ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ,୧।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଅନ୍ତରୀଣ ବଜେଟ୍ ୨୦୨୪ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ସଂସଦରେ ପ୍ରବେଶ କରିବା ପୂର୍ବରୁ ତାଙ୍କୁ ଦହି-ଚିନି ଖୁଆଇଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଏକ୍ସ ହ୍ୟାଣ୍ଡେଲରେ ଫଟୋ ଅପଲୋଡ୍ କରି ଏହି ସୂଚନା ଦିଆଯାଇଛି। ବଜେଟ ଉପସ୍ଥାପନା କରିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରାମାନ ମନ୍ତ୍ରୀ ଡକ୍ଟର ଭଗବତ କିଶାନରାଓ କରଦ ଏବଂ ପଙ୍କଜ ଚୌଧୁରୀ ଏବଂ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ […] The post ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ appeared first on Dharitri Odia News.
ନୂଆଦିଲ୍ଲୀ,୧।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଅନ୍ତରୀଣ ବଜେଟ୍ ୨୦୨୪ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ସଂସଦରେ ପ୍ରବେଶ କରିବା ପୂର୍ବରୁ ତାଙ୍କୁ ଦହି-ଚିନି ଖୁଆଇଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଏକ୍ସ ହ୍ୟାଣ୍ଡେଲରେ ଫଟୋ ଅପଲୋଡ୍ କରି ଏହି ସୂଚନା ଦିଆଯାଇଛି।
ବଜେଟ ଉପସ୍ଥାପନା କରିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରାମାନ ମନ୍ତ୍ରୀ ଡକ୍ଟର ଭଗବତ କିଶାନରାଓ କରଦ ଏବଂ ପଙ୍କଜ ଚୌଧୁରୀ ଏବଂ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ତାଙ୍କର ଷଷ୍ଠ ବଜେଟ୍ ଉପସ୍ଥାପନ କରିବେ। ଏହା ସହିତ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାର୍ଜୀ ଦେଶାଇଙ୍କ ରେକର୍ଡ ସହିତ ସମକକ୍ଷ ହେବେ। ଅର୍ଥମନ୍ତ୍ରୀ ଥିବା ସମୟରେ ଦେଶାଇ ୧୯୫୯ ରୁ ୧୯୬୪ ମଧ୍ୟରେ ପାଞ୍ଚଟି ବାର୍ଷିକ ବଜେଟ୍ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ।
Union Minister of Finance and Corporate Affairs Smt Nirmala Sitharaman along with Ministers of State Dr Bhagwat Kishanrao Karad and Shri Pankaj Chaudhary and senior officials of the Ministry of Finance called on President Droupadi Murmu at Rashtrapati Bhavan before presenting the… pic.twitter.com/miwSv8r4dE
— President of India (@rashtrapatibhvn) February 1, 2024
The post ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ appeared first on Dharitri Odia News.