୨୦୨୦ କୋଭିଡ୍‌ରେ ଅଧିକ ୧୧.୯ ଲକ୍ଷ ମୃତ୍ୟୁ

ନୂଆଦିଲ୍ଲୀ,୨୧।୭(ପି.ଟି.): ୨୦୨୦ର କୋଭିଡ୍‌ ମହାମାରୀରେ ଭାରତରେ ଅଧିକ ୧୧.୯ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା, ଯାହାକି ୨୦୧୯ ତୁଳନାରେ ୧୭ ପ୍ରତିଶତ ଅଧିକ ବୋଲି ଏକ ଅନ୍ତର୍ଜାତୀୟ ଅଧ୍ୟୟନରୁ ଜଣାପଡ଼ିଛି। ସରକାରୀ ଭାବେ ଯେଉଁ ମୃତ୍ୟୁସଂଖ୍ୟା ଦର୍ଶାଯାଇଥିଲା, ଏହା ତା’ର ୮ ଗୁଣା ହୋଇଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଆକଳନର ୧.୫ ଗୁଣା ବୋଲି ଗବେଷକମାନେ କହିଛନ୍ତି। ତେବେ କେନ୍ଦ୍ର ସରକାର ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି। ସାଇନ୍ସ ଆଡ୍‌ଭାନ୍ସେସ୍‌ରେ ପ୍ରକାଶିତ ଏହି ଅଧ୍ୟୟନ ଅସ୍ଥିର […] The post ୨୦୨୦ କୋଭିଡ୍‌ରେ ଅଧିକ ୧୧.୯ ଲକ୍ଷ ମୃତ୍ୟୁ appeared first on Dharitri Odia News.

