ବାଚସ୍ପତି ରେସ୍‌: ଓମ ବିର୍ଲାଙ୍କୁ ଟକ୍କର ଦେବେ ସୁରେଶ

ନୂଆଦିଲ୍ଲୀ,୨୫।୬: ବିରୋଧୀ ଦଳ ‘ଇଣ୍ଡିଆ’ ମଧ୍ୟ ଲୋକ ସଭା ବାଚସ୍ପତି ପଦ ପାଇଁ ନିଜର ପ୍ରାର୍ଥୀ ଦେଇଛନ୍ତି। କେ ସୁରେଶ ବିରୋଧୀ ଦଳ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥି ସହିତ ଭାଜପା ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ)ପ୍ରାର୍ଥୀ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ଭେନୁଗୋପାଲ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆଲୋଚନା ପରେ ସହମତି ହୋଇପାରି ନାହିଁ। ଏହି ସଭାରେ ଉପସ୍ଥିତ ଥିବା […] The post ବାଚସ୍ପତି ରେସ୍‌: ଓମ ବିର୍ଲାଙ୍କୁ ଟକ୍କର ଦେବେ ସୁରେଶ appeared first on Dharitri Odia News.

ବାଚସ୍ପତି ରେସ୍‌: ଓମ ବିର୍ଲାଙ୍କୁ ଟକ୍କର ଦେବେ ସୁରେଶ

ନୂଆଦିଲ୍ଲୀ,୨୫।୬: ବିରୋଧୀ ଦଳ ‘ଇଣ୍ଡିଆ’ ମଧ୍ୟ ଲୋକ ସଭା ବାଚସ୍ପତି ପଦ ପାଇଁ ନିଜର ପ୍ରାର୍ଥୀ ଦେଇଛନ୍ତି। କେ ସୁରେଶ ବିରୋଧୀ ଦଳ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥି ସହିତ ଭାଜପା ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ)ପ୍ରାର୍ଥୀ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଛି।

କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ଭେନୁଗୋପାଲ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆଲୋଚନା ପରେ ସହମତି ହୋଇପାରି ନାହିଁ। ଏହି ସଭାରେ ଉପସ୍ଥିତ ଥିବା ଡିଏମକେ ନେତା ଟିଆର ବାଲୁ ମଧ୍ୟ ରାଜନାଥ ସିଂଙ୍କ କାର୍ଯ୍ୟାଳୟରୁ ବାହାରି ଲୋକ ସଭା ବାଚସ୍ପତି ପଦ ପାଇଁ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ମନା କରିଦେଇଥିଲେ।
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର କହିଛନ୍ତି ଯେ ବିରୋଧୀ ଦଳକୁ ଡେପୁଟି ସ୍ପିକର ପଦ ପ୍ରଦାନ କରିବାର ପରମ୍ପରା ରହିଛି ଏବଂ ଯଦି ମୋଦି ସରକାର ଏହି ପରମ୍ପରାକୁ ଅନୁସରଣ କରିଥାନ୍ତେ, ତା’ହେଲେ ବାଚସ୍ପତି ନିର୍ବାଚନରେ ସମଗ୍ର ବିରୋଧୀ ସରକାରଙ୍କୁ ସମର୍ଥନ କରିବେ।

The post ବାଚସ୍ପତି ରେସ୍‌: ଓମ ବିର୍ଲାଙ୍କୁ ଟକ୍କର ଦେବେ ସୁରେଶ appeared first on Dharitri Odia News.