ସଜେଇ ହେଉଛି ହିଲ୍‌ଭିୟୁ ପାର୍କ: ବଦଳିଲା ଫାଟକର ରଙ୍ଗ

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ):ଦାରିଙ୍ଗବାଡ଼ି ବ୍ଲକର ଅନେକ ପର୍ଯ୍ୟଟନକ୍ଷେତ୍ର ରହିଛି ତା ମଧ୍ୟରେ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହିଲ୍‌ଭିୟୁ ପାର୍କ ଏବେ ସଜେଇ ହେଉଛି। ଜାତୀୟ ରାଜପଥ ଠାରୁ ପାର୍କ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରାଯିବା ସହ ପେଭେର ବ୍ଲକ ପକେଇ ଓସାରିଆ କରାଯାଉଛି। ଫଳରେ ପାର୍କକୁ ଗାଡ଼ି ଯାତାୟତରେ ଟ୍ରାଫିକ ସମସ୍ୟା ଉପୁଯିବନି। ଦୀର୍ଘ ବର୍ଷ ହେଲା ପାର୍କର ମୁଖ୍ୟ ଫାଟକର ରଙ୍ଗକୁ ବଦଳାଯାଇଛି। ପର୍ଯ୍ୟଟକଙ୍କୁ ଉକ୍ତ ଫାଟକ ଆକର୍ଷଣ କରୁଛି। ଜାତୀୟ ରାଜପଥ ଠାରୁ ପାର୍କ ପର୍ଯ୍ୟନ୍ତ […] The post ସଜେଇ ହେଉଛି ହିଲ୍‌ଭିୟୁ ପାର୍କ: ବଦଳିଲା ଫାଟକର ରଙ୍ଗ appeared first on Dharitri Odia News.

ସଜେଇ ହେଉଛି ହିଲ୍‌ଭିୟୁ ପାର୍କ: ବଦଳିଲା ଫାଟକର ରଙ୍ଗ

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ):ଦାରିଙ୍ଗବାଡ଼ି ବ୍ଲକର ଅନେକ ପର୍ଯ୍ୟଟନକ୍ଷେତ୍ର ରହିଛି ତା ମଧ୍ୟରେ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହିଲ୍‌ଭିୟୁ ପାର୍କ ଏବେ ସଜେଇ ହେଉଛି। ଜାତୀୟ ରାଜପଥ ଠାରୁ ପାର୍କ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରାଯିବା ସହ ପେଭେର ବ୍ଲକ ପକେଇ ଓସାରିଆ କରାଯାଉଛି। ଫଳରେ ପାର୍କକୁ ଗାଡ଼ି ଯାତାୟତରେ ଟ୍ରାଫିକ ସମସ୍ୟା ଉପୁଯିବନି। ଦୀର୍ଘ ବର୍ଷ ହେଲା ପାର୍କର ମୁଖ୍ୟ ଫାଟକର ରଙ୍ଗକୁ ବଦଳାଯାଇଛି। ପର୍ଯ୍ୟଟକଙ୍କୁ ଉକ୍ତ ଫାଟକ ଆକର୍ଷଣ କରୁଛି। ଜାତୀୟ ରାଜପଥ ଠାରୁ ପାର୍କ ପର୍ଯ୍ୟନ୍ତ ଆଲୁଅ ବ୍ୟବସ୍ଥା ଥିଲେ ମଧ୍ୟ ଅଧିକା ଆଲୋକ ପାଇଁ ଉଚ୍ଚ କ୍ଷମତା ଆଲୁଅ ବ୍ୟବସ୍ଥା ସହ ପାର୍କ ଭିତରେ ରଙ୍ଗ ବେରଙ୍ଗ ଆଲୋକ ସଜ୍ଜିତ କରାଯାଉଛି। ବିଡ଼ିଓ ପ୍ରୀତିରଞ୍ଜନ ରଥ ଦୈନିକ ଉକ୍ତ ପାର୍କର ରୂପାନ୍ତର ନେଇ ପଦକ୍ଷେପ ନେଉଛନ୍ତି।

The post ସଜେଇ ହେଉଛି ହିଲ୍‌ଭିୟୁ ପାର୍କ: ବଦଳିଲା ଫାଟକର ରଙ୍ଗ appeared first on Dharitri Odia News.