ରାଜନୀତିକୁ ଆସୁଆସୁ ମୋଦିଙ୍କୁ ବିରୋଧ କଲେ ବିଜୟ; ଏହି ନିଷ୍ପତ୍ତି ବିରୋଧରେ ପାସ୍ କଲେ ସଂକଳ୍ପ
ଚେନ୍ନାଇ,୩।୧୧: ତାମିଲ ଅଭିନେତା ବିଜୟଙ୍କ ପାର୍ଟି ତାମିଲଗା ଭେଟ୍ରି କାଝଗମ(ଟିଭିକେ) ରବିବାର ଏକ ମୋଦି ସରକାରଙ୍କ ଏକ ନିଷ୍ପତ୍ତିର ବିରୋଧ କରି ସଂକଳ୍ପ ପାରିତ କରିଛି। କିଛିଦିନ ତଳେ କେନ୍ଦ୍ର ସରକାର ସମଗ୍ର ଦେଶରେ ଏକ ସମୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ବିଜୟ ଏହାର ବିରୋଧ କରିଛନ୍ତି। ଏଥିସହିତ ଦଳ ତାମିଲନାଡୁରୁ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନଇଇଟି) ହଟାଇ ଦେବାକୁ ଦାବି କରାଯାଇଛି। ରାଜ୍ୟରେ ଡିଏମକେ ସରକାର ଜାତିଭିତ୍ତିକ ଜନଗଣନା କରିବାଉ ଜୋର […] The post ରାଜନୀତିକୁ ଆସୁଆସୁ ମୋଦିଙ୍କୁ ବିରୋଧ କଲେ ବିଜୟ; ଏହି ନିଷ୍ପତ୍ତି ବିରୋଧରେ ପାସ୍ କଲେ ସଂକଳ୍ପ appeared first on Dharitri Odia News.
ଚେନ୍ନାଇ,୩।୧୧: ତାମିଲ ଅଭିନେତା ବିଜୟଙ୍କ ପାର୍ଟି ତାମିଲଗା ଭେଟ୍ରି କାଝଗମ(ଟିଭିକେ) ରବିବାର ଏକ ମୋଦି ସରକାରଙ୍କ ଏକ ନିଷ୍ପତ୍ତିର ବିରୋଧ କରି ସଂକଳ୍ପ ପାରିତ କରିଛି। କିଛିଦିନ ତଳେ କେନ୍ଦ୍ର ସରକାର ସମଗ୍ର ଦେଶରେ ଏକ ସମୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ବିଜୟ ଏହାର ବିରୋଧ କରିଛନ୍ତି।
ଏଥିସହିତ ଦଳ ତାମିଲନାଡୁରୁ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନଇଇଟି) ହଟାଇ ଦେବାକୁ ଦାବି କରାଯାଇଛି। ରାଜ୍ୟରେ ଡିଏମକେ ସରକାର ଜାତିଭିତ୍ତିକ ଜନଗଣନା କରିବାଉ ଜୋର ନ ଦେଉଥିବା କହିଛନ୍ତି ଏବଂ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ କୁ ଟାର୍ଗେଟ କରି ବିଜୟ କହିଛନ୍ତି
ଯେ, ଦଳ କ୍ଷମତାକୁ ନିର୍ବାଚନୀ ପ୍ରତିଶ୍ରୁତି ଭୁଲି ଯାଇଛି। ଫେବୃଆରୀ ୨୭ରେ ତାମିଲନାଡୁର ଭିଲୁପୁରମ୍ ଜିଲାରେ ବିଜୟ ତାଙ୍କର ପ୍ରଥମ ରାଜନୈତିକ ସମାବେଶ କରିଥିଲେ।
ଏହି ସମାବେଶରେ ସେ ତାଙ୍କ ଦଳର ଆଦର୍ଶ ଏବଂ ଲକ୍ଷ୍ୟ ଘୋଷଣା କରିଥିଲେ ଯେଉଁଥିରେ ସମାନତା, ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା, ତାମିଲ ଭାଷାକୁ କୋର୍ଟରେ ପ୍ରଶାସନିକ ଭାଷା ଭାବରେ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟପାଳ ପଦ ହଟାଇବା ଅନ୍ତର୍ଭୁକ୍ତ ଥିଲା।
ବିଜୟ କହିଛନ୍ତି ଯେ ତାଙ୍କ ଦଳର ଆଭିମୁଖ୍ୟ ଉଭୟ ଦ୍ରାବିଡ଼ବାଦ ଏବଂ ତାମିଲ ଜାତୀୟତାବାଦରୁ ଆସିଛି ଏବଂ ସେମାନଙ୍କୁ “ଆମ ମାଟିର ଦୁଇ ଆଖି” ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହିତ ବିଜୟ ଘୋଷଣା କରିଛନ୍ତି ଯେ, ତାଙ୍କ ଦଳ ଆଗାମୀ ୨୦୨୬ ନିର୍ବାଚନରପ୍ର ତିଦ୍ବନ୍ଦିତା କରିବ।
The post ରାଜନୀତିକୁ ଆସୁଆସୁ ମୋଦିଙ୍କୁ ବିରୋଧ କଲେ ବିଜୟ; ଏହି ନିଷ୍ପତ୍ତି ବିରୋଧରେ ପାସ୍ କଲେ ସଂକଳ୍ପ appeared first on Dharitri Odia News.