କ୍ଲାସ୍ରୁମ୍ରେ ଛାତ୍ରୀଙ୍କ ବଳାତ୍କାର ଉଦ୍ୟମ ମାମଲା: ଅଧ୍ୟକ୍ଷ, ଅଧ୍ୟାପକ ନିଲମ୍ବିତ
ଯାଜପୁର,୨୩।୧(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ବରୀ ଥାନା ଅଧୀନ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ କଲେଜର ଜଣେ ଛାତ୍ରୀଙ୍କୁ କ୍ଲାସ୍ରୁମ୍ରେ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଥିଲା ା ଏହି ଘଟଣାକୁ ନେଇ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଥିଲା ା ପରିସ୍ଥିତି ଅଣାୟତ୍ତ ହେବା ପରେ କଲେଜ ଅଧ୍ୟକ୍ଷ ସୁଧୀର କୁମାର ରାଉତ ଏବଂ ଅର୍ଥଶାସ୍ତ୍ର ଅଧ୍ୟାପକ ବିଦ୍ୟାଧର ଧଳଙ୍କୁ ନିଲମ୍ବନ କରାଯାଇଛି। ଏନେଇ ଯାଜପୁର ଉପଜିଲାପାଳ ଅଂଶୁମାନ ଶତପଥୀ ଗୁରୁବାର ନିର୍ଦ୍ଦେଶ ଜାରି କରିଛନ୍ତି। କଲେଜ […] The post କ୍ଲାସ୍ରୁମ୍ରେ ଛାତ୍ରୀଙ୍କ ବଳାତ୍କାର ଉଦ୍ୟମ ମାମଲା: ଅଧ୍ୟକ୍ଷ, ଅଧ୍ୟାପକ ନିଲମ୍ବିତ appeared first on Dharitri Odia News.
ଯାଜପୁର,୨୩।୧(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ବରୀ ଥାନା ଅଧୀନ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ କଲେଜର ଜଣେ ଛାତ୍ରୀଙ୍କୁ କ୍ଲାସ୍ରୁମ୍ରେ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଥିଲା ା ଏହି ଘଟଣାକୁ ନେଇ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଥିଲା ା ପରିସ୍ଥିତି ଅଣାୟତ୍ତ ହେବା ପରେ କଲେଜ ଅଧ୍ୟକ୍ଷ ସୁଧୀର କୁମାର ରାଉତ ଏବଂ ଅର୍ଥଶାସ୍ତ୍ର ଅଧ୍ୟାପକ ବିଦ୍ୟାଧର ଧଳଙ୍କୁ ନିଲମ୍ବନ କରାଯାଇଛି। ଏନେଇ ଯାଜପୁର ଉପଜିଲାପାଳ ଅଂଶୁମାନ ଶତପଥୀ ଗୁରୁବାର ନିର୍ଦ୍ଦେଶ ଜାରି କରିଛନ୍ତି।
କଲେଜ ଅଧ୍ୟକ୍ଷ ରାଉତ ଏବଂ ଅଧ୍ୟାପକ ଧଳଙ୍କ ବିରୋଧରେ ସରକାରୀ କାର୍ଯ୍ୟରେ ଅବହେଳା ଏବଂ ବରୀ ଆଇଆଇସିଙ୍କ ରିପୋର୍ଟ ଆଧାରରେ ସେମାନେ ବିନା ଅନୁମତିରେ ଫେରାର ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ନିର୍ଦ୍ଦେଶ ପତ୍ରରେ ଦର୍ଶାଯାଇଛି। ନିଲମ୍ବନ ସମୟରେ ଉଭୟଙ୍କ ମୁଖ୍ୟ କାର୍ଯ୍ୟାଳୟ ବରୀ ରାମଚନ୍ଦ୍ରପୁର ଗୋପବନ୍ଧୁ ଚୌଧୁରୀ ଡିଗ୍ରୀ କଲେଜରେ ଉପସ୍ଥାନ ରହିବ ଏବଂ ସେମାନେ ବିନା ଅନୁମତିରେ ମୁଖ୍ୟ କାର୍ଯ୍ୟାଳୟ ଛାଡି ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି।
ଅନ୍ୟପକ୍ଷେ କଲେଜ ପରିସରରେ ପୀଡ଼ିତା ଏବଂ ମା’ଙ୍କ ଆମରଣ ଅନଶନ ଦ୍ୱିତୀୟ ଦିନରେ ପହଞ୍ଚିଛି। ଗୁରୁବାର ଯାଜପୁର ଏସ୍ପି ୟାସ୍ ପ୍ରତାପ ଶ୍ରୀମଳ ଏବଂ ଏମ୍ପି ରବିନାରାୟଣ ବେହେରା ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାଶୁଝା କରିଛନ୍ତି। ତେବେ ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଆମରଣ ଜାରି ରହିଛି।
ସୂଚନାଯୋଗ୍ୟ, ଗତ ୬ ତାରିଖରେ ଛାତ୍ରୀଙ୍କୁ କ୍ଲାସ୍ରୁମରେ ଅଧ୍ୟାପକ ଧଳ ବଳାତ୍କାର ଉଦ୍ୟମ କରିଥିଲେ । ଏନେଇ ୧୫ ତାରିଖରେ ବରୀ ଥାନାରେ ପୀଡ଼ିତା ଛାତ୍ରୀ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯିବାରୁ ଗତ ୨୦ ତାରିଖରେ ପୀଡ଼ିତା କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଅଭିଯୋଗ ଭିତ୍ତିରେ ବରୀ ଥାନାରେ ଏକ ମାମଲା(ନଂ.୧୬/୨୦୨୫)ରୁଜୁ ହୋଇଛି।
The post କ୍ଲାସ୍ରୁମ୍ରେ ଛାତ୍ରୀଙ୍କ ବଳାତ୍କାର ଉଦ୍ୟମ ମାମଲା: ଅଧ୍ୟକ୍ଷ, ଅଧ୍ୟାପକ ନିଲମ୍ବିତ appeared first on Dharitri Odia News.