ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି ରହିଛି। ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ସୋମବାର ନାମାଙ୍କନ ଦାଖଲ କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା ମଙ୍ଗଳବାର ନାମାଙ୍କନ ଦାଖଲ କରିବା ଲାଗି ରିଟର୍ନିଂ ଅଫିସରଙ୍କ ନିକଟରେ ପହଞ୍ଚିଛନ୍ତି। ମାତ୍ର ଶାସକ ବିଜୁ ଜନତା ଦଳ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଟିକେଟ […] The post ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ appeared first on Dharitri Odia News.

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି ରହିଛି।

ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ସୋମବାର ନାମାଙ୍କନ ଦାଖଲ କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା ମଙ୍ଗଳବାର ନାମାଙ୍କନ ଦାଖଲ କରିବା ଲାଗି ରିଟର୍ନିଂ ଅଫିସରଙ୍କ ନିକଟରେ ପହଞ୍ଚିଛନ୍ତି। ମାତ୍ର ଶାସକ ବିଜୁ ଜନତା ଦଳ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଟିକେଟ ଦେଇ ନ ଥିବା ଜଣାପଡ଼ିିଛି।

ଗଞ୍ଜାମ ଜିଲାର ସମସ୍ତ ପ୍ରାର୍ଥୀଙ୍କୁ ନାମାଙ୍କନ ଲାଗି ଦଳ ଟିକେଟ ଦେଇସାରିଥିବା ବେଳେ ସୂର୍ଯ୍ୟମଣିଙ୍କୁ ଏଯାବତ ଟିକେଟ ଦେଇନାହିଁ। ଏଠାରେ ଦଳୀୟ ଗୋଷ୍ଠୀକନ୍ଦଳ ଲାଗି ରହିଥିବାରୁ ବିଜେଡି ଚିନ୍ତାରେ ପଡିଯାଇଛି। ସୂର୍ଯ୍ୟମଣିଙ୍କୁ ଦଳ ଟିକେଟ ଦେବ ନା ଲବିରେ ରହିଥିବା ଅନ୍ୟ ନେତାଙ୍କୁ ଟିକେଟ ମିଳିବ ସେ ନେଇ ସସ୍‌ପେନ୍ସ ଲାଗି ରହିଛି।

ଦଳର ଏଭଳି ସ୍ଥିତିରେ ଟିକେଟ ବିଳମ୍ବ ଯେତିକି ହେଉଛି କର୍ମୀଙ୍କ ମହଲରେ ସେତିକି ଅସନ୍ତୋଷ ବଢି ଚାଲିଛି। ଏପରି କି ଟିକେଟ ବିଳମ୍ବ ଯୋଗୁ କର୍ମୀମାନେ ହତୋତ୍ସାହିତ ହୋଇ ଦଳ ଛାଡ଼ିବାରେ ଲାଗିଛନ୍ତି। ଶେଷ ସମୟରେ ଟିକେଟ ଦେଲେ ପ୍ରାର୍ଥୀ କ’ଣ କରିବେ, ଭୋଟରଙ୍କ ସହ କିପରି ଭେଟି ବିଜୟୀ ହେବେ ସେ ନେଇ ନେତା ଏବଂ କର୍ମୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଜେଡିର ଏହି ସ୍ଥିତିକୁ ନେଇ ଭାଜପା ଫାଇଦା ଉଠାଇ ଜନସମ୍ପର୍କ ମାଧ୍ୟମରେ ସଙ୍ଗଠନକୁ ସୁଦୃଢ଼ କରିବାରେ ଲାଗିଛି। ଟିକେଟ ବିଳମ୍ବ ଦଳ ଲାଗି ନିଶ୍ଚୟ କାଳ ହେବ ବୋଲି ନାମଗୋପନ ରଖି କେତେଜଣ ଦଳୀୟ ବରିଷ୍ଠ ନେତା ପ୍ରକାଶ କରିଛନ୍ତି।

ବଢୁଛି ଅସନ୍ତୋଷ

The post ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ appeared first on Dharitri Odia News.