ପଦ୍ମଶ୍ରୀ ଫେରାଇଲେ ରେସଲର ବଜରଙ୍ଗ ପୁନିଆ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି କଲେ ଘୋଷଣା

ନୂଆଦିଲ୍ଲୀ,୨୨।୧୨: ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବଡ ନିଷ୍ପତ୍ତି ନେଇଛନ୍ତି। ପୁନିଆ ଭାରତ ସରକାରଙ୍କ ଠାରୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାରକୁ ଫେରାଇ ଦେବା ପାଇଁ ଘୋଷଣା କରିଛନ୍ତି। ଶୁକ୍ରବାର ଏନେଇ ଏକ ବଡ ଘୋଷଣା କରି ସେ କହିଛନ୍ତି, କୁସ୍ତିଯୋଦ୍ଧାଙ୍କର ଭବିଷ୍ୟତ ଆଉ ସୁରକ୍ଷିତ ନୁହେଁ। ଏହାପୂର୍ବରୁ ଗୁରୁବାର ରେସଲର ସାକ୍ଷୀ ମଲ୍ଲିକ କୁସ୍ତରୁ ସନ୍ୟାସ ନେବା […] The post ପଦ୍ମଶ୍ରୀ ଫେରାଇଲେ ରେସଲର ବଜରଙ୍ଗ ପୁନିଆ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି କଲେ ଘୋଷଣା appeared first on Dharitri Odia News.

ପଦ୍ମଶ୍ରୀ ଫେରାଇଲେ ରେସଲର ବଜରଙ୍ଗ ପୁନିଆ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି କଲେ ଘୋଷଣା

ନୂଆଦିଲ୍ଲୀ,୨୨।୧୨: ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବଡ ନିଷ୍ପତ୍ତି ନେଇଛନ୍ତି। ପୁନିଆ ଭାରତ ସରକାରଙ୍କ ଠାରୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାରକୁ ଫେରାଇ ଦେବା ପାଇଁ ଘୋଷଣା କରିଛନ୍ତି। ଶୁକ୍ରବାର ଏନେଇ ଏକ ବଡ ଘୋଷଣା କରି ସେ କହିଛନ୍ତି, କୁସ୍ତିଯୋଦ୍ଧାଙ୍କର ଭବିଷ୍ୟତ ଆଉ ସୁରକ୍ଷିତ ନୁହେଁ।

ଏହାପୂର୍ବରୁ ଗୁରୁବାର ରେସଲର ସାକ୍ଷୀ ମଲ୍ଲିକ କୁସ୍ତରୁ ସନ୍ୟାସ ନେବା ନେଇ ଘୋଷଣା କରିଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ଶୁକ୍ରବାର ପୁନିଆ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି।
ଏକ୍ସରେ ଅଢେଇ ପୃଷ୍ଠାର ଚିଠି ପୋଷ୍ଟ କରି ସେ କହିଛନ୍ତି, ମୁଁ ମୋ ପଦ୍ମଶ୍ରୀ ପୁରସ୍କାର ସରକାରଙ୍କୁ ଫେରାଇ ଦେଉଛି। ଚିଠିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଲ୍ଲେଖ କରାଯାଇଛି। ଚିଠିରେ ସେ ସଞ୍ଜୟ ସିଂହ କୁସ୍ତି ସଂଘ ଅଧ୍ୟକ୍ଷ ନିର୍ବାଚିତ ହେବା ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୋତେ ଅର୍ଜ୍ଜୁନ ପୁରସ୍କାର, ଖେଳରତ୍ନ ପୁରସ୍କାର ଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଯେଉଁ ଝିଅମାନେ କୁସ୍ତି ଲଢ଼ି ଦେଶର ସମ୍ମାନ ବଢ଼ାଇଥିଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଲେ ଏବେ ସେମାନେ କୁସ୍ତି ଛାଡିଛନ୍ତି। ଆମେ ଏତେବଡ ପୁରସ୍କାରରେ ସମ୍ମାନିତ ହୋଇ ମଧ୍ୟ ସେମାନଙ୍କ ପାଇଁ କିଛି କରିପାରିଲୁ ନାହିଁ। ମହିଳା କୁସ୍ତି ଯୋଦ୍ଧାଙ୍କୁ ଅପମାନିତ କରାଯିବା ପରେ ଏହି ସମ୍ମାନ ନେଇ ମୁଁ ବଞ୍ଚି ପାରିବିି ନାହିଁ। ଏଥିପାଇଁ ମୁଁ ଏହି ସମ୍ମାନ ଫେରାଇ ଦେଉଛି। ଏଥିସହ ଦିନେ ନା ଦିନେ ଅନ୍ୟାୟ ଉପରେ ନ୍ୟାୟର ଜିତ ହେବ ବୋଲି ପୁନିଆ ଚିଠିରେ ଲେଖିଛନ୍ତି।

The post ପଦ୍ମଶ୍ରୀ ଫେରାଇଲେ ରେସଲର ବଜରଙ୍ଗ ପୁନିଆ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି କଲେ ଘୋଷଣା appeared first on Dharitri Odia News.