ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ, ୧୦୦ ଦିନ ଭିତରେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୬: ଶହେ ଦିନ ଭିତରେ ମହିଳାଙ୍କୁ ସୁଭଦ୍ରା ଯୋଜନା ନିଶ୍ଚୟ ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ । ସରକାରଙ୍କୁ ସହଯୋଗ କରନ୍ତୁ । ଡ୍ରାଫ୍ଟିଙ୍ଗ ଷ୍ଟେଜରେ ଅଛି ସୁଭଦ୍ରା ଯୋଜନା । ଶହେ ଦିନ ଭିତରେ ମହିଳାଙ୍କୁ ସୁଭଦ୍ରା ନିଶ୍ଚୟ ମିଳିବ। ଯାହା ଭାଜପା ସଂକଳ୍ପ ପତ୍ରରେ ଥିଲା, କ୍ୟାବିନେଟ ଏହାକୁ ସ୍ବୀକୃତି ଦେଇଛି । ତେଣୁ ଏହାର ପ୍ରକିୟାକୁ ଯଥାଶୀଘ୍ର ଶେଷ କରାଯାଇ […] The post ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ, ୧୦୦ ଦିନ ଭିତରେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା: ଉପମୁଖ୍ୟମନ୍ତ୍ରୀ appeared first on Dharitri Odia News.

ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ, ୧୦୦ ଦିନ ଭିତରେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୬: ଶହେ ଦିନ ଭିତରେ ମହିଳାଙ୍କୁ ସୁଭଦ୍ରା ଯୋଜନା ନିଶ୍ଚୟ ମିଳିବ। ଏନେଇ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ । ସରକାରଙ୍କୁ ସହଯୋଗ କରନ୍ତୁ । ଡ୍ରାଫ୍ଟିଙ୍ଗ ଷ୍ଟେଜରେ ଅଛି ସୁଭଦ୍ରା ଯୋଜନା । ଶହେ ଦିନ ଭିତରେ ମହିଳାଙ୍କୁ ସୁଭଦ୍ରା ନିଶ୍ଚୟ ମିଳିବ। ଯାହା ଭାଜପା ସଂକଳ୍ପ ପତ୍ରରେ ଥିଲା, କ୍ୟାବିନେଟ ଏହାକୁ ସ୍ବୀକୃତି ଦେଇଛି । ତେଣୁ ଏହାର ପ୍ରକିୟାକୁ ଯଥାଶୀଘ୍ର ଶେଷ କରାଯାଇ ମହିଳାଙ୍କ ପାଖରେ ପହଞ୍ଚାଯିବ ବୋଲି ପ୍ରଭାତୀ ପରିଡା କହିଛନ୍ତି।

ଏହାଛଡ଼ା ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ଯୋଜନାକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ଲାଗି ପ୍ରସ୍ତୁତ ରହିଛି। ଏହି ଯୋଜନା ଲାଗି ଆବଶ୍ୟକୀୟ ବଜେଟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ସେ ମଧ୍ୟ କହିଛନ୍ତି।

The post ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ, ୧୦୦ ଦିନ ଭିତରେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା: ଉପମୁଖ୍ୟମନ୍ତ୍ରୀ appeared first on Dharitri Odia News.