ବଳଭଦ୍ରଙ୍କର ପହଣ୍ଡିବେଳେ ଅଘଟଣ: ଅଣ ସେବାୟତଙ୍କୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର,୧୦।୭: ଆଡପ ମଣ୍ଡପ ପହଣ୍ଡି ବିଜେବେଳେ ରଥରୁ ଖସି ପଡିଥିଲେ ମହାପ୍ରଭୁ ବଳଭଦ୍ର। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରିପୋର୍ଟରେ ଆଇନ ମନ୍ତ୍ରୀ ଦର୍ଶାଇଛନ୍ତି, ଏହା ସାମାନ୍ୟ ଦୁର୍ଘଟଣା ଥିଲା। ଏହା ଲୀଳାମୟଙ୍କ ଲୀଳା। ଆହତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ରଥ ଉପରେ ଅଣସେବାୟତ ରହିବାର […] The post ବଳଭଦ୍ରଙ୍କର ପହଣ୍ଡିବେଳେ ଅଘଟଣ: ଅଣ ସେବାୟତଙ୍କୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ appeared first on Dharitri Odia News.

ବଳଭଦ୍ରଙ୍କର ପହଣ୍ଡିବେଳେ ଅଘଟଣ: ଅଣ ସେବାୟତଙ୍କୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର,୧୦।୭: ଆଡପ ମଣ୍ଡପ ପହଣ୍ଡି ବିଜେବେଳେ ରଥରୁ ଖସି ପଡିଥିଲେ ମହାପ୍ରଭୁ ବଳଭଦ୍ର। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ରିପୋର୍ଟରେ ଆଇନ ମନ୍ତ୍ରୀ ଦର୍ଶାଇଛନ୍ତି, ଏହା ସାମାନ୍ୟ ଦୁର୍ଘଟଣା ଥିଲା। ଏହା ଲୀଳାମୟଙ୍କ ଲୀଳା। ଆହତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ରଥ ଉପରେ ଅଣସେବାୟତ ରହିବାର ଠୋସ ଅଭିଯୋଗ ନାହିଁ। ଆଗକୁ ଶୃଙ୍ଖଳିତ ନୀତି ପାଇଁ ପରିଚାଳନା ବୈଠକରେ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

କହିରଖୁଛୁ କି, ପହଣ୍ଡି ବିଜେବେଳେ ହୋଇଥିବା ବଡ଼ ବିଭ୍ରାଟରେ ଅଣ ସେବାୟତଙ୍କୁ ଦାୟୀ କରାଯାଉଛି। ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ସେବାୟତ ପ୍ରତିକ୍ରିୟା ରଖି କହିଛନ୍ତି, ରଥ ଉପରେ ଆବଶ୍ୟକତାଠାରୁ ଅଧିକ ସେବାୟତ ରହୁଛନ୍ତି । ଅଧିକ ସେବାୟତ ଥିବାରୁ ଏପରି ଅଘଟଣ ଘଟିଛି। ପ୍ରଭୁଙ୍କ ପଛ ପଟେ ଥିବା ଡୋର ଖସିଗଲା, ଯିଏ ଧରିବା କଥା ଭଲରେ ଧରି ନ ଥିଲେ । ଯେଉଁ ସେବାୟତଙ୍କର ପହଣ୍ଡି ସେବା ନାହିଁ ସେମାନେ ଆସି ପହଣ୍ଡି କରୁଛନ୍ତି ।

The post ବଳଭଦ୍ରଙ୍କର ପହଣ୍ଡିବେଳେ ଅଘଟଣ: ଅଣ ସେବାୟତଙ୍କୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ appeared first on Dharitri Odia News.