ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ

ପୁରୁଷୋତ୍ତମପୁର,୫।୭(ସିମାଞ୍ଚଳ ମିଶ୍ର) ସର୍ବଭାରତୀୟ ସ୍ତରରେ ୟୁପିଏସ୍‌ସି ଦ୍ବାରା ପରିଚାଳିତ ସିଡିଏସ୍‌(ଇଣ୍ଡିଆନ ମିଲିଟାରୀ ପରୀକ୍ଷା)ରେ ଗଞ୍ଜାମ ଜିଲା ପୁଷୋତ୍ତମପୁର ଏନ୍‌ଏସି ୱାର୍ଡନଂ ୯ ରଥ ସାହିର ସ୍ବନ୍ଦନଦାଶ ୪୨ ନଂ ର଼୍ୟାଙ୍କରେ ପାସ୍‌ କରିଛନ୍ତି। ସେ ସମଗ୍ର ଓଡ଼ିଶା ସମେତ ଗଞ୍ଜାମ ଜିଲା ଓ ପୁରୁଷୋତ୍ତମପୁର ଲାଗି ଗୌରବ ଆଣିଛନ୍ତିା ସେ ପ୍ରତିରକ୍ଷା ବିଭାଗରେ ଲେଫ୍ଟନାଣ୍ଟ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିବା ବେଳେ ଆସନ୍ତା ୭ ତାରିଖରେ ଦେହରାଡୁନ ଠାରେ ଥିବା ଆଇଏମ୍‌ଏ ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ […] The post ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ appeared first on Dharitri Odia News.

ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ

ପୁରୁଷୋତ୍ତମପୁର,୫।୭(ସିମାଞ୍ଚଳ ମିଶ୍ର) ସର୍ବଭାରତୀୟ ସ୍ତରରେ ୟୁପିଏସ୍‌ସି ଦ୍ବାରା ପରିଚାଳିତ ସିଡିଏସ୍‌(ଇଣ୍ଡିଆନ ମିଲିଟାରୀ ପରୀକ୍ଷା)ରେ ଗଞ୍ଜାମ ଜିଲା ପୁଷୋତ୍ତମପୁର ଏନ୍‌ଏସି ୱାର୍ଡନଂ ୯ ରଥ ସାହିର ସ୍ବନ୍ଦନଦାଶ ୪୨ ନଂ ର଼୍ୟାଙ୍କରେ ପାସ୍‌ କରିଛନ୍ତି। ସେ ସମଗ୍ର ଓଡ଼ିଶା ସମେତ ଗଞ୍ଜାମ ଜିଲା ଓ ପୁରୁଷୋତ୍ତମପୁର ଲାଗି ଗୌରବ ଆଣିଛନ୍ତିା ସେ ପ୍ରତିରକ୍ଷା ବିଭାଗରେ ଲେଫ୍ଟନାଣ୍ଟ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିବା ବେଳେ ଆସନ୍ତା ୭ ତାରିଖରେ ଦେହରାଡୁନ ଠାରେ ଥିବା ଆଇଏମ୍‌ଏ ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ ନେବାଲାଗି ଯୋଗଦେବେ। ଭୂବନେଶ୍ବର ଆଇଆଇଟିରୁ ଇଲେକ୍ଟିକାଲ ଓ ଇଲୋକ୍ଟ୍ରୋନିକ୍ସରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ ପରେ ସେ ଦେଶସେବା କରିବାର ଲକ୍ଷରଖି ୨୦୨୨ରୁ ସଂଘର୍ସ ଜାରି ରଖିଥିଲେ। ବର୍ତ୍ତମାନ ସେ ଏହି ସଫଳତା ପାଇଛନ୍ତି। ସେ ପୂର୍ବତନ ତହସିଲଦାର ସ୍ବର୍ଗତ ବିପ୍ରଚରଣ ଦାଶଙ୍କ ନାତି ଓ ବାୟୁସେନାର ଅବସରପ୍ରାପ୍ତ ୱାରେଣ୍ଟ ଅଫିସର ଲଳିତେନ୍ଦୁ ଦାଶଙ୍କ ପୁଅ । ସେ ଏହି ସଫଳତାର ଶ୍ରେୟ ତାଙ୍କ ବାପା, ମା’ ଓ ପରିବାର ଗୁରୁଜନମାନଙ୍କୁ ଦେଇଛନ୍ତି। ଏ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଉଛି।

The post ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ appeared first on Dharitri Odia News.