ଶନିବାର ଭାଜପା ବିଧାୟକ ଦଳ ବୈଠକ ସମ୍ଭାବନା, ମୁଖ୍ୟମନ୍ତ୍ରୀ ନାଁରେ ଲାଗିପାରେ ମୋହର

ଭୁବନେଶ୍ୱର,୭।୬: ବିଧାନସଭା ଫଳାଫଳ ପ୍ରକାଶ ପାଇବାର ତିନି ଦିନ ବିତି ଯାଇଥିଲେ ମଧ୍ୟ କିଏ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ବହୁମତ ପାଇଥିବା ଭାରତୀୟ ଜନତା ପାର୍ଟି ତାହା ଏପର୍ଯ୍ୟନ୍ତ ନିର୍ଣ୍ଣୟ କରିପାରି ନାହିଁ। ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଶନିବାର ଭୁବନେଶ୍ୱରରେ ନବନିର୍ବାଚିତ ୭୮ ବିଧାୟକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏହି ବୈଠକରେ କିଏ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ତାହା ଉପରେ ନିଷ୍ପତି ନିଆଯାଇପାରେ ବୋଲି […] The post ଶନିବାର ଭାଜପା ବିଧାୟକ ଦଳ ବୈଠକ ସମ୍ଭାବନା, ମୁଖ୍ୟମନ୍ତ୍ରୀ ନାଁରେ ଲାଗିପାରେ ମୋହର appeared first on Dharitri Odia News.

ଶନିବାର ଭାଜପା ବିଧାୟକ ଦଳ ବୈଠକ ସମ୍ଭାବନା, ମୁଖ୍ୟମନ୍ତ୍ରୀ ନାଁରେ ଲାଗିପାରେ ମୋହର

ଭୁବନେଶ୍ୱର,୭।୬: ବିଧାନସଭା ଫଳାଫଳ ପ୍ରକାଶ ପାଇବାର ତିନି ଦିନ ବିତି ଯାଇଥିଲେ ମଧ୍ୟ କିଏ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ବହୁମତ ପାଇଥିବା ଭାରତୀୟ ଜନତା ପାର୍ଟି ତାହା ଏପର୍ଯ୍ୟନ୍ତ ନିର୍ଣ୍ଣୟ କରିପାରି ନାହିଁ। ତେବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଶନିବାର ଭୁବନେଶ୍ୱରରେ ନବନିର୍ବାଚିତ ୭୮ ବିଧାୟକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।

ଏହି ବୈଠକରେ କିଏ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ତାହା ଉପରେ ନିଷ୍ପତି ନିଆଯାଇପାରେ ବୋଲି କୁହାଯାଉଛି। ତେବେ ବୈଠକ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନ ମିଳିପାରି ନାହିଁ। ବର୍ତମାନ ସମସ୍ତଙ୍କର ନଜର ଭାଜପାର ସଂସଦୀୟ ଦଳ ବୈଠକ ଉପରେ ରହିଛି। ଯାହା ଶୁକ୍ରବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇପାରେ।

ସଂସଦୀୟ ଦଳ ବୈଠକ ନିଷ୍ପତି ଅନୁସାରେ ବିଧାୟକ ଦଳର ବୈଠକ ସମୟସୀମା ଧାର୍ଯ୍ୟ ହୋଇପାରେ କରାଯାଇପାରେ। ଯେଉଁଠି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ନାମରେ ମୋହର ଲାଗିବ।

 

The post ଶନିବାର ଭାଜପା ବିଧାୟକ ଦଳ ବୈଠକ ସମ୍ଭାବନା, ମୁଖ୍ୟମନ୍ତ୍ରୀ ନାଁରେ ଲାଗିପାରେ ମୋହର appeared first on Dharitri Odia News.