ଏଆଇ ବଞ୍ଚାଇଦେଲା ହାତୀଙ୍କ ଜୀବନ: ଖବର ପାଇ ଅଟକିଗଲା ଟ୍ରାକରେ ଟ୍ରେନ

କନକ ବ୍ୟୁରୋ:  ନୂଆ ଟେକ୍ନୋଲୋଜି ଦେଲା ନୂଆ ଜୀବନ। ଏଆଇ କ୍ୟାମେରା ବଞ୍ଚାଇ ଦେଲା ହାତୀଙ୍କ ଜୀବନ। ରାଉରକେଲା ଡିଭିଜନରୁ ଏପରି ଏକ ଭଲ ଖବର ଆସିଛି। ଏଆଇ କ୍ୟାମେରା ଯୋଗୁଁ ଏକ ହାତୀପଲକୁ ଟ୍ରେନ୍ ସହ ମୁହାଁମୁହିଁ ହେବାରୁ ରୋକାଯାଇ ପାରିଛି। ଆଗକୁ ବଣାଇ, ରାଉରକେଲା, ଢେଙ୍କାନାଳ ଓ ସାତକୋଶିଆରେ ଏଆଇ କ୍ୟାମେରା ଲଗାଇବାକୁ ଯୋଜନା ଚାଲିଛି। ବଡ଼ ଦୁର୍ଘଟଣାରୁ ବର୍ତିଗଲେ ଗଜରାଜ। ଏଆଇ ଉତୋଳନ କରିଥିବା ଭିଡିଓରେ ୧୨ଟିକିଆ ହାତୀପଲ ରାଉରକେଲା ବନଖଣ୍ଡର ଜଙ୍ଗଲ ଭିତର ଦେଇ ବନ୍ଧମୁଣ୍ଡା ଓ ବରସୁଆଁ ରେଳ ଧାରଣା ଆଡକୁ ଯାଉଥିବା ଦେଖାଯାଉଛି। ଅନ୍ୟପଟେ ଠିକ ସେହି ସମୟରେ ଟ୍ରାକରେ ଆସୁଥିଲା ଟ୍ରେନ। ଟ୍ରେନଟି ରାଉରକେଲା ଇସ୍ପାତ କାରଖାନାକୁ ନେଉଥିଲା ଖଣିଜ ଦ୍ରବ୍ୟ । ଟ୍ରେନକୁ ଦେଖି ଏଆଇ ଦ୍ବାରା ହାତୀଙ୍କ ରିୟଲ ଟାଇମ ଲାଇଭ ଭିଡିଓ ସିଧାସଳଖ  ବନବିଭାଗ କଂଟ୍ରୋଲ ରୁମକୁ ଆସିଥିଲା। ଫଳରେ ସେମାନେ ରେଳ ଅଧିକାରୀଙ୍କ ସହ ଯୋଗାଯୋଗ କରି ଟ୍ରେନକୁ ଅଟକାଇ ଦେଇଥିଲେ । ଫଳରେ ସୁରକ୍ଷିତ ଭାବରେ ହାତୀପଲ ଟ୍ରାକ ପାରିହୋଇ ଜଙ୍ଗଲ ଭିତରକୁ ଯାଇପାରିଥିଲେ।  ଆଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଯୋଗୁଁ ବଞ୍ଚିଯାଇଛି ଗଜରାଜଙ୍କ ଜୀବନ। ବାରମ୍ବାର ହାତୀମୃତ୍ୟୁ ଘଟଣା ପରେ ବନ୍ୟପ୍ରାଣିଙ୍କ ସୁରକ୍ଷା ପାଇଁ ଏଆଇ ଟେକନୋଲଜିର  ସହାୟତା ନେଇଛି ବନବିଭାଗ। ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ପାଖରେ କର୍ମଚାରୀଙ୍କ ଅଭାବ ରହିଛି। ତେଣୁ ଟେକ୍ନ

ଏଆଇ ବଞ୍ଚାଇଦେଲା ହାତୀଙ୍କ ଜୀବନ: ଖବର ପାଇ ଅଟକିଗଲା ଟ୍ରାକରେ ଟ୍ରେନ

କନକ ବ୍ୟୁରୋ:  ନୂଆ ଟେକ୍ନୋଲୋଜି ଦେଲା ନୂଆ ଜୀବନ। ଏଆଇ କ୍ୟାମେରା ବଞ୍ଚାଇ ଦେଲା ହାତୀଙ୍କ ଜୀବନ। ରାଉରକେଲା ଡିଭିଜନରୁ ଏପରି ଏକ ଭଲ ଖବର ଆସିଛି। ଏଆଇ କ୍ୟାମେରା ଯୋଗୁଁ ଏକ ହାତୀପଲକୁ ଟ୍ରେନ୍ ସହ ମୁହାଁମୁହିଁ ହେବାରୁ ରୋକାଯାଇ ପାରିଛି। ଆଗକୁ ବଣାଇ, ରାଉରକେଲା, ଢେଙ୍କାନାଳ ଓ ସାତକୋଶିଆରେ ଏଆଇ କ୍ୟାମେରା ଲଗାଇବାକୁ ଯୋଜନା ଚାଲିଛି।

