ରେଡ୍ ଆଲର୍ଟ ପରେ ଜିଲ୍ଲା ପ୍ରଶାସନ ତତ୍ପର, ODRAFର ୩ ଟିମ୍ ପ୍ରସ୍ତୁତ

ସାଲେପୁର ୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ବୁଧବାର ସକାଳ ୫ଟା ୩୦ ମିନିଟ୍‌ରେ ଗଭୀର ଅବପାତଟି ବାତ୍ୟାରେ ପରିଣତ ହୋଇଛି । ଉତ୍ତର ପଶ୍ଚିମ ଦିଗକୁ ଏହାର ଗତି ରହିଛି । ଗୁରୁବାର ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ । ୨୪ ରାତିରୁ ୨୫ ସକାଳ ଭିତରେ ସ୍ଥଳଭାଗ ଅତିକ୍ରମ କରିବ ।ବାତ୍ୟା ‘ଦାନା’ର ପ୍ରଭାବରେ କଟକ ଜିଲ୍ଲାର ସାଲେପୁର, ନିଶ୍ଚିନ୍ତକୋଇଲି ଓ ମାହାଙ୍ଗାକୁ ରେଡ୍ ଆଲର୍ଟ ପରେ ଜିଲ୍ଲା ପ୍ରଶାସନ ଏବେ ତତ୍ପର ହୋଇଛି । ଓଡ଼ିଆରଏଏଫର ତିନୋଟି ଟିମ୍ ଏବେ ତିନି ଗୋଟି ବ୍ଲକ୍‌ରେ ପହଞ୍ଚି ସାରିଛି । ଗ୍ରାଉଣ୍ଡ ଜିରୋରୁ କିଭଳି ସହାୟତା ସହ ଉଦ୍ଧାର କରାଯିବ ସେ ନେଇ ପ୍ରସ୍ତୁତି କରୁଛନ୍ତି ଓଡ଼ିଆରଏଏଫର ସଦସ୍ୟ ।You Can Read:ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ 'ଦାନା', ପବନର ବେଗ ରହିବ ୧୦୦ରୁ ୧୨୦ କି.ମି.: IMD ଡିଜି

ରେଡ୍ ଆଲର୍ଟ ପରେ ଜିଲ୍ଲା ପ୍ରଶାସନ ତତ୍ପର, ODRAFର ୩ ଟିମ୍ ପ୍ରସ୍ତୁତ

ସାଲେପୁର ୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ବୁଧବାର ସକାଳ ୫ଟା ୩୦ ମିନିଟ୍‌ରେ ଗଭୀର ଅବପାତଟି ବାତ୍ୟାରେ ପରିଣତ ହୋଇଛି । ଉତ୍ତର ପଶ୍ଚିମ ଦିଗକୁ ଏହାର ଗତି ରହିଛି । ଗୁରୁବାର ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ । ୨୪ ରାତିରୁ ୨୫ ସକାଳ ଭିତରେ ସ୍ଥଳଭାଗ ଅତିକ୍ରମ କରିବ ।

ବାତ୍ୟା ‘ଦାନା’ର ପ୍ରଭାବରେ କଟକ ଜିଲ୍ଲାର ସାଲେପୁର, ନିଶ୍ଚିନ୍ତକୋଇଲି ଓ ମାହାଙ୍ଗାକୁ ରେଡ୍ ଆଲର୍ଟ ପରେ ଜିଲ୍ଲା ପ୍ରଶାସନ ଏବେ ତତ୍ପର ହୋଇଛି । ଓଡ଼ିଆରଏଏଫର ତିନୋଟି ଟିମ୍ ଏବେ ତିନି ଗୋଟି ବ୍ଲକ୍‌ରେ ପହଞ୍ଚି ସାରିଛି । ଗ୍ରାଉଣ୍ଡ ଜିରୋରୁ କିଭଳି ସହାୟତା ସହ ଉଦ୍ଧାର କରାଯିବ ସେ ନେଇ ପ୍ରସ୍ତୁତି କରୁଛନ୍ତି ଓଡ଼ିଆରଏଏଫର ସଦସ୍ୟ ।


You Can Read:

ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ 'ଦାନା', ପବନର ବେଗ ରହିବ ୧୦୦ରୁ ୧୨୦ କି.ମି.: IMD ଡିଜି