୪୦୦ କୋଟି ଟଙ୍କାର ଅନ୍‌ଲାଇନ ବେଟିଂ ଆପ୍‌ ଜାଲିଆତି: ୪ ଜଣଙ୍କୁ ଧରିଲା ଇଡି

ନୂଆଦିଲ୍ଲୀ,୧୬ା୮: ୪୦୦ କୋଟି ଟଙ୍କାର ଅନ୍‌ଲାଇନ ବେଟିଂ ଆଣ୍ଡ ଗେମିଂ ଆପ୍‌ ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୪ ଜଣଙ୍କୁ ଗିରଫ କରିଛି। ଏହି ଦୁର୍ନୀତିରେ ଚାଇନା ଲୋକଙ୍କ ସମ୍ପୃକ୍ତି ଥିବା ଇଡି କହିଛି। ‘ଫିଓ୍ବିନ୍‌’ ନାମକ ଏହି ଆପ୍‌ ଜାଲିଆତି ମାମଲାରେ ଇଡି ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ)ରେ ଅରୁଣ ସାହୁ, ଆଲୋକ ସାହୁ, ଚେତନ ପ୍ରକାଶ ଏବଂ ଜୋସେଫ୍‌ ଷ୍ଟାଲିନଙ୍କୁ ଗିରଫ କରିଛି। ଆପ୍‌ ଜରିଆରେ ଲୋକଙ୍କୁ ଠକାଯାଉଥିବା ନେଇ କୋଲକାତାର କୋସିପୋର […] The post ୪୦୦ କୋଟି ଟଙ୍କାର ଅନ୍‌ଲାଇନ ବେଟିଂ ଆପ୍‌ ଜାଲିଆତି: ୪ ଜଣଙ୍କୁ ଧରିଲା ଇଡି appeared first on Dharitri Odia News.

୪୦୦ କୋଟି ଟଙ୍କାର ଅନ୍‌ଲାଇନ ବେଟିଂ ଆପ୍‌ ଜାଲିଆତି: ୪ ଜଣଙ୍କୁ ଧରିଲା ଇଡି

ନୂଆଦିଲ୍ଲୀ,୧୬ା୮: ୪୦୦ କୋଟି ଟଙ୍କାର ଅନ୍‌ଲାଇନ ବେଟିଂ ଆଣ୍ଡ ଗେମିଂ ଆପ୍‌ ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୪ ଜଣଙ୍କୁ ଗିରଫ କରିଛି। ଏହି ଦୁର୍ନୀତିରେ ଚାଇନା ଲୋକଙ୍କ ସମ୍ପୃକ୍ତି ଥିବା ଇଡି କହିଛି।

‘ଫିଓ୍ବିନ୍‌’ ନାମକ ଏହି ଆପ୍‌ ଜାଲିଆତି ମାମଲାରେ ଇଡି ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ)ରେ ଅରୁଣ ସାହୁ, ଆଲୋକ ସାହୁ, ଚେତନ ପ୍ରକାଶ ଏବଂ ଜୋସେଫ୍‌ ଷ୍ଟାଲିନଙ୍କୁ ଗିରଫ କରିଛି। ଆପ୍‌ ଜରିଆରେ ଲୋକଙ୍କୁ ଠକାଯାଉଥିବା ନେଇ କୋଲକାତାର କୋସିପୋର ଥାନାରେ ଦାଏର ଏତଲାକୁ ଆଧାର କରି ଇଡି ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ ଚଳାଇଥିଲା।

ଫିଓ୍ବିନ୍‌ ଆପ୍‌ ଜାଲିଆତିରୁ ଉପାର୍ଜିତ ୪୦୦ କୋଟି ଟଙ୍କାକୁ ଚାଇନା ନାଗରିକଙ୍କ ନଁାରେ ୮ଟି ଗ୍ଲୋବାଲ କ୍ରିପ୍ଟୋ ଏକ୍ସଚେଞ୍ଜ ଓ୍ବାଲେଟ୍‌ରେ ଜମା କରାଯାଇଥିଲା। ଚାଇନା ନାଗରିକମାନେ ଡିଜିଟାଲ ଯୋଗାଯୋଗ ମାଧ୍ୟମରେ ୪ ଅଭିଯୁକ୍ତଙ୍କୁ ଆପ୍‌ ଜାଲିଆତି ସମ୍ପର୍କରେ ପରାମର୍ଶ ଦେଉଥିଲେ ବୋଲି ଇଡି କହିଛି। ସେମାନଙ୍କୁ କୋଲକାତାର ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ ଅଦାଲତ ୧୪ ଦିନ ପାଇଁ ଇଡି ହାଜତକୁ ପଠାଇ ଦେଇଛନ୍ତି।

The post ୪୦୦ କୋଟି ଟଙ୍କାର ଅନ୍‌ଲାଇନ ବେଟିଂ ଆପ୍‌ ଜାଲିଆତି: ୪ ଜଣଙ୍କୁ ଧରିଲା ଇଡି appeared first on Dharitri Odia News.