‘ଯୋଗ ଦ୍ୱାରା ମାନସିକ-ଶାରୀରିକ ବିକାଶ ହୋଇଥାଏ’
କେସିଙ୍ଗା,୨୧ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଖେଳ ଭବନଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଶନିବାର ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୬ାରେ ନାମ ପଞ୍ଜୀକୃତ କରାଯାଇଥିଲା। ସକାଳ ୭ରୁ ୮ଟା ଯାଏ ଯୋଗାଭ୍ୟାସ କରାଯାଇ ଥିଲା। ଶ୍ରୀ ଅରବିନ୍ଦଙ୍କ ଏକ ବାଣୀରେ କହିଛନ୍ତି ଯେ ,All life is yoga,all life is Education.ଜୀବନ ସାରା ମଣିଷକୁ ସୁସ୍ଥ ଓ […] The post ‘ଯୋଗ ଦ୍ୱାରା ମାନସିକ-ଶାରୀରିକ ବିକାଶ ହୋଇଥାଏ’ appeared first on Dharitri Odia News.
କେସିଙ୍ଗା,୨୧ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଖେଳ ଭବନଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଶନିବାର ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୬ାରେ ନାମ ପଞ୍ଜୀକୃତ କରାଯାଇଥିଲା। ସକାଳ ୭ରୁ ୮ଟା ଯାଏ ଯୋଗାଭ୍ୟାସ କରାଯାଇ ଥିଲା। ଶ୍ରୀ ଅରବିନ୍ଦଙ୍କ ଏକ ବାଣୀରେ କହିଛନ୍ତି ଯେ ,All life is yoga,all life is Education.ଜୀବନ ସାରା ମଣିଷକୁ ସୁସ୍ଥ ଓ ଶାନ୍ତି ରହିବାକୁ ହେଲେ ଶରୀରର ମାନସିକ, ବୌଦ୍ଧିକ, ଶାରୀରିକ ବିକାଶ କ୍ଷେତ୍ରରେ ଧ୍ୟାନ ଦେବାକୁ ଅତି ଜରୁରୀ ବୋଲି ଅଧ୍ୟକ୍ଷ ଏକ ମତ ରଖିଥିଲେ। ଏହି ଉପଲକ୍ଷେ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀୟ, କନିଷ୍ଠଯନ୍ତ୍ରୀ ନାରାୟଣ ମହାରଣା, ଶ୍ରୀନିବାସ ପଟ୍ଟନାୟକଙ୍କ ସମେତ ସମସ୍ତ ଏନ୍ଏସି କର୍ମଚାରୀ ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଯୁବବର୍ଗ ଏହି ଅନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ପ୍ରତ୍ୟେକ ଦିନ ଯୋଗ କରିବାକୁ ସଂକଳ୍ପ ମଧ୍ୟ କରିଥିଲେ। ଏହି ଅବସରରେ ଡୁମେର ମୁଣ୍ଡାଗ୍ରାମସ୍ଥିତ ଏମ୍ସିସି ଓ ନୂଆ ବସ୍ଷ୍ଟାଣ୍ଡ ନିକଟରେ ଅଧ୍ୟକ୍ଷଙ୍କ ସମେତ ନିର୍ବାହୀ ଅଧିକାରୀଙ୍କ ସମେତ କର୍ମଚାରୀଙ୍କ ମିଳିତ ଉଦ୍ୟମ ବୃନ୍ଦ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
The post ‘ଯୋଗ ଦ୍ୱାରା ମାନସିକ-ଶାରୀରିକ ବିକାଶ ହୋଇଥାଏ’ appeared first on Dharitri Odia News.