ମେନୁଫେକ୍ଚର ସେକ୍ଟରକୁ ବଳ ଦେବାକୁ ଚୀନ କମ୍ପାନୀଗୁଡ଼ିକ ଉପରେ ପ୍ରତିବନ୍ଧକ ହଟାଇ ପାରନ୍ତି କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଭାରତରେ ନିଯୁକ୍ତି ସୃଷ୍ଟି କରିବାକୁ ହେଲେ କିମ୍ବା ଉଦ୍ୟୋକୁ ପ୍ରୋତ୍ସାହିତ କରିବାକୁ ହେଲେ ଚୀନର ସହାୟତା ଆବଶ୍ୟକ। କାରଣ ଚୀନ ସହ ଭାରତର ସମ୍ପର୍କ ତିକ୍ତ ଥିଲେ ବି ଦୁଇ ଦେଶ ମଧ୍ୟର ଲକ୍ଷ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେଉଛି। ଭାରତର ମୋବାଇଲ ମାର୍କେଟ୍କୁ ଚୀନ କମ୍ପାନୀମାନେ କବ୍ଜା କରିଛନ୍ତି। ଏପରି ସ୍ଥଳେ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ହେଲେ ଚୀନ କମ୍ପାନୀ ଉପରେ ନିବେଶ ପାଇଁ ଥିବା ପ୍ରତିବନ୍ଧକ ହଟାଇବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି ବୋଲି ଇକୋନୋମିକ୍ସ ଟାଇମ୍ସରେ ଖବର ପ୍ରକାଶ ପାଇଛି। ଚୀନ କମ୍ପାନୀ ଭାରତରେ ନିବେଶ କଲେ ଭାରତର ମେନୁଫେକ୍ଚରିଂ ସେକ୍ଟର ମଜଭୁତ ହେବ ବୋଲି ସମ୍ପର୍କିତ ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ହାଇଟେକ୍ ସେକ୍ଟର ଯଥା ସୋଲାର ମୋଡେଲ ଓ କ୍ରିଟିକାଲ ମିନେରାଲ୍ସ କ୍ଷେତ୍ରରେ ଚୀନ କମ୍ପାନୀକୁ କୋହଳ କରାଯିବା ନେଇ ଆଲୋଚନା ଜାରି ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଓ ଅନ୍ୟ ସୁରକ୍ଷା ସହ ଜଡ଼ିତ ବଭାଗ ଏ ନେଇ ବିଚାର ବିମର୍ଶ କରୁଛନ୍ତି। ତେବେ କୌଣସି ଫାଇନାଲ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ନା ଗୋପନ ରଖି ଜଣେ ଅଧିକାରୀ ଇକୋନୋମିକ୍ସ ଟାଇମ୍ସକୁ ସୂଚନା ଦେଇଛନ୍ତି। ୨୦୨୦ରେ ଭାରତ- ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ଯାଇଛି। ଫଳରେ ଭାରତ ସରକାର ଚୀନ ବ୍ୟବସା
ନୂଆଦିଲ୍ଲୀ: ଭାରତରେ ନିଯୁକ୍ତି ସୃଷ୍ଟି କରିବାକୁ ହେଲେ କିମ୍ବା ଉଦ୍ୟୋକୁ ପ୍ରୋତ୍ସାହିତ କରିବାକୁ ହେଲେ ଚୀନର ସହାୟତା ଆବଶ୍ୟକ। କାରଣ ଚୀନ ସହ ଭାରତର ସମ୍ପର୍କ ତିକ୍ତ ଥିଲେ ବି ଦୁଇ ଦେଶ ମଧ୍ୟର ଲକ୍ଷ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେଉଛି। ଭାରତର ମୋବାଇଲ ମାର୍କେଟ୍କୁ ଚୀନ କମ୍ପାନୀମାନେ କବ୍ଜା କରିଛନ୍ତି। ଏପରି ସ୍ଥଳେ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ହେଲେ ଚୀନ କମ୍ପାନୀ ଉପରେ ନିବେଶ ପାଇଁ ଥିବା ପ୍ରତିବନ୍ଧକ ହଟାଇବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି ବୋଲି ଇକୋନୋମିକ୍ସ ଟାଇମ୍ସରେ ଖବର ପ୍ରକାଶ ପାଇଛି। ଚୀନ କମ୍ପାନୀ ଭାରତରେ ନିବେଶ କଲେ ଭାରତର ମେନୁଫେକ୍ଚରିଂ ସେକ୍ଟର ମଜଭୁତ ହେବ ବୋଲି ସମ୍ପର୍କିତ ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ହାଇଟେକ୍ ସେକ୍ଟର ଯଥା ସୋଲାର ମୋଡେଲ ଓ କ୍ରିଟିକାଲ ମିନେରାଲ୍ସ କ୍ଷେତ୍ରରେ ଚୀନ କମ୍ପାନୀକୁ କୋହଳ କରାଯିବା ନେଇ ଆଲୋଚନା ଜାରି ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଓ ଅନ୍ୟ ସୁରକ୍ଷା ସହ ଜଡ଼ିତ ବଭାଗ ଏ ନେଇ ବିଚାର ବିମର୍ଶ କରୁଛନ୍ତି। ତେବେ କୌଣସି ଫାଇନାଲ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ନା ଗୋପନ ରଖି ଜଣେ ଅଧିକାରୀ ଇକୋନୋମିକ୍ସ ଟାଇମ୍ସକୁ ସୂଚନା ଦେଇଛନ୍ତି।
୨୦୨୦ରେ ଭାରତ- ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ଯାଇଛି। ଫଳରେ ଭାରତ ସରକାର ଚୀନ ବ୍ୟବସାୟ ଉପରେ କଡ଼ା ନିୟମ ଲାଗୁ କରିବା ସହ ଚୀନ ଆପ ବ୍ୟାନ୍ କରିବା ଏବଂ ଭିଜା ଅନୁମୋଦନରେ ମନ୍ଥରତା ଅବଲମ୍ବନ କରିବା ଆଦି ପଦକ୍ଷେପ ନେଇଛନ୍ତି। ତେବେ ପ୍ରତିବନ୍ଧକ ନେଇ ଇଣ୍ଡିଆନ ମେନୁଫେକ୍ଚରର କମ୍ପାନୀମାନଙ୍କ କହିବା କଥା ହେଲା କଟକଣା ଯୋଗୁ ସେମାନଙ୍କ କାମ ଉପରେ ପ୍ରବାବ ପଡ଼ିଛି। ଫଳରେ ଅଞ୍ଚଳକୁ ଫ୍ୟାକ୍ଟ୍ରି ହବ୍ କରିବାକୁ ସରକାରଙ୍କ ଉଦ୍ଧେଶ୍ୟରେ ଭଟ୍ଟା ପଡ଼ିଯାଉଛି।
ଏହା ପୂର୍ବରୁ ରୟଟର୍ସ ମଧ୍ୟ ଏନେଇ ଖବର ପ୍ରକାଶ କରିଥିଲା। ଭାରତ ସରକାର କିଛି ବ୍ୟବସାୟ ଉପରେ କଟକଣା ହଟାଇପାରନ୍ତି ବୋଲି ମିଡିଆ ହାଉସ୍ ଲେଖିଥିଲା। ସୋମବାର ପ୍ରକାଶ ପାଇଥିବା ଦେଶର ଅର୍ଥନୈତିକ ସର୍ଭେ ରିପୋର୍ଟରେ ମଧ୍ୟ ଚୀନ ପଟୁ ନିବେଶକୁ ଗୁରୁତ୍ୱ ଦିଆଯାଇଥିଲା। ମେନୁଫେକ୍ଚରକୁ ବଳ ଦେବାକୁ ହେଲେ ଭାରତକୁ ଚୀନ ଠାରୁ ନିବେଶ ଆଣିବାକୁ ପଡ଼ିବ ବୋଲି ଏଥିରେ କୁହାଯାଇଥିଲା। ପୂର୍ବ ଏସିଆ ଅର୍ଥନୈତିକ ଦେଶଗୁଡ଼ିକ ପରେ ଭାରତକୁ ଆମେରିକାକୁ ରପ୍ତାନୀ ବଢ଼ାଇବାକୁ ହେଲେ ଚୀନ ଠାରୁ ବିଦେଶୀ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସର୍ଭେରେ କୁହାଯାଇଥିଲା।