ସେଣ୍ଟ୍ରିଂ ଖୋଲୁଥିଲେ; ଅଣନିଃଶ୍ୱାସୀ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ। ସମ୍ୱଲପୁର ଯମନକିରା ଥାନା ପୁକୁଡ଼ା ଗାଁରେ ଘଟିଛି ଏଭଳି ଅଘଟଣ।

ସେଣ୍ଟ୍ରିଂ ଖୋଲୁଥିଲେ; ଅଣନିଃଶ୍ୱାସୀ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ। ସମ୍ୱଲପୁର ଯମନକିରା ଥାନା ପୁକୁଡ଼ା ଗାଁରେ ଘଟିଛି ଏଭଳି ଅଘଟଣ। ଜଣେ ଗୁରୁତର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲୁଥିବା ବେଳେ ଶ୍ୱାସରୁଦ୍ଧ ହୋଇଯାଇଥିଲେ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।

ସୂଚନା ଅନୁସାରେ, ଶ୍ରମିକମାନେ ଯମନକିରା ଥାନା ପୁକୁଡ଼ା ଗାଁକୁ କାମ କରିବାକୁ ଯାଇଥିଲେ। ସେଠାରେ ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲୁଥିଲେ। ଭିତରକୁ ପଶିଥିବା ବେଳେ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ତେବେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଛି। ମୃତକମାନେ ହେଲେ ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ବସନ୍ତ ଦେହୁରୀ। ଗୁରୁତର ସିଦ୍ଧାର୍ଥ ମୁଣ୍ଡାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସ୍ଥାନାନ୍ତର କରାଯାଇଛି।