୨୪ ବର୍ଷରେ ହେଇ ନ ଥିବା କାମ ୫ ବର୍ଷରେ କରାଯିବ
ଭୁବନେଶ୍ୱର,୧୨ା୬(ସୁନିତ୍ ମିଶ୍ର):ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କୁ ବିଧାୟକ ଦଳ ପକ୍ଷରୁ ଚୟନ କରାଯିବା ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେ ଆଦିବାସୀ ଅଞ୍ଚଳରୁ ଆସିଛନ୍ତି ଓ ସେମାନଙ୍କ କାମ ନିଶ୍ଚିୟ କରିବେ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ବହୁତ କାମ ପଡ଼ିରହିବା ସହିତ ସେମାନଙ୍କ ଅଞ୍ଚଳର ମଧ୍ୟ ଅନେକ କାର୍ଯ୍ୟ ହୋଇପାରିନି। ସେମାନଙ୍କ ଅଞ୍ଚଳରେ ବିକାଶ କିପରି ପହଞ୍ଚତ୍ବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ଗତ ସରକାରରେ ଏନେଇ ଚିନ୍ତା […] The post ୨୪ ବର୍ଷରେ ହେଇ ନ ଥିବା କାମ ୫ ବର୍ଷରେ କରାଯିବ appeared first on Dharitri Odia News.
ଭୁବନେଶ୍ୱର,୧୨ା୬(ସୁନିତ୍ ମିଶ୍ର):ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କୁ ବିଧାୟକ ଦଳ ପକ୍ଷରୁ ଚୟନ କରାଯିବା ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେ ଆଦିବାସୀ ଅଞ୍ଚଳରୁ ଆସିଛନ୍ତି ଓ ସେମାନଙ୍କ କାମ ନିଶ୍ଚିୟ କରିବେ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ବହୁତ କାମ ପଡ଼ିରହିବା ସହିତ ସେମାନଙ୍କ ଅଞ୍ଚଳର ମଧ୍ୟ ଅନେକ କାର୍ଯ୍ୟ ହୋଇପାରିନି। ସେମାନଙ୍କ ଅଞ୍ଚଳରେ ବିକାଶ କିପରି ପହଞ୍ଚତ୍ବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ଗତ ସରକାରରେ ଏନେଇ ଚିନ୍ତା କରାଗଲା ନାହିଁ। ତେଣୁ ଦଳର ଚିନ୍ତାଧାରାକୁ ନେଇ ଭାଜପା ସଂକଳ୍ପପତ୍ରରେ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ଯେପରିକି ସୁଭଦ୍ରା ଯୋଜନା, ଏମ୍ଏସ୍ପି ବୃଦ୍ଧି କରିବା ଆଦି ସବୁ କଥା ପୂରଣ କରିବା ଦିଗରେ କାର୍ଯ୍ୟ କରାଯିବ। ଏବେ ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଆସିପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସେ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ରାଜ୍ୟରେ ଆସନ୍ତା ୫୦ ବର୍ଷ ପାଇଁ କିପରି ବିକାଶମୂଳକ କାର୍ଯ୍ୟ ହେବ, ସେନେଇ ଆଲୋଚନା କରିଛନ୍ତି। ୨୪ ବର୍ଷରେ ଓଡ଼ିଶାରେ ହୋଇପାରି ନ ଥିବା କାର୍ଯ୍ୟ ୫ ବର୍ଷରେ କିପରି ହେବ, ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି ମୋହନ କହିଛନ୍ତି।
The post ୨୪ ବର୍ଷରେ ହେଇ ନ ଥିବା କାମ ୫ ବର୍ଷରେ କରାଯିବ appeared first on Dharitri Odia News.