ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ ସ୍ୱାସ୍ଥ୍ୟକର୍ମୀ। ସରକାରଙ୍କ ଦ୍ୱାରା ଆଉଟ ଷୋର୍ସିଂ ଜରିଆରେ ନିଯୁକ୍ତ ଜୀଏନଏମ, ଏଏନଏମ, ଲ୍ୟାବ ଟେକନିସିଆନଙ୍କ ସଂଘ ଏଇ ଧାରଣାରେ ସାମିଲ ହୋଇଛନ୍ତି। ସୂଚନା ଅନୁସାରେ କରୋନା ମହାମାରୀ ସମୟରେ ସରକାର ଆଉଟଷୋର୍ସିଂ ଏଜେନ୍ସି ମାଧ୍ୟମରେ ସରକାର ହଜାର ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଇଥିଲେ। ମହାମାରୀ ଶେଷ ହେବା ପରେ ଅନେକଙ୍କୁ […] The post ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍ appeared first on Dharitri Odia News.

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ ସ୍ୱାସ୍ଥ୍ୟକର୍ମୀ। ସରକାରଙ୍କ ଦ୍ୱାରା ଆଉଟ ଷୋର୍ସିଂ ଜରିଆରେ ନିଯୁକ୍ତ ଜୀଏନଏମ, ଏଏନଏମ, ଲ୍ୟାବ ଟେକନିସିଆନଙ୍କ ସଂଘ ଏଇ ଧାରଣାରେ ସାମିଲ ହୋଇଛନ୍ତି।

ସୂଚନା ଅନୁସାରେ କରୋନା ମହାମାରୀ ସମୟରେ ସରକାର ଆଉଟଷୋର୍ସିଂ ଏଜେନ୍ସି ମାଧ୍ୟମରେ ସରକାର ହଜାର ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଇଥିଲେ। ମହାମାରୀ ଶେଷ ହେବା ପରେ ଅନେକଙ୍କୁ ଛଟେଇ କରିଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଏବେ ଅଣଦେଖା କରାଯାଉଥିବା ବେଳେ ସେମାନଙ୍କର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି।

ଗଞ୍ଜାମ, ବାଲେଶ୍ୱର, ଜଗତସିଂହପୁର ଭଳି ଜିଲାରେ ପାରାମେଡିକାଲ କର୍ମଚାରୀ ମାନଙ୍କୁ ଛଟେଇ କରିଦିଆଯାଇଛି। ଫଳରେ ଏଭଳି ଅବ୍ୟବସ୍ଥାକୁ ନେଇ ଆଜି ସଂଘ ପକ୍ଷରୁ ଧାରଣା ଦିଆଯାଇଛି।

The post ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍ appeared first on Dharitri Odia News.