ବୁଦ୍ଧିମାନ ଲୋକଙ୍କ ଖେଳ
ପ୍ରତି ବର୍ଷର ଜୁଲାଇ ୨୦ ତାରିଖକୁ ଅନ୍ତର୍ଜାତୀୟ ଚେସ୍ ଦିବସ ଭାବରେ ପାଳନ କରାଯାଏ। ବୁଦ୍ଧିମାନ ଲୋକଙ୍କ ଖେଳ ଭାବରେ ପରିଚିତ ଏହି ଖେଳ ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ଖେଳାଯାଏ। ଚେସ୍ ଖେଳର ଇତିହାସ ୧୫୦୦ ବର୍ଷରୁ ଅଧିକ ପୁରୁଣା ହୋଇଥିଲେ ମଧ୍ୟ ଜୁଲାଇ ୨୦, ୧୯୨୪ରେ ପ୍ରଥମେ ଅନ୍ତର୍ଜାତୀୟ ଚେସ୍ ଫେଡେରେଶନ୍(ଫିଡେ) ସ୍ଥାପନ କରାଯାଇଥିଲା। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ପ୍ରତ୍ୟେକ ବର୍ଷ ବିଶ୍ୱ ଚେସ୍ ଦିବସ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ […] The post ବୁଦ୍ଧିମାନ ଲୋକଙ୍କ ଖେଳ appeared first on Dharitri Odia News.
ପ୍ରତି ବର୍ଷର ଜୁଲାଇ ୨୦ ତାରିଖକୁ ଅନ୍ତର୍ଜାତୀୟ ଚେସ୍ ଦିବସ ଭାବରେ ପାଳନ କରାଯାଏ। ବୁଦ୍ଧିମାନ ଲୋକଙ୍କ ଖେଳ ଭାବରେ ପରିଚିତ ଏହି ଖେଳ ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ଖେଳାଯାଏ। ଚେସ୍ ଖେଳର ଇତିହାସ ୧୫୦୦ ବର୍ଷରୁ ଅଧିକ ପୁରୁଣା ହୋଇଥିଲେ ମଧ୍ୟ ଜୁଲାଇ ୨୦, ୧୯୨୪ରେ ପ୍ରଥମେ ଅନ୍ତର୍ଜାତୀୟ ଚେସ୍ ଫେଡେରେଶନ୍(ଫିଡେ) ସ୍ଥାପନ କରାଯାଇଥିଲା। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ପ୍ରତ୍ୟେକ ବର୍ଷ ବିଶ୍ୱ ଚେସ୍ ଦିବସ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ ଚେସ୍କୁ ନେଇ ସଚେତନତା ସୃଷ୍ଟି କରିବା ଓ ଏହାର ଫାଇଦା ଜଣାଇବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।
ଇତିହାସ ଅନେକ ପୁରୁଣା। ଏହାକୁ ନେଇ ଭିନ୍ନ ଭିନ୍ନ କାହାଣୀ ମଧ୍ୟ ରହିଛି। ଖ୍ରୀଷ୍ଟାବ୍ଦ ୩୧୯-୫୪୩ ମଧ୍ୟରେ ଉତ୍ତର ଭାରତରେ ଗୁପ୍ତ ସାମ୍ରାଜ୍ୟ ଦ୍ୱାରା ଆରମ୍ଭ କରାଯାଇଥିଲା। ପ୍ରାରମ୍ଭରେ ଏହାର ନାମ ଚତୁରଙ୍ଗ ରହିଥିଲା। ସିଲ୍କ ରୋଡ ମାଧ୍ୟମରେ ଏହା ପର୍ସିଆରେ ପହଞ୍ଚତ୍ବା ପରେ ଏହାର ନାମକରଣ ଚେସ୍ ହୋଇଥିଲା। ଇତିହାସକାରଙ୍କ ଅନୁସାରେ ଜନୈକ ଭାରତୀୟ ରାଷ୍ଟ୍ରଦୂତ ପର୍ସିଆ ଗସ୍ତ ସମୟରେ ରାଜା ଖର୍ସୋ(୫୩୧-୫୭୯ ଖ୍ରୀଷ୍ଟାବ୍ଦ)ଙ୍କୁ ଏକ ଚତୁରଙ୍ଗ ବୋର୍ଡ ଉପହାର ସ୍ବରୂପ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଏହା ପର୍ସିଆରେ ଲୋକପ୍ରିୟତା ହାସଲ କରିବା ସହ ୟୁରୋପରେ ପହଞ୍ଚିଥିଲା। ଅଲ ସୁଲି ଓ ଅଲ ଲାଜଲାଜ ନାମକ ଦୁଇ ଜଣ ବ୍ୟକ୍ତି ଏହି ଖେଳର ନିୟମ ନିର୍ଦ୍ଧାରଣ କରିଥିବା ବେଳେ ୯୦୦-୧୦୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ୟୁରୋପରେ ପହଞ୍ଚିଥିଲା। ୟୁରୋପ ମଧ୍ୟ ଦେଇ ଏହି ଖେଳ ରୁଷିଆରେ ପହଞ୍ଚିଥିଲା। ୧୯୨୪ ପର୍ଯ୍ୟନ୍ତ ଏହି ଖେଳଟି ଅଣ ସଂଗଠିତ ରହିଥିବା ବେଳେ ଜୁଲାଇ ୨୦ ତାରିଖରେ ପ୍ୟାରିସ୍ରେ ଫିଡେ ସ୍ଥାପନ କରାଯାଇଥିଲା। ୧୨ ଡିସେମ୍ବର ୨୦୧୮ରେ ଫିଡେ ସାଧାରଣ ପରିଷଦ ପକ୍ଷରୁ ଅନ୍ତର୍ଜାତୀୟ ଚେସ୍ ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।
The post ବୁଦ୍ଧିମାନ ଲୋକଙ୍କ ଖେଳ appeared first on Dharitri Odia News.