ଖଣ୍ଡା ଦେଖାଇ ଗ୍ରାମବାସୀଙ୍କୁ ବାଲିମାଫିଆଙ୍କ ଧମକ ! ଥାନାରେ ଆଶ୍ରୟ ନେଲେ ଭୟଭୀତ ଗ୍ରାମବାସୀ
ଆନନ୍ଦପୁର: ବେଆଇନ୍ ବାଲି ପରିବହନକୁ ବିରୋଧ କରିବାରୁ ରାତି ଅଧରେ ଗାଁରେ ବୁଲିଲା ଖଣ୍ଡା। ଭୟରେ ଗ୍ରାମବାସୀ ଥାନାରେ ଆଶ୍ରୟ ନେଲେ। ଘଟଣା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ରେକୁଟିଆ ଗାଁର।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କିଛିଦିନ ହେବେ ଗାଁ ରାସ୍ତା ଦେଇ ରାତିଅଧିଆ ବାଲି ଚୋରା ଚାଲାଣ ହେଉଛି । ଗାଁ ନିକଟରେ ବହିଯାଇଥିବା କୂଶେଇ ନଦୀ ଓ ରେମାଳ ନଦୀର ମିଳନ ସ୍ଥଳରୁ ରାତିରେ ମେସିନ୍ ଲଗାଇ ବାଲି ଉଠାଯାଉଛି। ଆଉ ହାଇଓ୍ବା ଓ ଟ୍ରାକ୍ଟର ସାହାଯ୍ୟରେ ବେଧଡକ ଭାବରେ କରାଯାଉଛି ଚାଲାଣ।ଏହି ଚୋରା କାରବାରରେ ସ୍ଥାନୀୟ କିଛି ମାଫିଆଙ୍କ ସହ ଯାଜପୁର ଅଞ୍ଚଳର କିଛି ମାଫିଆ ମିଶି ରହିଥିବା ଅଭିଯୋଗ ହୋଇଛି। ତେବେ ମାତ୍ରାଧିକ ଓଭର ଲୋଡ ବାଲିଗାଡ଼ି ଚଳାଚଳ ଯୋଗୁ ରାସ୍ତାଘାଟ ଅବସ୍ଥା ଏବେ ବେହାଲ । ଯାହାକୁ ବିରୋଧ କରିବାରୁ ବୁଧବାର ରାତିରେ ୨୦ରୁ ଉର୍ଦ୍ଧ୍ବ ମାଫିଆ ଗାଁ ଭିତରେ ପଶି ଖଣ୍ଡା ଦେଖାଇ ବା ସହ ବରୋଧ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହା ସହ ଭୟଭୀତ ଗାଁ ଲୋକେ ଗୁରୁବାର ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିବା ସହ ବାଲି ଗାଡ଼ି ଚଳାଚଳ ବନ୍ଦ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଆନନ୍ଦପୁର: ବେଆଇନ୍ ବାଲି ପରିବହନକୁ ବିରୋଧ କରିବାରୁ ରାତି ଅଧରେ ଗାଁରେ ବୁଲିଲା ଖଣ୍ଡା। ଭୟରେ ଗ୍ରାମବାସୀ ଥାନାରେ ଆଶ୍ରୟ ନେଲେ। ଘଟଣା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ରେକୁଟିଆ ଗାଁର।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କିଛିଦିନ ହେବେ ଗାଁ ରାସ୍ତା ଦେଇ ରାତିଅଧିଆ ବାଲି ଚୋରା ଚାଲାଣ ହେଉଛି । ଗାଁ ନିକଟରେ ବହିଯାଇଥିବା କୂଶେଇ ନଦୀ ଓ ରେମାଳ ନଦୀର ମିଳନ ସ୍ଥଳରୁ ରାତିରେ ମେସିନ୍ ଲଗାଇ ବାଲି ଉଠାଯାଉଛି। ଆଉ ହାଇଓ୍ବା ଓ ଟ୍ରାକ୍ଟର ସାହାଯ୍ୟରେ ବେଧଡକ ଭାବରେ କରାଯାଉଛି ଚାଲାଣ।
ଏହି ଚୋରା କାରବାରରେ ସ୍ଥାନୀୟ କିଛି ମାଫିଆଙ୍କ ସହ ଯାଜପୁର ଅଞ୍ଚଳର କିଛି ମାଫିଆ ମିଶି ରହିଥିବା ଅଭିଯୋଗ ହୋଇଛି। ତେବେ ମାତ୍ରାଧିକ ଓଭର ଲୋଡ ବାଲିଗାଡ଼ି ଚଳାଚଳ ଯୋଗୁ ରାସ୍ତାଘାଟ ଅବସ୍ଥା ଏବେ ବେହାଲ । ଯାହାକୁ ବିରୋଧ କରିବାରୁ ବୁଧବାର ରାତିରେ ୨୦ରୁ ଉର୍ଦ୍ଧ୍ବ ମାଫିଆ ଗାଁ ଭିତରେ ପଶି ଖଣ୍ଡା ଦେଖାଇ ବା ସହ ବରୋଧ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହା ସହ ଭୟଭୀତ ଗାଁ ଲୋକେ ଗୁରୁବାର ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିବା ସହ ବାଲି ଗାଡ଼ି ଚଳାଚଳ ବନ୍ଦ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।