ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ

ନନ୍ଦିଘୋଷ ବ୍ୟୁରୋ: ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ବାଲିନାଳି ପେଟ୍ରୋଲ ପମ୍ପ... The post ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ appeared first on .

ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ

ନନ୍ଦିଘୋଷ ବ୍ୟୁରୋ: ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ବାଲିନାଳି ପେଟ୍ରୋଲ ପମ୍ପ ନିକଟରୁ ବାଘ ଛାଲ ବିକ୍ରି ସମୟରେ ମାଡି ବସିଲା ବନବିଭାଗ। ଏକ କଲରା ପତରିଆ ବାଘ ଛାଲ ଜବତ କରିବା ସହିତ   ୨ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି  ଛେଣ୍ଡିପଦା  ବନବିଭାଗ  । ଗିରଫ ୨ଜଣ  ଛେଣ୍ଡିପଦା ଥାନା ହାଣ୍ତିଗୋଡା ଗାଁର ଟିକନ୍ ଗୋଛୟତ ଓ ଧଉରାଖମଣ ଗାଁର ସମିତି ସଭ୍ୟ ଯୁଗଳ ନାଏକ ବୋଲି ଜଣାପଡିଛି । ବାଘ କୁ କେଉଁ ଜଙ୍ଗଲ ରୁ ଶୀକାର କରିଛନ୍ତି କେତେ ଦିନ ହେଲାଣି କେଉଁଠି କି ବିକ୍ରୀ ହେଉଥଲା ତା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ବନ ବିଭାଗ ତଦନ୍ତ ଚଳାଇଛି । ତଦନ୍ତ ପରେ ବାଘ ଛାଲ କେଉଁଠାରୁ ଆସିଲା ସେ ନେଇ ସବିଶେଷ ତଥ୍ୟ ଜଣା ପଡିବ।

The post ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ appeared first on .