‘ମାଲିକ’ରେ ରାଜକୁମାର-ମାନୁଷୀ ରୋମାନ୍ସ

ମୁମ୍ବାଇ: ଅଭିନେତା ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ‘ମାଲିକ’ ଆସନ୍ତା ଜୁଲାଇ ୧୧ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ରାଜକୁମାର ଗ୍ୟାଙ୍ଗଷ୍ଟର ଭୂମିକାରେ ନଜରକୁ ଆସିବେ। ମଙ୍ଗଳବାର ‘ମାଲିକ’ ଫିଲ୍ମର ଏକ ଗୀତ ‘ନାମୁମ୍‌କିନ’କୁ ରିଲିଜ୍‌ କରାଯାଇଛି। ଏହି ଗୀତରେ ରାଜକୁମାରଙ୍କ ସହ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୱାଲର୍‌ଡ ମାନୁଷୀ ଛିଲ୍ଲର ରୋମାନ୍ସ କରୁଥିବାର ନଜରକୁ ଆସିଛି। ଦୁହିଁଙ୍କ କେମେଷ୍ଟ୍ରିକୁ ସୋସିଆଲ ମିଡିଆରେ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ‘ନାମୁମକିନ’ ଗୀତକୁ ଗାୟକ ବରୁଣ ଜୈନ, ଶ୍ରେୟା […] The post ‘ମାଲିକ’ରେ ରାଜକୁମାର-ମାନୁଷୀ ରୋମାନ୍ସ appeared first on Dharitri Odia News.

‘ମାଲିକ’ରେ ରାଜକୁମାର-ମାନୁଷୀ ରୋମାନ୍ସ

ମୁମ୍ବାଇ: ଅଭିନେତା ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ‘ମାଲିକ’ ଆସନ୍ତା ଜୁଲାଇ ୧୧ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ରାଜକୁମାର ଗ୍ୟାଙ୍ଗଷ୍ଟର ଭୂମିକାରେ ନଜରକୁ ଆସିବେ। ମଙ୍ଗଳବାର ‘ମାଲିକ’ ଫିଲ୍ମର ଏକ ଗୀତ ‘ନାମୁମ୍‌କିନ’କୁ ରିଲିଜ୍‌ କରାଯାଇଛି। ଏହି ଗୀତରେ ରାଜକୁମାରଙ୍କ ସହ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୱାଲର୍‌ଡ ମାନୁଷୀ ଛିଲ୍ଲର ରୋମାନ୍ସ କରୁଥିବାର ନଜରକୁ ଆସିଛି। ଦୁହିଁଙ୍କ କେମେଷ୍ଟ୍ରିକୁ ସୋସିଆଲ ମିଡିଆରେ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ‘ନାମୁମକିନ’ ଗୀତକୁ ଗାୟକ ବରୁଣ ଜୈନ, ଶ୍ରେୟା ଘୋଷାଲ ଏବଂ ସଚିନ ଜିଗର ମିଳିତ ଭାବେ ଗାଇଛନ୍ତି। ଅମିତାଭ ଭଟ୍ଟାଚାର୍ଯ୍ୟ ଏହି ଗୀତକୁ ଲେଖିଛନ୍ତି। ଗତ ୩ ତାରିଖରେ ‘ମାଲିକ’ ଫିଲ୍ମର ଟିଜରକୁ ରିଲିଜ୍‌ କରାଯାଇଥିଲା। ୧ ମିନିଟ୍‌ ୨୧ ସେକେଣ୍ଡର ଏହି ଟିଜରରେ ଗ୍ୟାଙ୍ଗଷ୍ଟର ଭୂମିକାରେ ଥିବା ରାଜକୁମାରଙ୍କ ଅନେକ ଆକ୍ସନ ଦୃଶ୍ୟ ରହିଥିଲା, ଯାହାକୁ ତାଙ୍କ ପ୍ରଶଂସକ ଖୁବ୍‌ ପସନ୍ଦ କରିଥିଲେ। ପୁଲକିତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରାଜକୁମାର ଏବଂ ମାନୁଷୀଙ୍କ ବ୍ୟତୀତ ଅଭିନେତା ପ୍ରସନ୍‌ଜିତ୍‌ ଚାଟାର୍ଜୀ ଏବଂ ଅଭିନେତ୍ରୀ ମେଧା ଶଙ୍କର ମଧ୍ୟ ନଜରକୁ ଆସିବେ।

The post ‘ମାଲିକ’ରେ ରାଜକୁମାର-ମାନୁଷୀ ରୋମାନ୍ସ appeared first on Dharitri Odia News.