ପୁଣି ୩୭୦କୁ ନେଇ ଜମ୍ମୁ କଶ୍ମୀର ବିଧାନସଭାରେ ବଡ଼ ହଙ୍ଗାମା, ବିଧାୟକ ମୁହାଁମୁହିଁ
ନୂଆଦିଲ୍ଲୀ, ୭।୧୧: ଗୁରୁବାର ଜମ୍ମୁ କଶ୍ମୀର ବିଧାନସଭାରେ ବହୁ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ବିଧାନସଭାରେ ଧାରା ୩୭୦ ସମ୍ବନ୍ଧରେ ସରକାରୀ ଦଳର ବିଧାୟକ ଏବଂ ବିରୋଧୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ବାରମୁଳାର ଲୋକସଭା ଏମପି ଇଞ୍ଜିନିୟର ରସିଦଙ୍କ ଭାଇ ଖୁରସିଦ ଅହମ୍ମଦ ଶେଖ ଗୃହରେ ଧାରା ୩୭୦ର ବ୍ୟାନର ଦେଖାଇଥିଲେ, ଯାହା ପରେ ଉଭୟ ସରକାରୀ ପକ୍ଷର ବିଧାୟକ ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ବିଧାନସଭାରେ ଭାଜପା ନେତା ତଥା ବିରୋଧୀ […] The post ପୁଣି ୩୭୦କୁ ନେଇ ଜମ୍ମୁ କଶ୍ମୀର ବିଧାନସଭାରେ ବଡ଼ ହଙ୍ଗାମା, ବିଧାୟକ ମୁହାଁମୁହିଁ appeared first on Dharitri Odia News.
ନୂଆଦିଲ୍ଲୀ, ୭।୧୧: ଗୁରୁବାର ଜମ୍ମୁ କଶ୍ମୀର ବିଧାନସଭାରେ ବହୁ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ବିଧାନସଭାରେ ଧାରା ୩୭୦ ସମ୍ବନ୍ଧରେ ସରକାରୀ ଦଳର ବିଧାୟକ ଏବଂ ବିରୋଧୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି।
ବାରମୁଳାର ଲୋକସଭା ଏମପି ଇଞ୍ଜିନିୟର ରସିଦଙ୍କ ଭାଇ ଖୁରସିଦ ଅହମ୍ମଦ ଶେଖ ଗୃହରେ ଧାରା ୩୭୦ର ବ୍ୟାନର ଦେଖାଇଥିଲେ, ଯାହା ପରେ ଉଭୟ ସରକାରୀ ପକ୍ଷର ବିଧାୟକ ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ବିଧାନସଭାରେ ଭାଜପା ନେତା ତଥା ବିରୋଧୀ ଦଳ ନେତା ସୁନୀଲ ଶର୍ମା ଏହି ବ୍ୟାନର ଦେଖାଇବାକୁ ବିରୋଧ କରିଥିଲେ।
#WATCH | Srinagar: Session of J&K Assembly resumes after it was briefly adjourned following a ruckus when Engineer Rashid’s brother & Awami Ittehad Party MLA Khurshid Ahmad Sheikh displayed a banner on the restoration of Article 370.
Marshals took a few Opposition MLAs of the… pic.twitter.com/cIxIPfpjRh
— ANI (@ANI) November 7, 2024
ବିଧାନସଭାରେ ପରିସ୍ଥିତି ଏପରି ହୋଇଥିଲା ଯେ, ମାର୍ଶାଲ ମାନଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ବିଧାନସଭାରେ ହଙ୍ଗାମା କରୁଥିବା କିଛି ବିପକ୍ଷ ବିଧାୟକଙ୍କୁ ମାର୍ଶାଲମାନେ ବାହାରକୁ ପଠାଇଥିଲେ। ଏହାପରେ ଗୃହକାର୍ଯ୍ୟ କିଛିସମେ ପାଇଁ ବନ୍ଦ ରହିଥିଲା।
#WATCH | A ruckus breaks out at J&K Assembly in Srinagar after Engineer Rashid’s brother & MLA Khurshid Ahmad Sheikh displayed a banner on Article 370. LoP Sunil Sharma objected to this. House adjourned briefly. pic.twitter.com/iKw8dQnRX1
— ANI (@ANI) November 7, 2024
The post ପୁଣି ୩୭୦କୁ ନେଇ ଜମ୍ମୁ କଶ୍ମୀର ବିଧାନସଭାରେ ବଡ଼ ହଙ୍ଗାମା, ବିଧାୟକ ମୁହାଁମୁହିଁ appeared first on Dharitri Odia News.