ଷ୍ଟାର୍ ଫୁଟ୍ବଲ୍ କିଲିଆନ୍ ଏମ୍ବାପ୍ପେଙ୍କ ନାଁରେ ବଳାତ୍କାର ଅଭିଯୋଗ
ନୂଆଦିଲ୍ଲୀ,୧୫।୧୦: ସ୍ଵିଡେନ ଷ୍ଟକହୋମର ବିଳାସପୂର୍ଣ୍ଣ ବ୍ୟାଙ୍କ ହୋଟେଲରେ ବଳାତ୍କାର ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତଦନ୍ତ ବେଳେ ଏକ କଳା ଟ୍ରାଉଜର, ଏକ ଟପ୍, ଏବଂ ମହିଳାଙ୍କ ଅନ୍ତଃବସ୍ତ୍ର ଜବତ କରାଯାଇଥିବା ଜଣାପଡିଛି। ତେବେ ଜବତ ହୋଇଥିବା ଏହି ଜିନିଷଗୁଡିକ ଷ୍ଟାର ଫୁଟବଲରଙ୍କର କି ନୁହେ ତାହା ସ୍ପଷ୍ଟ ହୋଇନାହିଁ। ଗଣମାଧ୍ୟମ ରିପୋର୍ଟ ପରେ ସ୍ଵିଡେନର ଓକିଲମାନେ ମଙ୍ଗଳବାର ବଳାତ୍କାର ସମ୍ପର୍କୀୟ ତଦନ୍ତକୁ ନିଶ୍ଚିତ କରିଛନ୍ତି କିନ୍ତୁ ସନ୍ଦିଗ୍ଧଙ୍କ ନାମ କହି ନାହାଁନ୍ତି। ତେବେ ଗଣମାଧ୍ୟମ […] The post ଷ୍ଟାର୍ ଫୁଟ୍ବଲ୍ କିଲିଆନ୍ ଏମ୍ବାପ୍ପେଙ୍କ ନାଁରେ ବଳାତ୍କାର ଅଭିଯୋଗ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୧୦: ସ୍ଵିଡେନ ଷ୍ଟକହୋମର ବିଳାସପୂର୍ଣ୍ଣ ବ୍ୟାଙ୍କ ହୋଟେଲରେ ବଳାତ୍କାର ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତଦନ୍ତ ବେଳେ ଏକ କଳା ଟ୍ରାଉଜର, ଏକ ଟପ୍, ଏବଂ ମହିଳାଙ୍କ ଅନ୍ତଃବସ୍ତ୍ର ଜବତ କରାଯାଇଥିବା ଜଣାପଡିଛି। ତେବେ ଜବତ ହୋଇଥିବା ଏହି ଜିନିଷଗୁଡିକ ଷ୍ଟାର ଫୁଟବଲରଙ୍କର କି ନୁହେ ତାହା ସ୍ପଷ୍ଟ ହୋଇନାହିଁ।
ଗଣମାଧ୍ୟମ ରିପୋର୍ଟ ପରେ ସ୍ଵିଡେନର ଓକିଲମାନେ ମଙ୍ଗଳବାର ବଳାତ୍କାର ସମ୍ପର୍କୀୟ ତଦନ୍ତକୁ ନିଶ୍ଚିତ କରିଛନ୍ତି କିନ୍ତୁ ସନ୍ଦିଗ୍ଧଙ୍କ ନାମ କହି ନାହାଁନ୍ତି। ତେବେ ଗଣମାଧ୍ୟମ ସଂସ୍ଥା ଏକ୍ସପ୍ରେସନ୍ କହିଛି ଯେ, ବଳାତ୍କାର ଏବଂ ଯୌନ ନିର୍ଯାତନା ଅଭିଯୋଗରେ ଏମ୍ବାପ୍ପେ ସମ୍ଭାବ୍ୟ “ଅଭିଯୁକ୍ତ ତାଲିକାରେ” ରହିଛନ୍ତି।
ଅନ୍ୟପଟେ ସୋମବାର ଖବର ସରବରାହ ସଂସ୍ଥା ଏପିଏଫ ଏମ୍ବାପ୍ପେଙ୍କ ବନ୍ଧୁମାନଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି ଯେ, ତାଙ୍କ ବିରୋଧରେ କରାଯାଇଥିବା ଆଇନଗତ ଅଭିଯୋଗ ବିଷୟରେ କୌଣସି ସୂଚନା ତାଙ୍କ ପାଖରେ ନାହିଁ। ତେବେ ନିକଟରେ ଏମ୍ବାପ୍ପେଙ୍କୁ ନେସନ ଲିଗ୍ ମ୍ୟାଚ୍ ପାଇଁ ଫ୍ରାନ୍ସ ଅନ୍ତର୍ଜାତୀୟ ଦଳରେ ଚୟନ କରାଯାଇ ନାହିଁ, ତେଣୁ ଗତ ଗୁରୁବାର ଦିନ ଏକ ଦଳ ସହିତ ସ୍ୱିଡେନର ରାଜଧାନୀ ଯାତ୍ରା କରିଥିଲେ।
ଏସବୁ ଖବର ମଧ୍ୟରେ ସୋମବାର, ଏମ୍ବାପ୍ପେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଏସବୁ ଘଟଣା ମିଛ ବୋଲି କହିଛନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ, ଏମ୍ବାପ୍ପେଙ୍କ ପୂର୍ବତନ କ୍ଲବ୍ ପ୍ୟାରିସ୍ ସେଣ୍ଟ୍-ଜର୍ମାନ୍ ସହିତ ତାଙ୍କର ବିବାଦ ଚାଲିଛି, କାରଣ ସେମାନେ ତାଙ୍କର ବକେୟା ଟଙ୍କା ଦେଇନାହାନ୍ତି।
The post ଷ୍ଟାର୍ ଫୁଟ୍ବଲ୍ କିଲିଆନ୍ ଏମ୍ବାପ୍ପେଙ୍କ ନାଁରେ ବଳାତ୍କାର ଅଭିଯୋଗ appeared first on Dharitri Odia News.