ଆଜିଠୁ ୫ ଦିନ ଯାଏ ଅସମ୍ଭାଳ ତାତି, ୨୨ରୁ ନିସ୍ତାର ମିଳିପାରେ

ଭୁବନେଶ୍ବର୧୪/୪: କିଛି ଦିନର ଆଶ୍ବସ୍ତି ପରେ ଆଜିଠୁ ପୁଣି ତାତି ବଢିଛି । ଆଗକୁ ଆହୁରି ବଢିବ । ୫ ଦିନ ଯାଏ ନିଆଁ ବର୍ଷା ହେବ । ଆଗାମୀ ୪ରୁ୫ ଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଜି ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଥିଲା । ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ୩୯.୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ରେକର୍ଡ ହୋଇଛି । ଆସନ୍ତାକାଲି ପାଇଁ  ୫ଟି ଜିଲ୍ଲା କଟକ, ନୟାଗଡ,ଭଦ୍ରକ,ଢେଙ୍କାନାଳ,ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୬ରେ ୧୨ ଜିଲ୍ଲା ପାଇଁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୭ ଓ ୧୮ ତାରିଖରେ କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଢେଙ୍କାନାଳ ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେଉଁଝର, କନ୍ଧମାଳ, କୋରାପୁଟ ମାଲକାନଗିରି ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି ।  ତେବେ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପବନ ବହିବା ସହ ସାମୁଦ୍ରିକ ପବନର ପ୍ରବାହ ରହିବ । ଫଳରେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ତେବେ ଆଜି କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ଉପକୂଳ ଓ ଏହାର ଆଖ ପାଖ ଅଞ୍ଚଳରେ ଘଡ ଘଡି ଜନିତ କାଳ ବୈଶାଖୀ ବର୍ଷା ହୋଇପାରେ । ୨୨ରୁ ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ ।You Can Read: ସିରିଜ ଡକାୟତି : ଲକ୍ଷାଧିକ ଟଙ୍

ଆଜିଠୁ ୫ ଦିନ ଯାଏ ଅସମ୍ଭାଳ ତାତି, ୨୨ରୁ ନିସ୍ତାର ମିଳିପାରେ

ଭୁବନେଶ୍ବର୧୪/୪: କିଛି ଦିନର ଆଶ୍ବସ୍ତି ପରେ ଆଜିଠୁ ପୁଣି ତାତି ବଢିଛି । ଆଗକୁ ଆହୁରି ବଢିବ । ୫ ଦିନ ଯାଏ ନିଆଁ ବର୍ଷା ହେବ । ଆଗାମୀ ୪ରୁ୫ ଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଜି ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଥିଲା । ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ୩୯.୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ରେକର୍ଡ ହୋଇଛି । ଆସନ୍ତାକାଲି ପାଇଁ  ୫ଟି ଜିଲ୍ଲା କଟକ, ନୟାଗଡ,ଭଦ୍ରକ,ଢେଙ୍କାନାଳ,ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୬ରେ ୧୨ ଜିଲ୍ଲା ପାଇଁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୭ ଓ ୧୮ ତାରିଖରେ କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଢେଙ୍କାନାଳ ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେଉଁଝର, କନ୍ଧମାଳ, କୋରାପୁଟ ମାଲକାନଗିରି ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି । 

 ତେବେ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପବନ ବହିବା ସହ ସାମୁଦ୍ରିକ ପବନର ପ୍ରବାହ ରହିବ । ଫଳରେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ତେବେ ଆଜି କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ଉପକୂଳ ଓ ଏହାର ଆଖ ପାଖ ଅଞ୍ଚଳରେ ଘଡ ଘଡି ଜନିତ କାଳ ବୈଶାଖୀ ବର୍ଷା ହୋଇପାରେ । ୨୨ରୁ ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ ।

You Can Read: ସିରିଜ ଡକାୟତି : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