ବଡ଼ ଦୁର୍ଘଟଣାରୁ ବର୍ତିଗଲେ ଗଜରାଜ। ଏଆଇ ଉତୋଳନ କରିଥିବା ଭିଡିଓରେ ୧୨ଟିକିଆ ହାତୀପଲ ରାଉରକେଲା ବନଖଣ୍ଡର ଜଙ୍ଗଲ ଭିତର ଦେଇ ବନ୍ଧମୁଣ୍ଡା ଓ ବରସୁଆଁ ରେଳ ଧାରଣା ଆଡକୁ ଯାଉଥିବା ଦେଖାଯାଉଛି। ଅନ୍ୟପଟେ ଠିକ ସେହି ସମୟରେ ଟ୍ରାକରେ ଆସୁଥିଲା ଟ୍ରେନ। ଟ୍ରେନଟି ରାଉରକେଲା ଇସ୍ପାତ କାରଖାନାକୁ ନେଉଥିଲା ଖଣିଜ ଦ୍ରବ୍ୟ । ଟ୍ରେନକୁ ଦେଖି ଏଆଇ ଦ୍ବାରା ହାତୀଙ୍କ ରିୟଲ ଟାଇମ ଲାଇଭ ଭିଡିଓ ସିଧାସଳଖ  ବନବିଭାଗ କଂଟ୍ରୋଲ ରୁମକୁ ଆସିଥିଲା। ଫଳରେ ସେମାନେ ରେଳ ଅଧିକାରୀଙ୍କ ସହ ଯୋଗାଯୋଗ କରି ଟ୍ରେନକୁ ଅଟକାଇ ଦେଇଥିଲେ । ଫଳରେ ସୁରକ୍ଷିତ ଭାବରେ ହାତୀପଲ ଟ୍ରାକ ପାରିହୋଇ ଜଙ୍ଗଲ ଭିତରକୁ ଯାଇପାରିଥିଲେ।  ଆଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଯୋଗୁଁ ବଞ୍ଚିଯାଇଛି ଗଜରାଜଙ୍କ ଜୀବନ।

ବାରମ୍ବାର ହାତୀମୃତ୍ୟୁ ଘଟଣା ପରେ ବନ୍ୟପ୍ରାଣିଙ୍କ ସୁରକ୍ଷା ପାଇଁ ଏଆଇ ଟେକନୋଲଜିର  ସହାୟତା ନେଇଛି ବନବିଭାଗ। ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗ ପାଖରେ କର୍ମଚାରୀଙ୍କ ଅଭାବ ରହିଛି। ତେଣୁ ଟେକ୍ନୋଲୋଜି ମାଧ୍ୟମରେ  ଜଙ୍ଗଲରେ ଥିବା ଜୀବଜନ୍ତୁଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରୁଛି। ଏଆଇ ରିୟଲ ଟାଇମ ଭିଡ଼ିଓ ଦ୍ବାରା ମୁଖ୍ୟାଳୟରେ ବସି ପୁରା ଜଙ୍ଗଲକୁ ଦେଖିପାରୁଛନ୍ତି ଅଧିକାରୀ । ଜଙ୍ଗଲ ସାରା ୩୬୦ ଡିଗ୍ରୀରେ ନିଜ ଚାରିପାଖ ବୁଲି ଭିଡ଼ିଓ ଉତୋଳନ କରିପାରିବ ଏଆଇ। ତେଣୁ ପାଇଲଟ ପ୍ରୋଜେକ୍ଟ ଭାବେ ରାଉରକେଲା ବନଖଣ୍ଡର ବନ୍ଧମୁଣ୍ଡା ଓ ବରସୁଆଁ  ଅଂଚଳରେ ଲାଗିଥିଲା ଏହି କ୍ୟାମେରା। ଯାହାର ସୁଫଳ ଆଜି ବନବିଭାଗକୁ ମିଳିଛି। 

ଟ୍ରେନ ଦୁର୍ଘଟଣା, ଶିକାର ଓ ବିଦ୍ୟୁତ ସଂଯୋଗ ଯୋଗୁଁ ରାଜ୍ୟରେ ଗଜରାଜ ବିପଦରେ। ଯାହାକୁ ନେଇ ଉଦବେଗ ପ୍ରକାଶ କରିବା ସହ ରିପୋର୍ଟ ମାଗିଥିଲେ ହାଇକୋର୍ଟ। ହାତୀ ମୃତ୍ୟୁ ମାମଲା ରୋକିବା ପାଇଁ ବନବିଭାଗ ପ୍ରସ୍ତୁତ କରିଛି ଆକ୍ସନ ପ୍ଲାନ । ନିର୍ଦ୍ଧାରିତ ତାରିଖରେ ଏହାକୁ ହାଇକୋର୍ଟରେ ଦାଖଲ କରିବ।