ରାଜସ୍ଥାନ ଅଧିନାୟକ ପଦରୁ ହଟିବେ ରିଆନ ପରାଗ, ନେତୃତ୍ୱ ନେବେ ସାମ୍‌ସନ

ବେଙ୍ଗାଲୁରୁ,୨ା୪: ସଞ୍ଜୁ ସାମ୍‌ସନ ଚଳିତ ଆଇପିଏଲ୍‌ରେ ଉଇକେଟ୍‌ କିପିଂ କରିବା ସହ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ଦଳର ନେତୃତ୍ୱ ସମ୍ଭାଳିଥିଲେ। ତାଙ୍କୁ ଏଥିଲାଗି ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ଠାରୁ ଅନୁମତି ମିଳିଥିଲା। ଗତ ଫେବୃଆରୀରେ ଇଂଲଣ୍ଡ ବିପକ୍ଷ ଖେଳାଯାଇଥିବା ଏକ ଟି୨୦ ମ୍ୟାଚ୍‌ରେ ପେସର ଜୋଫ୍ରା ଆର୍ଚ୍ଚରଙ୍କ ଏକ ବାଉନ୍ସର ସାମ୍‌ସନଙ୍କ ଡାହାଣହାତ ବିସି ଆଙ୍ଗୁଠିରେ ବାଜିଥିଲା। ଏଥିଯୋଗୁ ତାଙ୍କୁ ସର୍ଜରିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି କାରଣରୁ ସେ ଚଳିତ ଆଇପିଏଲ୍‌ରେ ପ୍ରଥମ ୩ ମ୍ୟାଚ୍‌ରେ ରାଜସ୍ଥାନ ଦଳର […] The post ରାଜସ୍ଥାନ ଅଧିନାୟକ ପଦରୁ ହଟିବେ ରିଆନ ପରାଗ, ନେତୃତ୍ୱ ନେବେ ସାମ୍‌ସନ appeared first on Dharitri Odia News.

ରାଜସ୍ଥାନ ଅଧିନାୟକ ପଦରୁ ହଟିବେ ରିଆନ ପରାଗ, ନେତୃତ୍ୱ ନେବେ ସାମ୍‌ସନ

ବେଙ୍ଗାଲୁରୁ,୨ା୪: ସଞ୍ଜୁ ସାମ୍‌ସନ ଚଳିତ ଆଇପିଏଲ୍‌ରେ ଉଇକେଟ୍‌ କିପିଂ କରିବା ସହ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ଦଳର ନେତୃତ୍ୱ ସମ୍ଭାଳିଥିଲେ। ତାଙ୍କୁ ଏଥିଲାଗି ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ଠାରୁ ଅନୁମତି ମିଳିଥିଲା। ଗତ ଫେବୃଆରୀରେ ଇଂଲଣ୍ଡ ବିପକ୍ଷ ଖେଳାଯାଇଥିବା ଏକ ଟି୨୦ ମ୍ୟାଚ୍‌ରେ ପେସର ଜୋଫ୍ରା ଆର୍ଚ୍ଚରଙ୍କ ଏକ ବାଉନ୍ସର ସାମ୍‌ସନଙ୍କ ଡାହାଣହାତ ବିସି ଆଙ୍ଗୁଠିରେ ବାଜିଥିଲା। ଏଥିଯୋଗୁ ତାଙ୍କୁ ସର୍ଜରିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି କାରଣରୁ ସେ ଚଳିତ ଆଇପିଏଲ୍‌ରେ ପ୍ରଥମ ୩ ମ୍ୟାଚ୍‌ରେ ରାଜସ୍ଥାନ ଦଳର ନେତୃତ୍ୱ ନେଇପାରି ନ ଥିଲେ। କେବଳ ଜଣେ ବ୍ୟାଟର ଭାବେ ଖେଳିଥିଲେ।
ଏନ୍‌ସିଏର ଅନୁମତି ଲାଗି ମେଡିକାଲ ଟିମ୍‌ ଦ୍ୱାରା ତାଙ୍କ ଫିଟ୍‌ନେସ୍‌ର ମୂଲ୍ୟାଙ୍କନ କରାଯାଇଥିଲା। ସେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେବେ। ରାଜସ୍ଥାନ ଏବେ ପଏଣ୍ଟ ଟେବୁଲର ନବମ ସ୍ଥାନରେ ଅଛି।

ଶନିବାର, ୫ ଏପ୍ରିଲରେ, ରାଜସ୍ଥାନ ରୟାଲ୍ସ ଜଣେ ପରିବର୍ତ୍ତିତ ଅଧିନାୟକଙ୍କ ସହିତ ଖେଳିବ। ଏହି ମ୍ୟାଚ୍‌ରେ ରାଜସ୍ଥାନ ଲଗାତାର ଦୁଇଟି ମ୍ୟାଚ୍ ଜିତିଥିବା ପଞ୍ଜାବ କିଙ୍ଗ୍ସ ଦଳକୁ ଭେଟିବ।  ପ୍ରଥମ ୩ଟି ମ୍ୟାଚ୍‌ରେ ରାଜସ୍ଥାନର କମାଣ୍ଡ ଯୁବ ରିଆନ ପରାଗଙ୍କ କାନ୍ଧରେ ଥିଲା। ସଞ୍ଜୁ ସାମସନ ଦଳର ଅଂଶ ଥିଲେ, କିନ୍ତୁ ଅଧିନାୟକ ନ ଥିଲେ। ଅଧିନାୟକ ଭାବରେ ରିୟାନ  ୩ଟି ମ୍ୟାଚ୍ରୁ ଗୋଟିଏ ଜିତିଥିଲେ। ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ, ପରାଗଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ଏକ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୬ରନରେ ପରାସ୍ତ କରିଥିଲା।

The post ରାଜସ୍ଥାନ ଅଧିନାୟକ ପଦରୁ ହଟିବେ ରିଆନ ପରାଗ, ନେତୃତ୍ୱ ନେବେ ସାମ୍‌ସନ appeared first on Dharitri Odia News.