ବୁଲି ବୁଲି ରାସ୍ତାରୁ ଅଳିଆ ଗୋଟାଉଛନ୍ତି ପୂର୍ବତନ ଆଇପିଏସ୍ ଅଫିସର; ଉଦ୍ଦେଶ୍ୟ କିଛି ଏମିତି

ନୂଆଦିଲ୍ଲୀ : ଚଣ୍ଡିଗଡ଼ର ସେକ୍ଟର -49ର ଶାନ୍ତ, ଗଳି, କନ୍ଦି ରାସ୍ତା।  ପ୍ରତିଦିନ ସକାଳ 6 ଟାରେ ସେ ଆସି ପହଞ୍ଚି ଯାଆନ୍ତି। ଏକ ଠେଲା ଗାଡ଼ିରେ ବୁଲି ବୁଲି ରାସ୍ତାରୁ ଅଳିଆ ଗୋଟାନ୍ତି। ନାଁ ଇନ୍ଦର ଜିତ୍ ସିଂହ ସିଦ୍ଧୁ, ବୟସ 88। ଆଉ ସେ କିଏ କହିଲେ, ଜାଣି ଆଶ୍ଚର୍ଯ୍ୟ ହେବେ ସେ କେଉଁ ସଫେଇ କର୍ମଚାରୀ ନୁହନ୍ତି ସେ ପୂର୍ବତନ ଆଇପିଏସ୍ ଅଫିସର।  ଯଦିଓ ସେ ବୟସର ଅପରାହ୍ନରେ କିନ୍ତୁ ତାଙ୍କ ଇଚ୍ଛାଶକ୍ତି ଓ ସମର୍ପଣକୁ ପ୍ରଶଂସା ନ କରି ରହି ହେବନି। ସେ ମାନବ ସେବାକୁ ବ୍ରତୀ କରି ପରିବେଶକୁ ସ୍ୱଚ୍ଛ କରିବାରେ ଲାଗି ପଡ଼ିଛନ୍ତି। ସେଥିପାଇଁ  ପ୍ରତିଦିନ ଗଳି କନ୍ଦି ବୁଲି  ଅଳିଆ ଗୋଟାଇ   ପରିବେଶ ସଫା ରଖିବାକୁ ନେଇଛନ୍ତି ପଦକ୍ଷେପ ତାଙ୍କର ଏହି ସେବାର ଭିଡିଓ ନିଜେ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସେଆର କରିଛନ୍ତି। ହାତରେ କେବଳ ଏକ ପୁରୁଣା ଠେଲାଗାଡ଼ି । ମନରେ ସେବା ମନୋଭାବ ନେଇ ଇନ୍ଦରଜିତ୍ ରାସ୍ତା କଡ଼ର ଅଳିଆ ଗୋଟାନ୍ତି। ଇଏ ଏବେ ତାଙ୍କର ପ୍ରତିଦିନର କାମ। ତେବେ ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସ୍ଵଚ୍ଛ ସର୍ଭେରେ ଚଣ୍ଡିଗଡ଼ର ପ୍ରଦର୍ଶନ ଆଶାନୁରୂପ ହୋଇ ନାହିଁ ବୋଲି କହି ଇନ୍ଦରଜିତ ନିରାଶାବ୍ୟକ୍ତ କରିଛନ୍ତି। ତେବେ ଏଥିପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି। ବରଂ ସହରର ସ୍ୱଚ୍ଛତା ପାଇଁ ସେ ନିଜେ ଅଧ‌ିକ ପରିଶ୍ରମ କରିବେ ବୋଲି କହିଛନ୍ତି। ତାଙ୍କ କାମ କେବଳ ଅଳିଆ ସଫା କରିବା ନୁହେଁ, ବରଂ

