ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଗ୍ରାମଜିତ ସାହୁ

ଛତ୍ରପୁର,୨୪।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଆଜି ସମ୍ବିତ ସଂଗ୍ରାମଜିତ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୨୨ ବ୍ୟାଚ ଓଏଏସ ସଂଗ୍ରାମଜିତ ସାହୁ ଭୁବନେଶ୍ୱର ପର୍ଯ୍ୟଟନ ବିଭାଗରେ ଓଏସଡି ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଥିଲେ । ଏହା ପୂର୍ବରୁ ଛତ୍ରପୁର ଓ ଚିକିଟି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ସଠିକ ଭାବେ ତୁଲାଇଥିଲେ । ଦାୟିତ୍ୱ ଗ୍ରହଣ ଅବସରରେ ସେ ସୌଜନ୍ୟମୂଳକ ସାକ୍ଷାତକାରରେ କହିଛନ୍ତି, ଜନସାଧାରଣଙ୍କ […] The post ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଗ୍ରାମଜିତ ସାହୁ appeared first on Dharitri Odia News.

ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଗ୍ରାମଜିତ ସାହୁ

ଛତ୍ରପୁର,୨୪।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଆଜି ସମ୍ବିତ ସଂଗ୍ରାମଜିତ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୨୨ ବ୍ୟାଚ ଓଏଏସ ସଂଗ୍ରାମଜିତ ସାହୁ ଭୁବନେଶ୍ୱର ପର୍ଯ୍ୟଟନ ବିଭାଗରେ ଓଏସଡି ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଥିଲେ । ଏହା ପୂର୍ବରୁ ଛତ୍ରପୁର ଓ ଚିକିଟି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ସଠିକ ଭାବେ ତୁଲାଇଥିଲେ । ଦାୟିତ୍ୱ ଗ୍ରହଣ ଅବସରରେ ସେ ସୌଜନ୍ୟମୂଳକ ସାକ୍ଷାତକାରରେ କହିଛନ୍ତି, ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦେଇ ସରକାରଙ୍କ ସମସ୍ତ ଯୋଜନା ଗୁଡିକ କିପରି ସଫଳ ରୂପାୟନ ହୋଇପାରିବ ତାହାରି ଉପରେ ଅଧିକ ଫୋକସ ରହିବ। ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ବ୍ଲକର ସମସ୍ତ ବିକାଶ ଦିଗରେ କାର୍ଯ୍ୟ କରିବି । ଜନସାଧାରଣ, ପଞ୍ଚାୟତ ପ୍ରତିନିଧି ଓ ବ୍ଲକ ପ୍ରଶାସନ ସମନ୍ବୟ ମଧ୍ୟ ସମସ୍ତ ପଞ୍ଚାୟତରେ ମନରେଗା ଯୋଜନା ଠାରୁ ଆରମ୍ଭ କରି ସମସ୍ତ ଉନ୍ନୟନମୂଳକ ଯୋଜନା ଗୁଡିକୁ ପ୍ରତିଫଳନ କରିବା ପାଇଁ ପ୍ରୟାସ ଜାରି ରଖିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହାସହ ପଞ୍ଚାୟତ ପ୍ରତିନିଧି ଓ ବ୍ଲକର ସମସ୍ତ କର୍ମଚାରୀ ନୂତନ ବିଡିଓଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ । ସୂଚନାଥାଉକି, ତତ୍କାଳିନ ବିଡିଓ ସୁଶାନ୍ତ କୁମାର ବରାଳଙ୍କୁ ଅନ୍ୟ ସ୍ଥାନକୁ ବଦଳି ପରେ ଭାରପ୍ରାପ୍ତ ବିଡ଼ିଓ ଭାବେ ଏବିଡ଼ିଓ ଜୟଶ୍ରୀ ନାୟକ ଦାୟିତ୍ୱ ତୁଲାଉଥିଲେ।

The post ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଗ୍ରାମଜିତ ସାହୁ appeared first on Dharitri Odia News.