ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କଲେ ଗ୍ରାମବାସୀ, ଗୁଣି ଗାରେଡିକୁ ନେଇ…

ମାଲକାନଗିରି,୧୫ା୯(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡର ସୁକ୍‌ମା ଜିଲାରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ଗ୍ରାମବାସୀ ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ୩ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି। ସେମାନେ ହେଲେ ମଉସମ୍‌ କନ୍ନାର, ତାଙ୍କ ସ୍ତ୍ରୀ ମଉସମ୍‌ ବିରି, ପୁଅ ମଉସମ୍‌ ବୁଚା, କର୍କା ଲାଚି ଓ ମାଉସମ୍‌ ଅର୍ଜୋ। ରବିବାର ଗାଁର କେତେକ ଲୋକ ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ହତ୍ୟା କରିଛନ୍ତି। କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ […] The post ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କଲେ ଗ୍ରାମବାସୀ, ଗୁଣି ଗାରେଡିକୁ ନେଇ… appeared first on Dharitri Odia News.

ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କଲେ ଗ୍ରାମବାସୀ, ଗୁଣି ଗାରେଡିକୁ ନେଇ…

ମାଲକାନଗିରି,୧୫ା୯(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡର ସୁକ୍‌ମା ଜିଲାରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ଗ୍ରାମବାସୀ ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ୩ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି। ସେମାନେ ହେଲେ ମଉସମ୍‌ କନ୍ନାର, ତାଙ୍କ ସ୍ତ୍ରୀ ମଉସମ୍‌ ବିରି, ପୁଅ ମଉସମ୍‌ ବୁଚା, କର୍କା ଲାଚି ଓ ମାଉସମ୍‌ ଅର୍ଜୋ। ରବିବାର ଗାଁର କେତେକ ଲୋକ ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ହତ୍ୟା କରିଛନ୍ତି। କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ କେତେକ ଲୋକଙ୍କ ମୃତ୍ୟୁକୁ ନେଇ ମଉସମ୍‌ କନ୍ନାର ନାମକ ବ୍ୟକ୍ତିଙ୍କ ପରିବାର ଉପରେ ଗାଁ ଲୋକେ ସନ୍ଦେହ କରିଥିଲେ। ଉକ୍ତ ପରିବାର ଲୋକେ ଗୁଣି ଗାରେଡି କରୁଥିବାରୁ ଲୋକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହକରି କେତେକ ଗ୍ରାମବାସୀ ମଉସମ୍‌ଙ୍କ ଘରେ ପଶି ୩ ଜଣ ମହିଳା ଓ ୨ ପୁରୁଷଙ୍କୁ ହତ୍ୟା କରିଛନ୍ତି। ଖବର ପାଇ କୋଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ବେଳେ ସହ ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

The post ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କଲେ ଗ୍ରାମବାସୀ, ଗୁଣି ଗାରେଡିକୁ ନେଇ… appeared first on Dharitri Odia News.