ବୁଲି ବୁଲି ରାସ୍ତାରୁ ଅଳିଆ ଗୋଟାଉଛନ୍ତି ପୂର୍ବତନ ଆଇପିଏସ୍ ଅଫିସର; ଉଦ୍ଦେଶ୍ୟ କିଛି ଏମିତି

ନୂଆଦିଲ୍ଲୀ : ଚଣ୍ଡିଗଡ଼ର ସେକ୍ଟର -49ର ଶାନ୍ତ, ଗଳି, କନ୍ଦି ରାସ୍ତା।  ପ୍ରତିଦିନ ସକାଳ 6 ଟାରେ ସେ ଆସି ପହଞ୍ଚି ଯାଆନ୍ତି। ଏକ ଠେଲା ଗାଡ଼ିରେ ବୁଲି ବୁଲି ରାସ୍ତାରୁ ଅଳିଆ ଗୋଟାନ୍ତି। ନାଁ ଇନ୍ଦର ଜିତ୍ ସିଂହ ସିଦ୍ଧୁ, ବୟସ 88। ଆଉ ସେ କିଏ କହିଲେ, ଜାଣି ଆଶ୍ଚର୍ଯ୍ୟ ହେବେ ସେ କେଉଁ ସଫେଇ କର୍ମଚାରୀ ନୁହନ୍ତି ସେ ପୂର୍ବତନ ଆଇପିଏସ୍ ଅଫିସର।  ଯଦିଓ ସେ ବୟସର ଅପରାହ୍ନରେ କିନ୍ତୁ ତାଙ୍କ ଇଚ୍ଛାଶକ୍ତି ଓ ସମର୍ପଣକୁ ପ୍ରଶଂସା ନ କରି ରହି ହେବନି। ସେ ମାନବ ସେବାକୁ ବ୍ରତୀ କରି ପରିବେଶକୁ ସ୍ୱଚ୍ଛ କରିବାରେ ଲାଗି ପଡ଼ିଛନ୍ତି। ସେଥିପାଇଁ  ପ୍ରତିଦିନ ଗଳି କନ୍ଦି ବୁଲି  ଅଳିଆ ଗୋଟାଇ   ପରିବେଶ ସଫା ରଖିବାକୁ ନେଇଛନ୍ତି ପଦକ୍ଷେପ ତାଙ୍କର ଏହି ସେବାର ଭିଡିଓ ନିଜେ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସେଆର କରିଛନ୍ତି। 

ହାତରେ କେବଳ ଏକ ପୁରୁଣା ଠେଲାଗାଡ଼ି । ମନରେ ସେବା ମନୋଭାବ ନେଇ ଇନ୍ଦରଜିତ୍ ରାସ୍ତା କଡ଼ର ଅଳିଆ ଗୋଟାନ୍ତି। ଇଏ ଏବେ ତାଙ୍କର ପ୍ରତିଦିନର କାମ। ତେବେ ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସ୍ଵଚ୍ଛ ସର୍ଭେରେ ଚଣ୍ଡିଗଡ଼ର ପ୍ରଦର୍ଶନ ଆଶାନୁରୂପ ହୋଇ ନାହିଁ ବୋଲି କହି ଇନ୍ଦରଜିତ ନିରାଶାବ୍ୟକ୍ତ କରିଛନ୍ତି। ତେବେ ଏଥିପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି। ବରଂ ସହରର ସ୍ୱଚ୍ଛତା ପାଇଁ ସେ ନିଜେ ଅଧ‌ିକ ପରିଶ୍ରମ କରିବେ ବୋଲି କହିଛନ୍ତି। ତାଙ୍କ କାମ କେବଳ ଅଳିଆ ସଫା କରିବା ନୁହେଁ, ବରଂ ଇଏ ତାଙ୍କ ଜୀବନର ଉଦ୍ଦେଶ୍ୟ। ତାଙ୍କ ମତରେ ଜୀବନରେ ବୟସଠୁ ଅଧିକ  ମହତ୍ତ୍ୱପୂର୍ଣ୍ଣ ହେଉଛି ସେବା।   

