କେତେ ସ୍ଥାନୀୟ ଲୋକଙ୍କୁ ଦେଇଛ ନିଯୁକ୍ତି ? ବହୁଦେଶୀୟ କମ୍ପାନୀକୁ ପ୍ରଶ୍ନ କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୧।୨: ବହୁଦେଶୀୟ କମ୍ପାନୀ ଗୁଡିକ କେତେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ତାହାକୁ ନୋଟିସ ବୋର୍ଡରେ ଦର୍ଶାଇବାକୁ କହିଛନ୍ତି ରାଜ୍ୟ ସରକାର। ସମସ୍ତ କ୍ଷେତ୍ରର କମ୍ପାନୀ ଗୁଡିକ ଏକ ନୋଟିସ ବୋର୍ଡ଼ରେ ଏହାକୁ ଦର୍ଶାଇବାକୁ ପଡିବ ବୋଲି କୁହାଯାଇଛି। ତେବେ ବର୍ତମାନ ପାଇଁ ଆଇଟି କ୍ଷେତ୍ରରେ ଥିବା କମ୍ପାନୀ ଗୁଡିକୁ ଏହା କୁହାଯାଇନାହିଁ। ଏ ବିଷୟରେ କମ୍ପାନୀ ସାହିତ୍ୟ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି କର୍ଣ୍ଣାଟକର ସଂସ୍କୃତି ମନ୍ତ୍ରୀ ଶିବରାଜ ଟାଙ୍ଗାଡାଗୀ। ବୁଧବାର ବିଧାନସଭାରେ […] The post କେତେ ସ୍ଥାନୀୟ ଲୋକଙ୍କୁ ଦେଇଛ ନିଯୁକ୍ତି ? ବହୁଦେଶୀୟ କମ୍ପାନୀକୁ ପ୍ରଶ୍ନ କଲେ ରାଜ୍ୟ ସରକାର appeared first on Dharitri Odia News.

କେତେ ସ୍ଥାନୀୟ ଲୋକଙ୍କୁ ଦେଇଛ ନିଯୁକ୍ତି ? ବହୁଦେଶୀୟ କମ୍ପାନୀକୁ ପ୍ରଶ୍ନ କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୧।୨: ବହୁଦେଶୀୟ କମ୍ପାନୀ ଗୁଡିକ କେତେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ତାହାକୁ ନୋଟିସ ବୋର୍ଡରେ ଦର୍ଶାଇବାକୁ କହିଛନ୍ତି ରାଜ୍ୟ ସରକାର। ସମସ୍ତ କ୍ଷେତ୍ରର କମ୍ପାନୀ ଗୁଡିକ ଏକ ନୋଟିସ ବୋର୍ଡ଼ରେ ଏହାକୁ ଦର୍ଶାଇବାକୁ ପଡିବ ବୋଲି କୁହାଯାଇଛି। ତେବେ ବର୍ତମାନ ପାଇଁ ଆଇଟି କ୍ଷେତ୍ରରେ ଥିବା କମ୍ପାନୀ ଗୁଡିକୁ ଏହା କୁହାଯାଇନାହିଁ। ଏ ବିଷୟରେ କମ୍ପାନୀ ସାହିତ୍ୟ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି କର୍ଣ୍ଣାଟକର ସଂସ୍କୃତି ମନ୍ତ୍ରୀ ଶିବରାଜ ଟାଙ୍ଗାଡାଗୀ।

ବୁଧବାର ବିଧାନସଭାରେ କନ୍ନଡ ଭାଷା ବିକାଶ(ବିଲ୍) ଆଲୋଚନା ସମୟରେ ସେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ୬୦ ପ୍ରତିଶତ ବିଜ୍ଞାପନ ବୋର୍ଡ କନ୍ନଡ ଭାଷାରେ ରହିବ ଏବଂ ରାଜ୍ୟବ୍ୟାପୀ କନ୍ନଡ ଭାଷାର ପ୍ରସାର ପ୍ରଚାର କରାଯିବ।

ସେ କହିଛନ୍ତି, “ଶିଳ୍ପଗୁଡିକ ସେମାନେ ନିୟୋଜିତ ସ୍ଥାନୀୟ କର୍ମଚାରୀଙ୍କ ସଂଖ୍ୟା ନୋଟିସ ବୋର୍ଡରେ ଲଗାଉଛନ୍ତି କି ନାହିଁ ନିଶ୍ଚିତ କରିବାକୁ ଏକ ଆଲୋଚନା ହୋଇଛି। ଆମେ ଏଥିପାଇଁ ନିୟମ ପ୍ରସ୍ତୁତ କରିବୁ। ଏକ କମିଟି ଗଠନ କରାଯାଇଛି ଏବଂ ମୁଁ ଏହାର ଚେୟାରମ୍ୟାନ୍, ଆମର ଅନେକ ବିଭାଗର ସଚିବ ଅଛନ୍ତି। ଏବଂ ସେମାନେ ପରାମର୍ଶ ଦେଇଛନ୍ତି। ଆମେ ଶିଳ୍ପ ଏବଂ ବହୁଦେଶୀୟ କମ୍ପାନୀ ପାଇଁ ନିୟମ ବିଷୟରେ ଆଲୋଚନା କରିବୁ ଏବଂ ଏହି ନିୟମ ଗଠନ କରିବୁ। ”

ଏହା କରିବାରେ ଯଦି କୌଣସି କମ୍ପାନୀ ବିଫଳ ହୁଅନ୍ତି, ତେବେ ତାଙ୍କର ଲାଇସେନ୍ସ ବାତିଲ କରାଯାଇପାରେ ବୋଲି ସେ କହିଛନ୍ତି।

The post କେତେ ସ୍ଥାନୀୟ ଲୋକଙ୍କୁ ଦେଇଛ ନିଯୁକ୍ତି ? ବହୁଦେଶୀୟ କମ୍ପାନୀକୁ ପ୍ରଶ୍ନ କଲେ ରାଜ୍ୟ ସରକାର appeared first on Dharitri Odia News.