ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଲାଗୁହେବ ଆୟୁଷ୍ମାନ ଭାରତ
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ହେବା ନେଇ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୋହନ ସରକାର ଓଡିଶାରେ ଲାଗୁ କରିବା ନେଇ ଘୋଷଣା କରିଥିବା ବେଳେ ଏନେଇ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟର ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ। ଉଭୟ […]

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ହେବା ନେଇ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୋହନ ସରକାର ଓଡିଶାରେ ଲାଗୁ କରିବା ନେଇ ଘୋଷଣା କରିଥିବା ବେଳେ ଏନେଇ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟର ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ। ଉଭୟ ଯୋଜନା ପାଇଁ ଦୁଇଟି କାର୍ଡ ପରିବର୍ତ୍ତେ ଗୋଟିଏ କାର୍ଡ ରହିବ ।
ଆକଳନ କରାଯାଇଛି ଯେ, ଏହି ଯୋଜନାରେ ସାଢେ ୩ କୋଟି ଲୋକ ଯୋଡି ହେବେ । ଆୟୁଷ୍ନାନ ଭାରତ ଭଳି ରାଜ୍ୟରେ ୭୦ ବର୍ଷରୁ ଅଧିକ ବୃଦ୍ଧବୃଦ୍ଧା ଏହାର ସୁବିଧା ପାଇବେ । ରାସନକାର୍ଡର ଇ-କେଓ୍ବାସି ଚାଲୁଥିବା ବେଳେ ସରିବା ପରେ ସଠିକ ସଂଖ୍ୟା ଜଣାପଡିବ । ବିଏସକେଓ୍ବାଇ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସୁବିଧା ମିଳୁଥିଲା । କିନ୍ତୁ ଏଥିରେ ୨୭ ହଜାରରୁ ଅଧିକ ଅନୁବନ୍ଧିତ ହସ୍ପିଟାଲରେ ସୁବିଧା ମିଳିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।