ସାଧାରଣତଃ ଅବସର ପରେ ଅନେକ ବ୍ୟକ୍ତି ପରିବାରକୁ ଅଧ‌ିକ ସମୟ ଦିଅନ୍ତି କିମ୍ବା ବୁଲାବୁଲି କରନ୍ତି। ତେବେ ଏହିପରି ମନୋଭାବକୁ ଚଣ୍ଡିଗଡ଼ ନିବାସୀ ୮୮ବର୍ଷୀୟ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଇନ୍ଦରଜିତ ସିଂ ସିନ୍ଧୁ ବ୍ୟତିକ୍ରମ ପାଲଟିଛନ୍ତି। ୧୯୬୪ ବ୍ୟାଚ୍ ର ଏହି ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀଙ୍କର  ଅଳିଆ ସଫା କରିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏମିତି ଭାବନ୍ତି ଯେ,  ସେବା ମନୋଭାବ  କେବଳ ଯୁବକମାନଙ୍କ କ୍ଷେତ୍ରରେ ରହିଥାଏ।   କିନ୍ତୁ ଏହି ବୃଦ୍ଧ ଜଣକ  ନିଜ କାମରେ ସାବ୍ୟସ୍ତ କରିଛନ୍ତି  ସେବା ଓ ସମର୍ପଣର କୌଣସି ବୟସ ନଥାଏ।  ତାଙ୍କର ଏହି କାମକୁ ଅନେକ ଲୋକଙ୍କୁ ଦେଇଛି ପ୍ରେରଣା। ତେବେ ବଡ଼ କଥା ହେଉଛି  ସେ କୌଣସି ଉପହାର ପାଇଁ ଏହି କାମ କରୁନାହାନ୍ତି।  ବରଂ ଇଏ ତାଙ୍କ ଜୀବନ ଜିଇଁବାର ତରିକା ପାଲଟିଛି।  ଆଜିର ସମୟରେ ଯେତେବେଳେ ଲୋକମାନେ ନିଜର ସୁବିଧା ଏବଂ ସୁବିଧା ବିଷୟରେ ଚିନ୍ତା କରନ୍ତି, ତାଙ୍କର ନିଃସ୍ୱାର୍ଥପର ସେବା ସମାଜ ପାଇଁ ଏକ ଉଦାହରଣ।


ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସିଦ୍ଧୁଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ।  ଆଉ ସିଦ୍ଧୁଙ୍କୁ ଖୁବ୍ ପ୍ରଶଂସା କରି  ମହିନ୍ଦ୍ରା ତାଙ୍କୁ "ରାସ୍ତାର ନୀରବ ଯୋଦ୍ଧା" ବୋଲି କହିଥିଲେ।   ଅନେକ ୟୁଜର  ଇନ୍ଦରଜିତ ସିଂହ ସିଦ୍ଧୁଙ୍କ କାହାଣୀ ଦ୍ୱାରା ପ୍ରଭାବିତ ହୋଇଥିଲେ। କିଛି ୟୁଜର ଲେଖିଛନ୍ତି,  88 ବର୍ଷ ବୟସରେ, ଯେତେବେଳେ ତାଙ୍କ ବୟସର ଅଧିକାଂଶ ଲୋକ ବିଶ୍ରାମ ନେବାକୁ ପସନ୍ଦ କରନ୍ତି। କିନ୍ତୁ ସେ ଭିନ୍ନ... ତେବେ ବାସ୍ତବିକ  ସ୍ୱଚ୍ଛତା ପ୍ରତି ତାଙ୍କର ପ୍ରତିବଦ୍ଧତା କେବଳ ପ୍ରେରଣାଦାୟକ ବରଂ ଏକ ଶକ୍ତିଶାଳୀ ଶିକ୍ଷା । ସ୍ୱଚ୍ଛତା ଏକ ଅଭିଯାନ ନୁହେଁ, ଏହା ଜୀବନର ଲକ୍ଷ୍ୟ ହେବା ଦରକାର।