ପ୍ରଥମ ଦିନ ୩୦୦ କୋଟି କ୍ଲବରେ ପହଞ୍ଚିବ ‘ପୁଷ୍ପା ୨’

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ‘ପୁଷ୍ପା ୨: ଦି ରୁଲ୍‌’ ଫିଲ୍ମ ଆସନ୍ତା ୫ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମକୁ ନେଇ ସିନେପ୍ରେମୀ ଓ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ତେବେ ରିଲିଜ୍‌ ହେବା ସହ ‘ପୁଷ୍ପା ୨: ଦି ରୁଲ୍‌’ ବକ୍ସ ଅଫିସରେ ଧମାଲ ମଚାଇବ ବୋଲି ଅନୁମାନ କରାଯାଉଛି। ଆସନ୍ତା ୫ରେ ରିଲିଜ୍‌ ହେବା ପୂର୍ବରୁ ‘ପୁଷ୍ପା ୨: ଦି […] The post ପ୍ରଥମ ଦିନ ୩୦୦ କୋଟି କ୍ଲବରେ ପହଞ୍ଚିବ ‘ପୁଷ୍ପା ୨’ appeared first on Dharitri Odia News.

ପ୍ରଥମ ଦିନ ୩୦୦ କୋଟି କ୍ଲବରେ ପହଞ୍ଚିବ ‘ପୁଷ୍ପା ୨’

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ‘ପୁଷ୍ପା ୨: ଦି ରୁଲ୍‌’ ଫିଲ୍ମ ଆସନ୍ତା ୫ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମକୁ ନେଇ ସିନେପ୍ରେମୀ ଓ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ତେବେ ରିଲିଜ୍‌ ହେବା ସହ ‘ପୁଷ୍ପା ୨: ଦି ରୁଲ୍‌’ ବକ୍ସ ଅଫିସରେ ଧମାଲ ମଚାଇବ ବୋଲି ଅନୁମାନ କରାଯାଉଛି। ଆସନ୍ତା ୫ରେ ରିଲିଜ୍‌ ହେବା ପୂର୍ବରୁ ‘ପୁଷ୍ପା ୨: ଦି ରୁଲ୍‌’ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି। ତେବେ ବିଭିନ୍ନ ଫିଲ୍ମର ବକ୍ସ ଅଫିସ୍‌ କଲେକ୍ସନକୁ ନେଇ ବିଶ୍ଳେଷଣ କରୁଥିବା ମିଡିଆ କମ୍ପାନୀ ‘ସାକ୍‌ନିଲ୍କ’ର ଏକ ଆକଳନ ସାମ୍‌ନାକୁ ଆସିଛି। ରିଲିଜ୍‌ ହେବାର ପ୍ରଥମ ଦିନରେ ‘ପୁଷ୍ପା ୨: ଦି ରୁଲ୍‌’ ଫିଲ୍ମ ବିଶ୍ୱବ୍ୟାପୀ ୩୦୩ କୋଟି ଟଙ୍କା ସଂଗ୍ରହ କରିବ ବୋଲି ଉକ୍ତ ରିପୋର୍ଟ କହିଛି। ସେହିପରି ଏହି ଚଳଚ୍ଚିତ୍ର ପ୍ରଥମ ଦିନ ଘରୋଇ ବକ୍ସ ଅଫିସ୍‌ରୁ ୨୩୩ କୋଟି ଟଙ୍କା ରୋଜଗାର କରିବ।
ଉକ୍ତ ରିପୋର୍ଟ ଅନୁଯାୟୀ, ପ୍ରଥମ ଦିନ କେବଳ ବିଦେଶୀ ବକ୍ସ ଅଫିସ କଲେକ୍ସନରେ ଏହି ଚଳଚ୍ଚିତ୍ର ୭୦ କୋଟି ଟଙ୍କା ରୋଜଗାର କରିବ। ଯଦି ଏପରି ଘଟେ, ତେବେ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଭାବେ ‘ପୁଷ୍ପା ୨: ଦି ରୁଲ୍‌’ ରିଲିଜ୍‌ ହେବାର ପ୍ରଥମ ଦିନରେ ୩୦୦ କୋଟି କ୍ଲବ୍‌ରେ ପହଞ୍ଚି ଇତିହାସ ରଚିବ।

The post ପ୍ରଥମ ଦିନ ୩୦୦ କୋଟି କ୍ଲବରେ ପହଞ୍ଚିବ ‘ପୁଷ୍ପା ୨’ appeared first on Dharitri Odia News.