ଯେତେ ରୋଜଗାର କଲେ ଅଣ୍ଟୁ ନାହିଁ କି? ଜାଣନ୍ତୁ କ’ଣ …
ଯେତେ ରୋଜଗାର କଲେ ଅଣ୍ଟୁ ନାହିଁ କି ? ଘରେ ସବୁ ବେଳେ ଦେଖାଯାଉଛି କି ଅଭାବ ତେବେ ନିଶ୍ଚୟ ଜାଣନ୍ତୁ ଏ ବିଷୟରେ। ଆର୍ଥିକ ସମସ୍ୟା ଦୂର କରିବାକୁ ଚାହୁଁଥିଲେ ଜାଣନ୍ତୁ କ’ଣ କୁହେ ବାସ୍ତୁ ଶାସ୍ତ୍ର। ଉତ୍ତର ଦିଗକୁ ଅପରିଷ୍କାର କରି ରଖନ୍ତୁ ନାହିଁ। କାହିଁକି ନା ଏହି ଦିଗ ଧନ ଏବଂ ସମୃଦ୍ଧି ଦ୍ୱାରା ଜଡ଼ିତ। ଏହି ଦିଗରେ ୨୪ ଘଣ୍ଟା ଆଲୋକ ପଡ଼ିବା ନିହାତି ଦରକାର। ଏହି ପରି ସକାରାତ୍ମକ ଊର୍ଜା […] The post ଯେତେ ରୋଜଗାର କଲେ ଅଣ୍ଟୁ ନାହିଁ କି? ଜାଣନ୍ତୁ କ’ଣ … appeared first on Dharitri Odia News.
ଯେତେ ରୋଜଗାର କଲେ ଅଣ୍ଟୁ ନାହିଁ କି ? ଘରେ ସବୁ ବେଳେ ଦେଖାଯାଉଛି କି ଅଭାବ ତେବେ ନିଶ୍ଚୟ ଜାଣନ୍ତୁ ଏ ବିଷୟରେ। ଆର୍ଥିକ ସମସ୍ୟା ଦୂର କରିବାକୁ ଚାହୁଁଥିଲେ ଜାଣନ୍ତୁ କ’ଣ କୁହେ ବାସ୍ତୁ ଶାସ୍ତ୍ର।
ଉତ୍ତର ଦିଗକୁ ଅପରିଷ୍କାର କରି ରଖନ୍ତୁ ନାହିଁ। କାହିଁକି ନା ଏହି ଦିଗ ଧନ ଏବଂ ସମୃଦ୍ଧି ଦ୍ୱାରା ଜଡ଼ିତ। ଏହି ଦିଗରେ ୨୪ ଘଣ୍ଟା ଆଲୋକ ପଡ଼ିବା ନିହାତି ଦରକାର। ଏହି ପରି ସକାରାତ୍ମକ ଊର୍ଜା ଆଣିବାକୁ ହେଲେ ଘରେ ଝରକା ସାମ୍ନାରେ ଏକ ଦର୍ପଣ ରଖନ୍ତୁ। ଧନକୁ ଆକର୍ଷିତ କରିବାକୁ ହେଲେ ଘରର ଉତ୍ତର ଦିଗରେ ଏକ ଛୋଟ ପାଣିର ପାତ୍ର କିମ୍ବା ଆକ୍ୱାରିୟମ୍ ରଖନ୍ତୁ।
ସମୃଦ୍ଧି ଆକର୍ଷିତ କରିବାକୁ ନିଜ ଘର କିମ୍ବା ଅଫିସ୍କୁ ସବୁଜ ରଙ୍ଗ ଲଗାନ୍ତୁ। ଘରେ ଆସୁଥିବା ସମସ୍ତ ବାଧାକୁ ଦୂର କରିବାକୁ ହେଲେ ଏବଂ ଧନ ବଢ଼ାଇବାକୁ ହେଲେ ଉତ୍ତର ଦିଗରେ ଘରେ କିମ୍ବା ଅଫିସ୍ର ଦ୍ୱାର ମୁହଁରେ ଭଗବାନ୍ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ।
ଆକର୍ଷିତ କରିବାକୁ ହେଲେ ଉତ୍ତର ଦିଗରେ ମନି ପ୍ଲାଣ୍ଟ କିମ୍ବା ତୁଳସୀ ଭଳି ଛୋଟ ଗଛ ଲଗାନ୍ତୁ
।ଦିଗରେ ଅଳିଆ ସାମଗ୍ରୀ ରଖିବାଠୁ ଦୂରେଇ ରୁହନ୍ତୁ। କାରଣ ଏହାଦ୍ୱାରା ଧନ ଏବଂ ସମୃଦ୍ଧିର ସ୍ରୋତ ସରିବାକୁ ଲାଗିବ। ନିଜ ଘର କିମ୍ବା କାର୍ଯ୍ୟାଳୟ ପାଇଁ ଲେଆଉଟ୍ ସହିତ ବାସ୍ତୁ ଡିଜାଇନ୍ର ଉପଯୋଗ କରନ୍ତୁ।
ସଞ୍ଚିତ ରଖିବାକୁ ହେଲେ ଉତ୍ତର ଦିଗରେ କ୍ରିଷ୍ଟଲ କିମ୍ବା ମାଣିକ ପନ୍ନା ଭଳି ରତ୍ନ ରଖନ୍ତୁ। ନିଜ ଘର କିମ୍ବା ଅଫିସ୍କୁ ସଫା ସୁତୁରା ଏବଂ ବ୍ୟବସ୍ଥିତ ରଖନ୍ତୁ। କାହିଁକି ନା ଅବ୍ୟବସ୍ଥା ନକାରାତ୍ମକ ଊର୍ଜାକୁ ଆକର୍ଷିତ କରିଥାଏ ଏବଂ ଧନର ପ୍ରବହକୁ କମ୍ କରିଥାଏ।
The post ଯେତେ ରୋଜଗାର କଲେ ଅଣ୍ଟୁ ନାହିଁ କି? ଜାଣନ୍ତୁ କ’ଣ … appeared first on Dharitri Odia News.