ବେଆଇନ ବାଲି ଚାଲାଣବେଳେ ପୋଲିସ ଉପରେ ଆକ୍ରମଣ: ଜଣେ ଗୁରୁତର
ଆନନ୍ଦପୁର/ଛେନାପଦି,୨୬।୪(ସୁଶାନ୍ତ କୁମାର ସାହୁ/ନିରାକାର ପରିଡା): ନନ୍ଦିପଦା ଥାନା ଅଧିନ ଜମ୍ଭରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀରୁ ଦୀର୍ଘଦିନ ଧରି ବେଆଇନ ବାଲିଉଠାଣ ହୋଇଆସୁଥିଲା ବେଳେ ମଙ୍ଗଳବାର ସନ୍ଧ୍ୟାରେ ନନ୍ଦିପଦା ପୋଲିସ ପକ୍ଷରୁ ୨ଜଣ କନେଷ୍ଟବଳ ସାଧା ପୋଷାକ ପିନ୍ଧି ଯାଞ୍ଚ ନିମନ୍ତେ ବାଇକ ଯୋଗେ ଯାଇଥିଲେ। ବାଲିପଦାସ୍ଥିତ ବେଆଇନ ବାଲିଘାଟରୁ ଟ୍ରାକ୍ଟର ଯୋଗେ ଚୋରା ବାଲି ଚାଲାଣ ହେଉଥିଲାବେଳେ ପୋଲିସ ପହଞ୍ଚି ବାଲି ଚୋରାଚାଲାଣକୁ ନେଇ ସେମାନଙ୍କୁ ରୋକିବାରୁ ଚୋରା ବାଲି ଚାଲାଣକାରୀଙ୍କ ପକ୍ଷରୁ ପୁଲିସ […] The post ବେଆଇନ ବାଲି ଚାଲାଣବେଳେ ପୋଲିସ ଉପରେ ଆକ୍ରମଣ: ଜଣେ ଗୁରୁତର appeared first on Dharitri Odia News.
ଆନନ୍ଦପୁର/ଛେନାପଦି,୨୬।୪(ସୁଶାନ୍ତ କୁମାର ସାହୁ/ନିରାକାର ପରିଡା): ନନ୍ଦିପଦା ଥାନା ଅଧିନ ଜମ୍ଭରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀରୁ ଦୀର୍ଘଦିନ ଧରି ବେଆଇନ ବାଲିଉଠାଣ ହୋଇଆସୁଥିଲା ବେଳେ ମଙ୍ଗଳବାର ସନ୍ଧ୍ୟାରେ ନନ୍ଦିପଦା ପୋଲିସ ପକ୍ଷରୁ ୨ଜଣ କନେଷ୍ଟବଳ ସାଧା ପୋଷାକ ପିନ୍ଧି ଯାଞ୍ଚ ନିମନ୍ତେ ବାଇକ ଯୋଗେ ଯାଇଥିଲେ। ବାଲିପଦାସ୍ଥିତ ବେଆଇନ ବାଲିଘାଟରୁ ଟ୍ରାକ୍ଟର ଯୋଗେ ଚୋରା ବାଲି ଚାଲାଣ ହେଉଥିଲାବେଳେ ପୋଲିସ ପହଞ୍ଚି ବାଲି ଚୋରାଚାଲାଣକୁ ନେଇ ସେମାନଙ୍କୁ ରୋକିବାରୁ ଚୋରା ବାଲି ଚାଲାଣକାରୀଙ୍କ ପକ୍ଷରୁ ପୁଲିସ ଉପରକୁ ଅତର୍କିତ ଆକ୍ରମଣ ହୋଇଥିଲା ଯାହା ଫଳରେ ଜଣେ ପୋଲିସ ଆହତ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।
ତେବେ ୨ଜଣ କନେଷ୍ଟବଳଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଚି। ଘଟଣାଟି ରାତ୍ର ପ୍ରାୟ ୭ଟା ସମୟରେ ହୋଇଥିବା ବେଳେ ବର୍ତ୍ତମାନ ଘଟଣାସ୍ଥଳରେ ୨ପ୍ଲାଟୁନ ଫୋର୍ସ ସହ ଆନନ୍ଦପୁର ଏସଡ଼ିପିଓ ପ୍ରଶାନ୍ତ କୁମାର ବେହେରା, ନନ୍ଦିପଦା ଥାନାର ଆଇପିଏସ ଅଧିକାରୀ ରାକେଶ କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କ ସହ ହାବଳେଶ୍ୱର ଓ ସମଣା ସରପଞ୍ଚ ଉପସ୍ଥିତ ରହିଛନ୍ତି। ଖବର ଲେଖିବା ଯାଏ ଘଟଣାସ୍ଥଳର ପରିସ୍ଥିତି ଅଣାୟତ୍ତ ଥିବାରୁ ପୋଲିସ କର୍ମଚାରୀଙ୍କ ନାମ ହସ୍ତଗତ ହୋଇପାରିନି।
The post ବେଆଇନ ବାଲି ଚାଲାଣବେଳେ ପୋଲିସ ଉପରେ ଆକ୍ରମଣ: ଜଣେ ଗୁରୁତର appeared first on Dharitri Odia News.