୨୦୨୦ କୋଭିଡ୍‌ରେ ଅଧିକ ୧୧.୯ ଲକ୍ଷ ମୃତ୍ୟୁ

ନୂଆଦିଲ୍ଲୀ,୨୧।୭(ପି.ଟି.): ୨୦୨୦ର କୋଭିଡ୍‌ ମହାମାରୀରେ ଭାରତରେ ଅଧିକ ୧୧.୯ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା, ଯାହାକି ୨୦୧୯ ତୁଳନାରେ ୧୭ ପ୍ରତିଶତ ଅଧିକ ବୋଲି ଏକ ଅନ୍ତର୍ଜାତୀୟ ଅଧ୍ୟୟନରୁ ଜଣାପଡ଼ିଛି। ସରକାରୀ ଭାବେ ଯେଉଁ ମୃତ୍ୟୁସଂଖ୍ୟା ଦର୍ଶାଯାଇଥିଲା, ଏହା ତା’ର ୮ ଗୁଣା ହୋଇଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଆକଳନର ୧.୫ ଗୁଣା ବୋଲି ଗବେଷକମାନେ କହିଛନ୍ତି। ତେବେ କେନ୍ଦ୍ର ସରକାର ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି। ସାଇନ୍ସ ଆଡ୍‌ଭାନ୍ସେସ୍‌ରେ ପ୍ରକାଶିତ ଏହି ଅଧ୍ୟୟନ ଅସ୍ଥିର ଏବଂ ଅସ୍ବୀକାର୍ଯ୍ୟ ଆକଳନ ଉପରେ ଆଧାରିତ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
ଅକ୍ସଫୋର୍ଡ ୟୁନିଭର୍ସିଟି ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କୁ ନେଇ ଗଠିତ ଟିମ୍‌ ୭.୬୫ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କ ତଥ୍ୟକୁ ବ୍ୟବହାର କରି ଜାଣିବାକୁ ପାଇଛନ୍ତି ଯେ, ଭାରତରେ ୨୦୧୯ ଏବଂ ୨୦୨୦ ମଧ୍ୟରେ ସମ୍ଭାବ୍ୟ ଆୟୁରେ ପରିବର୍ତ୍ତନ ହୋଇଥିଲା। ମହାମାରୀଜନିତ ସାରା ବିଶ୍ୱର ଅତିରିକ୍ତ ମୃତ୍ୟୁସଂଖ୍ୟାର ଏକ-ତୃତୀୟାଂଶ ଭାରତରେ ହୋଇଥିବା ଆକଳନ କରାଯାଇଛି। ଏଥିପାଇଁ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ (ଏନ୍‌ଏଫ୍‌ଏଚ୍‌ଏସ୍‌-୫)ର ତଥ୍ୟ ନିଆଯାଇଥିଲା। ଅଧ୍ୟୟନ ଅନୁଯାୟୀ ଦେଶରେ ମହିଳାମାନଙ୍କ ଆୟୁଷ ୩.୧ ବର୍ଷ କମିଥିବାବେଳେ ପୁରୁଷଙ୍କ ଆୟୁ ୨.୧ ବର୍ଷ କମିଥିଲା। ପରିବାରଗୁଡ଼ିକରେ ସ୍ବାସ୍ଥ୍ୟସେବା ଏବଂ ସମ୍ବଳ ବଣ୍ଟନରେ ଲିଙ୍ଗଗତ ଅସମାନତା ଏହାର ସମ୍ଭାବ୍ୟ କାରଣ ହୋଇପାରେ ବୋଲି ଗବେଷକମାନେ କହିଛନ୍ତି। ତେବେ ଉଚ୍ଚ ଆୟକାରୀ ଦେଶଗୁଡ଼ିକରେ ଭିନ୍ନ ଧାରା ଦେଖିବାକୁ ମିଳିଛି। ସେଠାରେ ମହାମାରୀ ସମୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁସଂଖ୍ୟା ଅଧିକ ଥିଲା। ଉଚ୍ଚ ଜାତିର ହିନ୍ଦୁ ସମ୍ପ୍ରଦାୟଗୁଡ଼ିକର ଆୟୁଷ ୧.୩ ବର୍ଷ କମିଥିବାବେଳେ ମୁସଲମାନ ଏବଂ ଅନୁସୂଚିତ ଜନଜାତିଙ୍କ ଆୟୁଷ ଯଥାକ୍ରମେ ୫.୪ ବର୍ଷ ଏବଂ ୪.୧ ବର୍ଷ କମିଛି। ଏହି ଧର୍ମୀୟ ସମ୍ପ୍ରଦାୟ ଏବଂ ଜନଜାତି ଆୟୁଷଗତ ଅସମାନତାର ସମ୍ମୁଖୀନ ହୋଇଆସିଥିବାବେଳେ ମହାମାରୀ ସମୟରେ ଏହା ଆହୁରି ବଢ଼ିଯାଇଥିଲା ବୋଲି ଗବେଷକ ଆଶିଷ ଗୁପ୍ତା କହିଛନ୍ତି।

ଅଧ୍ୟୟନରେ ଆହୁରି କୁହାଯାଇଛି, ଭାରତରେ କୋଭିଡ୍‌ ବେଳେ ସବୁ ବୟସବର୍ଗରେ ମୃତ୍ୟୁସଂଖ୍ୟା ବଢ଼ିଥିଲା। କମ୍‌ ବୟସ୍କ ଏବଂ ବୟସାଧିକ୍ୟଙ୍କ ମୃତ୍ୟୁସଂଖ୍ୟା ସବୁଠୁ ଅଧିକ ଥିଲା। ଅନ୍ୟପକ୍ଷରେ ଉଚ୍ଚ ଆୟକାରୀ ଦେଶରେ ୬୦ ବା ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ମୃତ୍ୟୁସଂଖ୍ୟା ବଢ଼ିଥିଲା। ଭାରତର ଅନେକ ଅଞ୍ଚଳ କୋଭିଡ୍‌ ସଂକ୍ରମଣରୁ ଅଧିକ ଅସୁରକ୍ଷିତ ଥିବାରୁ କମ୍‌ ବୟସ୍କଙ୍କ ମୃତ୍ୟୁସଂଖ୍ୟା ବଢ଼ିବା ଏହାର କାରଣ ହୋଇପାରେ ବୋଲି କୁହାଯାଇଛି।

The post ୨୦୨୦ କୋଭିଡ୍‌ରେ ଅଧିକ ୧୧.୯ ଲକ୍ଷ ମୃତ୍ୟୁ appeared first on Dharitri Odia News.