ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ) କୁ ବୋମା ଧମକ ଦିଆଯାଇଛି। ପୂର୍ବ ଦିଲ୍ଲୀର ମୟୂର ବିହାରର ମଦର ମେରି ସ୍କୁଲରେ ମଧ୍ୟ ବୋମା ଧମକ ଆସିଛି। ଏଥିସହିତ ପୁଷ୍ପ ବିହାରରେ ଅବସ୍ଥିତ ସଂସ୍କୃତ ବିଦ୍ୟାଳୟ ଏବଂ ଆମିଟି ସ୍କୁଲକୁ ମଧ୍ୟ ଇମେଲ ମାଧ୍ୟମରେ ଧମକ ଦିଆଯାଇଛି। ଦିଲ୍ଲୀ ବ୍ୟତୀତ ଦିଲ୍ଲୀର ପବ୍ଲିକ […] The post ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ appeared first on Dharitri Odia News.

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ) କୁ ବୋମା ଧମକ ଦିଆଯାଇଛି। ପୂର୍ବ ଦିଲ୍ଲୀର ମୟୂର ବିହାରର ମଦର ମେରି ସ୍କୁଲରେ ମଧ୍ୟ ବୋମା ଧମକ ଆସିଛି। ଏଥିସହିତ ପୁଷ୍ପ ବିହାରରେ ଅବସ୍ଥିତ ସଂସ୍କୃତ ବିଦ୍ୟାଳୟ ଏବଂ ଆମିଟି ସ୍କୁଲକୁ ମଧ୍ୟ ଇମେଲ ମାଧ୍ୟମରେ ଧମକ ଦିଆଯାଇଛି।
ଦିଲ୍ଲୀ ବ୍ୟତୀତ ଦିଲ୍ଲୀର ପବ୍ଲିକ ସ୍କୁଲ ଅଫ ନୋଏଡା ମଧ୍ୟ ଏକ ଧମକପୂର୍ଣ୍ଣ ଇମେଲ ପାଇଛି। ଏହା ପରେ ପୋଲିସ ଏବଂ ସ୍କୁଲ ପ୍ରଶାସନ ସତର୍କ ହୋଇଯାଇଥିଲା। ପିଲାମାନଙ୍କୁ ସତର୍କତା ଅବଲମ୍ବନ କରାଯାଇଥିଲା। ଯେଉଁ ସ୍କୁଲ ରେ ଧମକ ଆସିଛି ସେଠାରେ ସ୍କୁଲ ଛୁଟି କରାଯାଇଛି। ପୋଲିସ, ବୋମା ସ୍କ୍ବାଡ, ଡଗ୍‌ ସ୍କ୍ବାଡଡ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

The post ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ appeared first on Dharitri Odia News.