‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଖୁସିରେ ମୁଖ୍ୟମନ୍ତ୍ରୀ କହିଲେ…
ଭୁବନେଶ୍ୱର, ୨। ୮ (ସୌମ୍ୟରଞ୍ଜନ ରାଉତ):୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା ହୋଇଛି। ଏଥିରେ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରସ୍ତୁତ ଏବଂ ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଫିଲ୍ମ ‘ପୁଷ୍କରା’କୁ ଶ୍ରେଷ୍ଠ ଓ ଫିଲ୍ମ ଭାବେ ଘୋଷଣା କରାଯାଇଛି। ଏହା ଶଙ୍କର ତ୍ରିପାଠୀଙ୍କ ମୂଳ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ ଥିଲା। ଏଥିରେ ଓଡ଼ିଆ ପ୍ରଥା ପରମ୍ପରାରେ ମୃତ୍ୟୁ ସମୟରେ […] The post ‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଖୁସିରେ ମୁଖ୍ୟମନ୍ତ୍ରୀ କହିଲେ… appeared first on Dharitri Odia News.
ଭୁବନେଶ୍ୱର, ୨। ୮ (ସୌମ୍ୟରଞ୍ଜନ ରାଉତ):୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା ହୋଇଛି। ଏଥିରେ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରସ୍ତୁତ ଏବଂ ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଫିଲ୍ମ ‘ପୁଷ୍କରା’କୁ ଶ୍ରେଷ୍ଠ ଓ ଫିଲ୍ମ ଭାବେ ଘୋଷଣା କରାଯାଇଛି। ଏହା ଶଙ୍କର ତ୍ରିପାଠୀଙ୍କ ମୂଳ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ ଥିଲା। ଏଥିରେ ଓଡ଼ିଆ ପ୍ରଥା ପରମ୍ପରାରେ ମୃତ୍ୟୁ ସମୟରେ ପୁଷ୍କର ଲାଗିଲେ ତାହାକୁ କିପରି ଛଡାଯାଏ ଏବଂ ସେଥିପାଇଁ କିପରି ପରମ୍ପରା ପାଳନ ହୁଏ ଚଳଚ୍ଚିତ୍ରରେ ତାହା ଦୃଶ୍ୟମାନ ହୋଇଥିଲା। ଚଳଚ୍ଚିତ୍ରଟି ୨୦୨୩ ସେପ୍ଟେମ୍ବର ୧୯ରେ ମୁକ୍ତିଲାଭ କରିଥିଲା। ଶୁଭ୍ରାଂଶୁଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସବ୍ୟସାଚୀଙ୍କ ନିଖୁଣ ଅଭିନୟକୁ ବିପୁଳ ଦର୍ଶକୀୟ ଆଦୃତି ମିଳିଥିଲା। ଏଥିସହ ଚଳଚ୍ଚିତ୍ରରେ ପୁରୀର ଜାଗାଘର, ସାହିଯାତ ଓ ଡଙ୍ଗାଭସା ଭଳି ପରମ୍ପରାକୁ କାହାଣୀ ମାଧ୍ୟମରେ ସୁନ୍ଦର ଭାବରେ ଦେଖାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ପୁଷ୍କରା’ ଏବଂ ‘ଦ ସି ଆଣ୍ଡ୍ ସେଭେନ୍ ଭିଲେଜେସ୍’ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଏନେଇ ସେ ତାଙ୍କ ‘X’ ଆକାଉଣ୍ଟରେ ଉଭୟ ଚଳଚ୍ଚିତ୍ରର ନିର୍ମାତା, ନିର୍ଦ୍ଦେଶକ, କଳାକାର ତଥା ଏଥିସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତ ନୂତନ ପ୍ରୟାସ ଓ ପ୍ରୟୋଗ ସହ ଏହିପରି ଆହୁରି ଅନେକ ସଫଳତା ପ୍ରାପ୍ତ କରୁ ବୋଲି କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
The post ‘ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଖୁସିରେ ମୁଖ୍ୟମନ୍ତ୍ରୀ କହିଲେ… appeared first on Dharitri Odia News.