ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କିଣିଲେ ପ୍ରଧାନମନ୍ତ୍ରୀ
ମହାରାଷ୍ଟ୍ର ୱାର୍ଦ୍ଧାରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କିଣିଲେ ମୋଦି । ‘ପିଏମ୍ ବିଶ୍ବକର୍ମା’ ପ୍ରଦର୍ଶନୀରେ କିଣିଲେ ପ୍ରତିମୂର୍ତ୍ତି
ଜଗନ୍ନାଥ ଭକ୍ତିର ଆଉ ଏକ ନିଦର୍ଶନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ର ୱାର୍ଦ୍ଧାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୋଦିଙ୍କୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଏକ ପ୍ରତିମା କିଣିଥିଲେ । ୱାର୍ଦ୍ଧାରେ ପିଏମ୍-ବିଶ୍ବକର୍ମା ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ମୋଦି । ଏହି ସମୟରେ ଏକ ଷ୍ଟଲରେ ଜଗନ୍ନାଥ ପ୍ରତିମୂର୍ତ୍ତି ଥିବା ଦେଖିଥିଲେ। ଜୟ ଜଗନ୍ନାଥ କହି ଷ୍ଟଲରେ ଥିବା କର୍ମଚାରୀଙ୍କୁ ଅଭିବାଦନ କରିବା ସହ ସବୁଠୁ ଭଲ କଣ ଅଛି ବୋଲି ପଚାରିଥିଲେ। ପୂଜାରେ ତାହା ରହିବ ବୋଲି ମୋଦି ତାଙ୍କୁ କହିଥିଲେ। ଷ୍ଟଲ କର୍ମଚାରୀ ଜଣକ ତାଙ୍କୁ ଏକ ପ୍ରତିମୂର୍ତ୍ତି ଦେଖାଇଥିଲେ। ମୋଦି ତାହାକୁ କିଣିବା ସହ UPIରେ ପେମେଣ୍ଟ ମଧ୍ୟ କରିଥିଲେ।
ଅଧିକ ପଢ଼ନ୍ତୁ: ଓଡ଼ିଶାକୁ କ’ଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ? ସଫଳତା ବଖାଣିଲେ ଅଶ୍ୱିନୀ
ପୂର୍ବରୁ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ଅବସରରେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବା ସୌଭାଗ୍ୟ ମିଳିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିବା ସହ ଜଗନ୍ନାଥଙ୍କ ପ୍ରତି ଥିବା ତାଙ୍କର ସମ୍ମାନ ଜଣାଇଥିଲେ।