୫- ଟି ଅଧ୍ୟାୟରେ ପଡିବ ପୂର୍ଣ୍ଣଚ୍ଛେଦ: ପ୍ରଶାସନିକ ବ୍ୟବସ୍ଥାରୁ ହଟୁଛି ୫-ଟି

କନକ ବ୍ୟୁରୋ: ଫାଇଭ-ଟି ଅଧ୍ୟାୟରେ ପଡ଼ିବ ପୂର୍ଣ୍ଣଛେଦ। ରାଜ୍ୟରେ ସରକାର ବଦଳିବା ପରେ ଫାଇବ-ଟି ବ୍ୟବସ୍ଥାକୁ ସରକାରୀ ସ୍ତରରେ ହଟାଇବା ପ୍ରିକ୍ରିୟା ଆରମ୍ଭ ହୋଇଛି। କେବଳ ଫାଇଭ-ଟି ନୁହଁ ମୋ ସରକାର ମଧ୍ୟ ବନ୍ଦ କରୁଛନ୍ତି ବିଜେପି ସରକାର। ସରକାରୀ ଛାପରୁ ହଟୁଛି ଫାଇଭ-ଟି ଓ ମୋ ସରକାର । ଏବେ ରାଜ୍ୟରେ ନୂଆ ସରକାର ଆସିବା ପରେ ଏ ନେଇ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ସରକାରୀ ୱେବସାଇଟ କଥା କହୁନ୍ତୁ, ବିଭିନ୍ନ ଅଫିସ ହେଉ […] The post ୫- ଟି ଅଧ୍ୟାୟରେ ପଡିବ ପୂର୍ଣ୍ଣଚ୍ଛେଦ: ପ୍ରଶାସନିକ ବ୍ୟବସ୍ଥାରୁ ହଟୁଛି ୫-ଟି first appeared on Kanak News.

୫- ଟି ଅଧ୍ୟାୟରେ ପଡିବ ପୂର୍ଣ୍ଣଚ୍ଛେଦ: ପ୍ରଶାସନିକ ବ୍ୟବସ୍ଥାରୁ ହଟୁଛି ୫-ଟି

କନକ ବ୍ୟୁରୋ: ଫାଇଭ-ଟି ଅଧ୍ୟାୟରେ ପଡ଼ିବ ପୂର୍ଣ୍ଣଛେଦ। ରାଜ୍ୟରେ ସରକାର ବଦଳିବା ପରେ ଫାଇବ-ଟି ବ୍ୟବସ୍ଥାକୁ ସରକାରୀ ସ୍ତରରେ ହଟାଇବା ପ୍ରିକ୍ରିୟା ଆରମ୍ଭ ହୋଇଛି। କେବଳ ଫାଇଭ-ଟି ନୁହଁ ମୋ ସରକାର ମଧ୍ୟ ବନ୍ଦ କରୁଛନ୍ତି ବିଜେପି ସରକାର।

ସରକାରୀ ଛାପରୁ ହଟୁଛି ଫାଇଭ-ଟି ଓ ମୋ ସରକାର । ଏବେ ରାଜ୍ୟରେ ନୂଆ ସରକାର ଆସିବା ପରେ ଏ ନେଇ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ସରକାରୀ ୱେବସାଇଟ କଥା କହୁନ୍ତୁ, ବିଭିନ୍ନ ଅଫିସ ହେଉ ବା ରାସ୍ତା ଘାଟ ସବୁଠାରେ ଏହି ଫାଇଭ-ଟି ଓ ମୋ ସରକାର ଛାପ ଧିରେ ଧିରେ ହଜିଯିବାକୁ ବସିଛି । ୨୦୧୯ରୁ ୨୦୨୦୪ ଯାଏଁ ସରକାରୀ ସ୍ତରରେ ଏହି ୫-ଟି ଓ ମୋ ସରକାର ଛାଇ ଯାଇଥିଲା । ଏବେ ଅଘୋଷିତ ନିର୍ଦ୍ଦେଶରେ ୫ଟି ଓ ମୋ ସରକାର ଧିରେ ଧିରେ ହଟାଚାଲିଛି ।

ଗତ ୫ ବର୍ଷର ସରକାର ୫-ଟିକୁ ରୂପାନ୍ତରିତ ହୋଇଥିଲା । ୫ଟି ସଚିବ ଥିଲେ ଭି.କେ.ପାଣ୍ଡିଆନ । ପରେ ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଇ ଅଧ୍ୟକ୍ଷ ହୋଇଥିଲେ । ୫-ଟି ଇଙ୍ଗିତରେ ସରକାର ଚାଲିଥିଲା । ଏବେ ସରକାର ପରିବର୍ତ୍ତନ ପରେ ପ୍ରଥମେ ସ୍କୁଲଗୁଡିକରୁ ଫାଇଭ-ଟି ଲୋଗୋ ହଟିଛି । ଆଉ ମୋ ସରକାର ବ୍ୟବସ୍ଥାକୁ ସରକାରୀ ୱେବସାଇଟରୁ ପ୍ରତ୍ୟାହାର କରାଯାଉଛି ।

ବୁଧବାରଦିନ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ବ୍ୟବସ୍ଥାରୁ ଫାଇଭ-ଟି ଟାର୍ଟରକୁ ହଟାଇଦେଇଛନ୍ତି ନୂଆ ସରକାର। ଏହା ସହ ହଟିଛି ମୋ ସରକାର । ତେଣୁ ଆଗକୁ ସରକାରୀ ବ୍ୟବସ୍ଥାରୁ ୫ଟି ଓ ମୋ ସରକାର ଇତିହାସ ପାଲଟିବାକୁ ଯାଉଛି ।

The post ୫- ଟି ଅଧ୍ୟାୟରେ ପଡିବ ପୂର୍ଣ୍ଣଚ୍ଛେଦ: ପ୍ରଶାସନିକ ବ୍ୟବସ୍ଥାରୁ ହଟୁଛି ୫-ଟି first appeared on Kanak News.