ରାଶିଫଳ: ରବିବାର, ଜୁନ୍‌ ୩୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅସୁବିଧାର ଆଶଙ୍କା କରି ମନ ଅସ୍ଥିର ରହିବ। ପୂର୍ବ ନିର୍ଦ୍ଧାରିତ ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଘଟିଲେ ମଧ୍ୟ ପ୍ରତ୍ୟାବର୍ତ୍ତନ ସମୟରେ ମନାନ୍ତର ଘଟିପାରେ। କର୍ମକ୍ଷେତ୍ରରେ ବିଳମ୍ବରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେବ। ସବୁ ସୁବିଧା ଥିଲେ ମଧ୍ୟ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିବେ। ବୃଷ ଶୁକ୍ରଙ୍କ ସୁପ୍ରଭାବରୁ ଦୈହିକ ସ୍ବାସ୍ଥ୍ୟରେ ଉନ୍ନତି ଓ ଦିନଟି ହର୍ଷୋତ୍‌ଫୁଲ୍ଲ ରହିବ। ସହକର୍ମୀଙ୍କ ଆନୁଗତ୍ୟରୁ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। […] The post ରାଶିଫଳ: ରବିବାର, ଜୁନ୍‌ ୩୦ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ଜୁନ୍‌ ୩୦ ତାରିଖ – Daily Horoscope
ମେଷ
ଆଜି ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅସୁବିଧାର ଆଶଙ୍କା କରି ମନ ଅସ୍ଥିର ରହିବ। ପୂର୍ବ ନିର୍ଦ୍ଧାରିତ ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଘଟିଲେ ମଧ୍ୟ ପ୍ରତ୍ୟାବର୍ତ୍ତନ ସମୟରେ ମନାନ୍ତର ଘଟିପାରେ। କର୍ମକ୍ଷେତ୍ରରେ ବିଳମ୍ବରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେବ। ସବୁ ସୁବିଧା ଥିଲେ ମଧ୍ୟ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିବେ।
ବୃଷ
ବୃଷ
ଶୁକ୍ରଙ୍କ ସୁପ୍ରଭାବରୁ ଦୈହିକ ସ୍ବାସ୍ଥ୍ୟରେ ଉନ୍ନତି ଓ ଦିନଟି ହର୍ଷୋତ୍‌ଫୁଲ୍ଲ ରହିବ। ସହକର୍ମୀଙ୍କ ଆନୁଗତ୍ୟରୁ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବନାହିଁ। ଆଲୋଚନା କାଳରେ ବିନା କାରଣରେ ଅନ୍ୟମାନଙ୍କ ରୋଷର କାରଣ ହୋଇପାରନ୍ତି।
ମିଥୁନ
ମିଥୁନ
ବୁଧଙ୍କ ଦ୍ୱାରା ବୌଦ୍ଧିକତାର ଅଭ୍ୟୁଦୟ ସାଙ୍ଗକୁ ଅର୍ଥନୈତିକ ଅଭିବୃଦ୍ଧି ଆମତ୍ତୃପ୍ତିର ପରିଚାୟକ ହେବ। ପାରିବାରିକ କ୍ଷେତ୍ରରେ ସ୍ଥିର ମନ ନେଇ କାମ କଲେ ସମସ୍ୟାର ସମାଧାନ ହେବ। ସାମାଜିକ ସ୍ତରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ଯେଉଁ ଜିନିଷଟିକୁ ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
କର୍କଟ
କର୍କଟ
ଭାଗ୍ୟ ଓ କର୍ମାଧିପଙ୍କ ଶୁଭତ୍ୱ କାରଣରୁ ଅନୁକୂଳ ବାତାବରଣ ମଧ୍ୟରେ ପ୍ରତ୍ୟେକ ସମସ୍ୟା ସୁଧାରି କାମ ହାସଲ କରିବେ। ସାମାଜିକ ସ୍ତରରେ, ସାଙ୍ଗଠନିକ କ୍ଷେତ୍ରରେ, ସାଂସ୍କୃତିକ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ତରବରିଆ ପଦକ୍ଷେପ ନେଲେ ହଇରାଣ ହେବେ। ବ୍ୟବସାୟରେ ଆଶାନୁରୂପ ସୁଫଳ ପାଇବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅଭିଯୋଗ ପାଇବେ। ମାତ୍ର ବାଗ୍ମିତା ବଳରେ ଅର୍ଥ ସମ୍ପର୍କୀୟ କୌଣସି ବିବାଦର ଅବସାନ ଘଟାଇ ପାରନ୍ତି। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ରର ଯାନ୍ତ୍ରିକ ତ୍ରୁଟି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାରେ ବିଳମ୍ବ କରାଇବ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ କେତେକାଂଶରେ ମନ୍ଥର କରିବାର ଆଶଙ୍କା ରହିଛି।
