ଫୁଟ୍ବଲର ହେବାକୁ ଚାହୁଁଥିଲେ ଟାଇଗର
ମୁମ୍ବାଇ: ବଲିଉଡ୍ରେ ଅନେକ ଉଦୀୟମାନ ତାରକା ରହିଥିବା ବେଳେ ବରିଷ୍ଠ ଅଭିନେତା ଜ୍ୟାକି ଶ୍ରଫ୍ଙ୍କ ପୁଅ ଟାଇଗର ଶ୍ରଫ୍ ସେମାନଙ୍କ ମଧ୍ୟରୁ ଅନ୍ୟତମ। ବଲିଉଡ୍ର ଏହି ଷ୍ଟାର ସନ୍ତାନ ଖୁବ୍ଶୀଘ୍ର ସଫଳତାର ଶୀର୍ଷକୁ ସ୍ପର୍ଶ କରିଛନ୍ତି। ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରିଥିବା ଟାଇଗର୍ ଶନିବାର ନିଜ ୩୫ ତମ ଜନ୍ମଦିନ ବହୁ ଧୁମଧାମରେ ପାଳନ କରିଛନ୍ତି। ଏହି ଅବସରରେ ସେ ପିଲାଦିନେ ଫୁଟବଲର ହେବାକୁ ଚାହୁଥିବା ନେଇ ପ୍ରକାଶ କରିଛନ୍ତି। ନିଜ ଜନ୍ମଦିନ ଅବସରରେ […] The post ଫୁଟ୍ବଲର ହେବାକୁ ଚାହୁଁଥିଲେ ଟାଇଗର appeared first on Dharitri Odia News.
ମୁମ୍ବାଇ: ବଲିଉଡ୍ରେ ଅନେକ ଉଦୀୟମାନ ତାରକା ରହିଥିବା ବେଳେ ବରିଷ୍ଠ ଅଭିନେତା ଜ୍ୟାକି ଶ୍ରଫ୍ଙ୍କ ପୁଅ ଟାଇଗର ଶ୍ରଫ୍ ସେମାନଙ୍କ ମଧ୍ୟରୁ ଅନ୍ୟତମ। ବଲିଉଡ୍ର ଏହି ଷ୍ଟାର ସନ୍ତାନ ଖୁବ୍ଶୀଘ୍ର ସଫଳତାର ଶୀର୍ଷକୁ ସ୍ପର୍ଶ କରିଛନ୍ତି। ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରିଥିବା ଟାଇଗର୍ ଶନିବାର ନିଜ ୩୫ ତମ ଜନ୍ମଦିନ ବହୁ ଧୁମଧାମରେ ପାଳନ କରିଛନ୍ତି। ଏହି ଅବସରରେ ସେ ପିଲାଦିନେ ଫୁଟବଲର ହେବାକୁ ଚାହୁଥିବା ନେଇ ପ୍ରକାଶ କରିଛନ୍ତି।
ନିଜ ଜନ୍ମଦିନ ଅବସରରେ ଟାଇଗର୍ ଦେଇଥିବା ଏକ ସାକ୍ଷାତକାରରେ, ପିଲାବେଳୁ ସେ ଅଭିନୟ ପ୍ରତି ଆଗ୍ରହୀ ନ ଥିବା ଦର୍ଶାଇଛନ୍ତି। ପିଲାଦିନୁ ଫୁଟବଲ୍ ଖେଳ ପ୍ରତି ତାଙ୍କର ବେଶ୍ ଦୁର୍ବଳତା ଥିଲା ଓ ସେତେବେଳେ ସେ ଫୁଟବଲ୍ ଖେଳରେ ନିଜ କ୍ୟାରିୟର କରିବାକୁ ମନସ୍ଥ କରିଥିବା ଟାଇଗର କହିଛନ୍ତି। ଜ୍ୟାକି ଶ୍ରଫ୍ଙ୍କ ଭଳି ଜଣେ ଅଭିନେତାଙ୍କ ସନ୍ତାନ ହୋଇଥିବାରୁ ପିଲାବେଳେ ତାଙ୍କୁ ଅଭିନୟ କରିବାକୁ ବହୁ ଅଫର ଆସୁଥିବା ବେଳେ ସେଗୁଡିକୁ ସେ ମନା କରି ଦେଉଥିବା ନେଇ ଟାଇଗର୍ କହିଛନ୍ତି। ଫୁଟବଲ୍ରେ ଭାରତ ପାଇଁ ଖେଳିବାକୁ ଲକ୍ଷ୍ୟ ରଖିଥିବା ଟାଇଗର ପରେ ବିଶେଷ ସ୍କୋପ ନ ପାଇ ଅଭିନୟକୁ କ୍ୟାରିୟର ପାଇଁ ବାଛି ଥିବା ଏହି ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ୨୦୧୪ରେ ‘ହିରୋପନ୍ଥି’ ଚଳଚ୍ଚିତ୍ରରୁ ଟାଇଗର ତାଙ୍କ ବଲିଉଡ୍ କ୍ୟାରୟର୍ ଆରମ୍ଭ କରିଥିବା ବେଳେ ଏହାପରେ ସେ ଆଉ ପଛକୁ ଫେରି ନାହାନ୍ତି। ନିଜର କଠିନ ପରିଶ୍ରମ ଓ ନିଖୁଣ ଅଭିନୟ ବଳରେ ବଲିଉଡ୍ରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
The post ଫୁଟ୍ବଲର ହେବାକୁ ଚାହୁଁଥିଲେ ଟାଇଗର appeared first on Dharitri Odia News.