଧିକାରୀଙ୍କୁ ନିଲମ୍ୱିତ କରିଥିଲା । ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିକୁ ମଧ୍ୟ ନୋଟିସ୍ ଜାରି କରି ଜବାବ ମାଗିଥିଲେ ।