ବିଧାୟକ ପ୍ରତାପ ଜେନାଙ୍କ କ୍ରିମିନାଲ ରିଭିଜନ୍‌ ପିଟିସନ୍‌ ମାମଲା: ଆବେଦନ ଶୁଣାଣିରୁ ଓହରିଲେ ବିଚାରପତି

କଟକ,୧୬ା୨ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ପ୍ରତାପ ଜେନାଙ୍କ ପକ୍ଷରୁ ରୁଜୁ ରିଭିଜନ ପିଟିସନ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ଏଥିରୁ ଓହରି ଯାଇଥିବାରୁ ମୁଖ୍ୟ ବିଚାରପତିଙ୍କ ମାମଲା ବିଭାଗୀରକରଣ ପରେ ଅନ୍ୟ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ ବୋଲି ଜଣାଯାଇଛି। ପ୍ରକାଶ ଯେ, ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ ବିଧାୟକ ଜେନାଙ୍କୁ ବ୍ୟକ୍ତିଗତ ହାଜରା ପାଇଁ ନିର୍ଦ୍ଦେଶ […] The post ବିଧାୟକ ପ୍ରତାପ ଜେନାଙ୍କ କ୍ରିମିନାଲ ରିଭିଜନ୍‌ ପିଟିସନ୍‌ ମାମଲା: ଆବେଦନ ଶୁଣାଣିରୁ ଓହରିଲେ ବିଚାରପତି appeared first on Dharitri Odia News.

ବିଧାୟକ ପ୍ରତାପ ଜେନାଙ୍କ କ୍ରିମିନାଲ ରିଭିଜନ୍‌ ପିଟିସନ୍‌ ମାମଲା: ଆବେଦନ ଶୁଣାଣିରୁ ଓହରିଲେ ବିଚାରପତି

କଟକ,୧୬ା୨ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ପ୍ରତାପ ଜେନାଙ୍କ ପକ୍ଷରୁ ରୁଜୁ ରିଭିଜନ ପିଟିସନ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ଏଥିରୁ ଓହରି ଯାଇଥିବାରୁ ମୁଖ୍ୟ ବିଚାରପତିଙ୍କ ମାମଲା ବିଭାଗୀରକରଣ ପରେ ଅନ୍ୟ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ ବୋଲି ଜଣାଯାଇଛି।

ପ୍ରକାଶ ଯେ, ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ ବିଧାୟକ ଜେନାଙ୍କୁ ବ୍ୟକ୍ତିଗତ ହାଜରା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ବ୍ୟକ୍ତିଗତ ହାଜରାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ସହ କ୍ରିମିନାଲ ରିଭିଜନ୍‌ ପିଟିସନ୍‌ ହାଇକୋର୍ଟରେ ଦାୟର କରିଥିଲେ। ଅକ୍ଟୋବର ୩୧ରେ ଦାୟର ପିଟିସନ୍‌ ନଭେମ୍ବର ୨ରେ ଶୁଣାଣି ହୋଇଥିଲା। ଏଥିରେ ପ୍ରତିପକ୍ଷ ରାଜ୍ୟ ସରକାର ଓ ରଣଜିତ ବରାଳଙ୍କୁ ହାଇକୋର୍ଟ ନୋଟିସ ଜାରି କରିଥିଲେ। ଏଥିସହ ହାଇକୋର୍ଟ ନିମ୍ନ ଅଦାଲତରୁ ରେକର୍ଡ ତଲବ କରିବା ସହ ବିଧାୟକ ଜେନାଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ୨୦୨୧ ଜାନୁୟାରୀ ୨ ତାରିଖ ଦିନ ଭାଜପା ନେତା କୂଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ମାହାଙ୍ଗାରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ତତ୍‌କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ମାହାଙ୍ଗା ଥାନା ପୋଲିସ୍‌ ଏହି ହତ୍ୟା ମାମଲାର ଅଭିଯୋଗ ଫର୍ଦ୍ଦରୁ ପ୍ରତାପ ଜେନାଙ୍କ ନାମକୁ ବାଦ୍‌ ଦେଇଥିଲା। ବିଧାୟକଙ୍କୁ ନିମ୍ନ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଇଥିଲେ ବି ସେ ନିମ୍ନ ଅଦାଲତରେ ହାଜର ହୋଇ ନ ଥିଲେ। ସେ ନିଜ ଓକିଲଙ୍କ ମାଧ୍ୟମରେ ହାଜରେ ହେବାକୁ ଅନୁମତି ଲୋଡ଼ି ହାଇକୋର୍ଟରେ ଆବେଦନ କରିଥିଲେ। ନିଜର ସ୍ବାସ୍ଥ୍ୟଗତ କାରଣରୁ ସେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହେବାକୁ ଅକ୍ଷମ ଦର୍ଶାଇ ନିମ୍ନ ଅଦାଲତରେ ନିଜ ଓକିଲଙ୍କ ମାଧ୍ୟମରେ ହାଜର ହେବାକୁ ହାଇକୋର୍ଟ ଅନୁମତି ଦେବା ନିମନ୍ତେ ସେ ପ୍ରାର୍ଥନା କରିଥିଲେ। ଅପରପକ୍ଷରେ ବିଧାୟକ ଜେନାଙ୍କ ପକ୍ଷରୁ ସିଆରପିସିର ଧାରା ୨୦୫ରେ ଏକ ପିଟିସନ୍‌ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ କରାଯାଇଛି। ସେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଅଧିନରେ ଚିକିତ୍ସିତ ହେଉଛନ୍ତି ବୋଲି ସେଥିରେ ଦର୍ଶାଇଛନ୍ତି। ତାଙ୍କ ଆବେଦନକୁ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ବିରୋଧ କରାଯିବା ପରେ ନିମ୍ନ ଅଦାଲତ ସେପ୍ଟେମ୍ବର ୨୫ରେ କଗନିଜାନ୍ସ ଗ୍ରହଣ କରିଥିଲେ। ଫଳରେ ବିଧାୟକ ଜେନା ତାଙ୍କ ନାମକୁ ଏହି ମାମଲାରୁ ବାଦ୍‌ ଦେବା ସହ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ପାଇଁ ହାଇକୋର୍ଟରେ ପହଞ୍ଚିଥିଲେ।

The post ବିଧାୟକ ପ୍ରତାପ ଜେନାଙ୍କ କ୍ରିମିନାଲ ରିଭିଜନ୍‌ ପିଟିସନ୍‌ ମାମଲା: ଆବେଦନ ଶୁଣାଣିରୁ ଓହରିଲେ ବିଚାରପତି appeared first on Dharitri Odia News.