୫ ଦିନିଆ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ମୁଖ୍ୟମନ୍ତ୍ରୀ; ପ୍ରାକ୍ ବଜେଟ୍ ବୈଠକରେ ରଖିବେ ଓଡ଼ିଶାର ଦାବି
ଭୁବନେଶ୍ୱର,୨୦।୧୨: ୫ ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ପ୍ରାକ୍ ବଜେଟ୍ ବୈଠକରେ ଯୋଗ ଦେବେ । ସେଠାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ବାର୍ଥ ନେଇ ଦାବି ଉପସ୍ଥାପନ କରିବେ । ଏହାଛଡ଼ା ମୁଖ୍ୟମନ୍ତ୍ରୀ ୨୧ରେ ରାଜସ୍ଥାନରେ ହେବାକୁ ଥିବା ଜିଏସ୍ଟି ପରିଷଦର ୫୫ତମ ବୈଠକରେ ଯୋଗ ଦେବେ । ଜାନୁଆରୀ ମାସରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିବେ । ୫ ଦିନିଆ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ୨୩ ତାରିଖ ଅପରାହ୍ଣରେ ଓଡ଼ିଶା ଫେରିବାର କାର୍ଯ୍ୟସୂଚୀ ରହିଛି । ସୂଚନା ମୁଖ୍ୟମନ୍ତ୍ରୀ ଗୁରୁବାର ସନ୍ଧ୍ୟାରୁ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଶୁକ୍ରବାର ଅର୍ଥମନ୍ତ୍ରୀମାନଙ୍କ ବୈଠକରେ ସେ ସାମିଲ ହୋଇ କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅଧିକ ପାଣ୍ଠି ଦେବାକୁ ଦାବି ରଖିବେ । ରାଜ୍ୟରେ ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବାକୁ ସ୍ୱତନ୍ତ୍ର ସହାୟତା ଯୋଜନାରେ ପାଣ୍ଠି ବରାଦ ସହ ବାର୍ଷିକ ଆବଣ୍ଟନର ଆଗୁଆ ସୂଚନା ଦେବାକୁ ରାଜ୍ୟ ଦାବି ରଖିବ । ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା, ଗ୍ରିନ୍ ଏନର୍ଜି କରିଡର ପାଇଁ କେନ୍ଦ୍ରୀୟ ସହାୟତା, ପାରାଦୀପ ବନ୍ଦରର ସଂପ୍ରସାରଣ ସହ ଉପକୂଳ ରାଜପଥ କାମକୁ ତ୍ୱରିତ କରିବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିବେ ବୋ
ଭୁବନେଶ୍ୱର,୨୦।୧୨: ୫ ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ପ୍ରାକ୍ ବଜେଟ୍ ବୈଠକରେ ଯୋଗ ଦେବେ । ସେଠାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ବାର୍ଥ ନେଇ ଦାବି ଉପସ୍ଥାପନ କରିବେ । ଏହାଛଡ଼ା ମୁଖ୍ୟମନ୍ତ୍ରୀ ୨୧ରେ ରାଜସ୍ଥାନରେ ହେବାକୁ ଥିବା ଜିଏସ୍ଟି ପରିଷଦର ୫୫ତମ ବୈଠକରେ ଯୋଗ ଦେବେ । ଜାନୁଆରୀ ମାସରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିବେ । ୫ ଦିନିଆ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ୨୩ ତାରିଖ ଅପରାହ୍ଣରେ ଓଡ଼ିଶା ଫେରିବାର କାର୍ଯ୍ୟସୂଚୀ ରହିଛି ।
ସୂଚନା ମୁଖ୍ୟମନ୍ତ୍ରୀ ଗୁରୁବାର ସନ୍ଧ୍ୟାରୁ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଶୁକ୍ରବାର ଅର୍ଥମନ୍ତ୍ରୀମାନଙ୍କ ବୈଠକରେ ସେ ସାମିଲ ହୋଇ କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅଧିକ ପାଣ୍ଠି ଦେବାକୁ ଦାବି ରଖିବେ । ରାଜ୍ୟରେ ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବାକୁ ସ୍ୱତନ୍ତ୍ର ସହାୟତା ଯୋଜନାରେ ପାଣ୍ଠି ବରାଦ ସହ ବାର୍ଷିକ ଆବଣ୍ଟନର ଆଗୁଆ ସୂଚନା ଦେବାକୁ ରାଜ୍ୟ ଦାବି ରଖିବ । ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା, ଗ୍ରିନ୍ ଏନର୍ଜି କରିଡର ପାଇଁ କେନ୍ଦ୍ରୀୟ ସହାୟତା, ପାରାଦୀପ ବନ୍ଦରର ସଂପ୍ରସାରଣ ସହ ଉପକୂଳ ରାଜପଥ କାମକୁ ତ୍ୱରିତ କରିବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିବେ ବୋଲି ସୂଚନା ମିଳିଛି । ଓଡ଼ିଶାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଲୋକଙ୍କ ପାଇଁ ଅଧିକ ଆବାସ ଘର ଯୋଗାଇବାକୁ ମଧ୍ୟ ଦାବି ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସେପଟେ ରାଜସ୍ଥାନରେ ୨୧ରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ମତ ରଖିବେ । ମୁଖ୍ୟମନ୍ତ୍ରୀ ରାଜସ୍ଥାନରୁ ୨୨ରେ ଦିଲ୍ଲୀ ଫେରିବେ । ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ, ଜେପି ନଡ୍ଡା ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଭେଟି ଜାନୁଆରୀ ୮ରୁ ୧୦ ଯାଏ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଓ ଜାନୁଆରୀ ୨୮/୨୯ରେ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା-ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫’ରେ ଯୋଗ ଦେବାକୁ ନିମନ୍ତ୍ରଣ କରିବେ ।