ଆଉ ୧୭ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଏବେ ବି ସସ୍‌ପେନ୍ସରେ ଆମେଠି-ରାଏବରେଲି

ନୂଆଦିଲ୍ଲୀ,୨ା୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ମଙ୍ଗଳବାର ୧୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସେଥିରେ ଓଡ଼ିଶାରୁ ୮ ଜଣ ଥିବାବେଳେ ଆନ୍ଧ୍ରରୁ ୫, ବିହାରରୁ ୩ ଏବଂ ପଶ୍ଚିମବଙ୍ଗରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶ ପିସିସି ମୁଖ୍ୟ ଓ୍ବାଇ.ଏସ୍‌. ଶର୍ମିଲା କଡ଼ପାରୁ ପ୍ରାର୍ଥୀ ହୋଇଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌.ଏମ୍‌. ପାଲାଜ ରାଜୁଙ୍କୁ ଆନ୍ଧ୍ରର କାକିନାଡ଼ାରୁ ପ୍ରାର୍ଥୀ କରାଯାଇଛି। ପଶ୍ଚିମବଙ୍ଗଗର ଦାର୍ଜିଲିଂରୁ ମୁନିଶ ଟମାଙ୍ଗଙ୍କୁ ପ୍ରାର୍ଥୀ କରାଯାଇଛି। ଓଡ଼ିଶାର […] The post ଆଉ ୧୭ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଏବେ ବି ସସ୍‌ପେନ୍ସରେ ଆମେଠି-ରାଏବରେଲି appeared first on Dharitri Odia News.

ଆଉ ୧୭ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଏବେ ବି ସସ୍‌ପେନ୍ସରେ ଆମେଠି-ରାଏବରେଲି

ନୂଆଦିଲ୍ଲୀ,୨ା୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ମଙ୍ଗଳବାର ୧୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସେଥିରେ ଓଡ଼ିଶାରୁ ୮ ଜଣ ଥିବାବେଳେ ଆନ୍ଧ୍ରରୁ ୫, ବିହାରରୁ ୩ ଏବଂ ପଶ୍ଚିମବଙ୍ଗରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶ ପିସିସି ମୁଖ୍ୟ ଓ୍ବାଇ.ଏସ୍‌. ଶର୍ମିଲା କଡ଼ପାରୁ ପ୍ରାର୍ଥୀ ହୋଇଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌.ଏମ୍‌. ପାଲାଜ ରାଜୁଙ୍କୁ ଆନ୍ଧ୍ରର କାକିନାଡ଼ାରୁ ପ୍ରାର୍ଥୀ କରାଯାଇଛି। ପଶ୍ଚିମବଙ୍ଗଗର ଦାର୍ଜିଲିଂରୁ ମୁନିଶ ଟମାଙ୍ଗଙ୍କୁ ପ୍ରାର୍ଥୀ କରାଯାଇଛି। ଓଡ଼ିଶାର କୋରାପୁଟ ଆସନରେ ସପ୍ତଗିରି ଉଲାକାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାବେଳେ ସଞ୍ଜୟ ଭୋଇଙ୍କୁ ବରଗଡ଼ରୁ ଜନାର୍ଦ୍ଦନ ଦେହୁରିଙ୍କୁ ସୁନ୍ଦରଗଡ଼ରୁ, ମନୋଜ ମିଶ୍ରଙ୍କୁ ବଲାଙ୍ଗୀରରୁ, ଦ୍ରୌପଦୀ ମାଞ୍ଝିଙ୍କୁ କଳାହାଣ୍ଡିରୁ, ଭୁଜବଳ ମାଝିଙ୍କୁ ନବରଙ୍ଗପୁରରୁ ଅମିରଚାନ୍ଦ ନାୟକଙ୍କୁ କନ୍ଧମାଳରୁ, ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ବ୍ରହ୍ମପୁରରୁ ପ୍ରାର୍ଥୀ କରାଯାଇଛି। ଏହାକୁ ମିଶାଇ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ମୋଟ ୨୨୮ ପ୍ରାର୍ଥୀଙ୍କ ନାଁ ଘୋଷଣା କଲାଣି। ତେବେ ଉତ୍ତରପ୍ରଦେଶର ଆମେଠି ଏବଂ ରାଏବରେଲି ଆସନରୁ ନେଇ ସସ୍‌ପେନ୍ସ ଜାରି ରହିଛି।

The post ଆଉ ୧୭ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଏବେ ବି ସସ୍‌ପେନ୍ସରେ ଆମେଠି-ରାଏବରେଲି appeared first on Dharitri Odia News.