କନ୍ୟା
ଆଜି ମନ ପ୍ରଫୁଲ୍ଲ ରହିବ, କିନ୍ତୁ ନିକଟରେ ରହି ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ଅବହେଳା କାରଣରୁ ସ୍ଥଗିତ ରହିଥିବା କାମ ପାଇଁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଜମିଜମା ବିବାଦ କ୍ରମଶଃ ତୀବ୍ରତର ହେବାର ସୂଚନା ରହିଛି।
ତୁଳା
ତୁଳା
ସ୍ବାସ୍ଥ୍ୟ ସମସ୍ୟା କିଛି ମାତ୍ରାରେ ବୃଦ୍ଧି ପାଇଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ଯାହା ଓ ଯେମିତି କଲେ ମଧ୍ୟ ଈର୍ଷାଳୁଙ୍କ ଦ୍ୱାରା ସମାଲୋଚିତ ହେବାକୁ ପଡ଼ିବ। ବିବାଦୀୟ ପରିସ୍ଥିତିରେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ପାରିବାରିକ ଜୀବନରେ ସମ୍ପର୍କୀୟଙ୍କ ଅସହିଷ୍ଣୁତା ଅଶାନ୍ତିର କାରଣ ହୋଇପାରେ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ସୁବିଧା ସୁଯୋଗ ଆପଣାଛାଏଁ ଆସିବ ଓ ଆର୍ଥିକ ଦିଗଟି ଭଲ ରହିବ। ଆଜିର ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଆନୁଷ୍ଠାନିକ କିମ୍ବା ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଅନୁରାଧା ନକ୍ଷତ୍ରର ପରିବାର ସହ ଆଜିର ଭ୍ରମଣ ବେଶ୍‌ ଆନନ୍ଦଦାୟକ ହେବ।
ଧନୁ
ଧନୁ
ସାମୟିକ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ପାରିବାରିକ କ୍ଷେତ୍ରରେ ଅତୀତକୁ ଧରିବସିଲେ ବର୍ତ୍ତମାନକୁ ହରାଇବାକୁ ପଡ଼ିପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଉତ୍ତରାଷାଢ଼ା ନକ୍ଷତ୍ରର ଅର୍ଥ ଅଭାବ ହେତୁ ବନ୍ଧୁଙ୍କ ପାଖରେ ହାତ ପାତିବାକୁ ପଡ଼ିପାରେ।
ମକର
ମକର
ସମ୍ପର୍କୀୟଙ୍କ ପ୍ରତି ସୁସମ୍ପର୍କର ଅଭାବଜନିତ ଭାବପ୍ରବଣତା ବୃଦ୍ଧି ପାଇବ। କ୍ରୀଡ଼ା, ସାହିତ୍ୟ ଓ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇବେ, କିନ୍ତୁ ତଦନୁଯାୟୀ ପଦକ୍ଷେପ ନେବା କଷ୍ଟକର ହେବ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ। ପିଲାମାନଙ୍କ ପାଇଁ ମନ ଭାରାକ୍ରାନ୍ତ ରହିପାରେ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ସଫଳତା ହାସଲ କରିବେ। ପରିବାରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅସ୍ଥିରତା ଅନୁଭବ କରିପାରନ୍ତି। ପୂର୍ବଭାଦ୍ର ନକ୍ଷତ୍ର ବନ୍ଧୁ ଗହଣରେ ମିଥ୍ୟା ଭାଷଣରୁ ସମାଲୋଚିତ ହେବେ। ଆମତ୍ୀୟଙ୍କ ସମ୍ବନ୍ଧରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିବାର ଆଶଙ୍କା ରହିଛି।
ମୀନମୀନ

ଆଜି ଆପଣଙ୍କର ଏକାଧାରରେ ଶାରୀରିକ ଓ ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ କୂଟନୈତିକ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ। ଆନୁଷ୍ଠାନିକ କିମ୍ବା ପ୍ରଶାସନିକ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ରେବତୀ ନକ୍ଷତ୍ର ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଦାୟୀ କରି ଅନୁତପ୍ତ ହୋଇପାରନ୍ତି।

The post ରାଶିଫଳ: ରବିବାର, ଜୁନ୍‌ ୩୦ ତାରିଖ – Daily Horoscope appeared first on Dharitri Odia News.