ଷ୍ଟାର୍ସିପ୍ ରକେଟ ବୁଷ୍ଟରକୁ ଧରିଲା ଲଞ୍ଚ୍ପ୍ୟାଡ୍
ଓ୍ବାଶିଂଟନ, ୧୫।୧୦: ଏଲନ ମସ୍କଙ୍କ ସ୍ପେସ୍ ଏକ୍ସ’ ଦ୍ୱାରା ସୋମବାର ମାତ୍ର ୭ ମିନିଟ ମଧ୍ୟରେ ୫ମ ଷ୍ଟାର୍ସିପ୍ ରକେଟର ଉତ୍କ୍ଷେପଣ ଓ ଅବତରଣ କରାଯାଇଛି, ଯାହା ଇତିହାସ ସୃଷ୍ଟି କରିଛି। ପୂର୍ବ ୪ଟି ପ୍ରୟାସ ପରି ଚଳିତ ଥର ଷ୍ଟାର୍ସିପ୍ ରକେଟର ବୁଷ୍ଟର ଭାସମାନ ସମୁଦ୍ର ପ୍ଲାଟ୍ଫର୍ମରେ ଅବତରଣ କରିନାହିଁ। ବରଂ ଏହା ସମୁଦ୍ରରେ ଅବତରଣ କରିବା ପୂର୍ବରୁ ଲଞ୍ଚ୍ପ୍ୟାଡ୍ର ମେକାନିକାଲ ଆର୍ମସ ବା ଯାନ୍ତ୍ରିକ ବାହୁ ମେକାଜିଲା ଷ୍ଟାରଶିପ୍ ରକେଟର ବୁଷ୍ଟରକୁ ସଫଳତା ସହ ଆକାଶରେ […] The post ଷ୍ଟାର୍ସିପ୍ ରକେଟ ବୁଷ୍ଟରକୁ ଧରିଲା ଲଞ୍ଚ୍ପ୍ୟାଡ୍ appeared first on Dharitri Odia News.
ଓ୍ବାଶିଂଟନ, ୧୫।୧୦: ଏଲନ ମସ୍କଙ୍କ ସ୍ପେସ୍ ଏକ୍ସ’ ଦ୍ୱାରା ସୋମବାର ମାତ୍ର ୭ ମିନିଟ ମଧ୍ୟରେ ୫ମ ଷ୍ଟାର୍ସିପ୍ ରକେଟର ଉତ୍କ୍ଷେପଣ ଓ ଅବତରଣ କରାଯାଇଛି, ଯାହା ଇତିହାସ ସୃଷ୍ଟି କରିଛି। ପୂର୍ବ ୪ଟି ପ୍ରୟାସ ପରି ଚଳିତ ଥର ଷ୍ଟାର୍ସିପ୍ ରକେଟର ବୁଷ୍ଟର ଭାସମାନ ସମୁଦ୍ର ପ୍ଲାଟ୍ଫର୍ମରେ ଅବତରଣ କରିନାହିଁ। ବରଂ ଏହା ସମୁଦ୍ରରେ ଅବତରଣ କରିବା ପୂର୍ବରୁ ଲଞ୍ଚ୍ପ୍ୟାଡ୍ର ମେକାନିକାଲ ଆର୍ମସ ବା ଯାନ୍ତ୍ରିକ ବାହୁ ମେକାଜିଲା ଷ୍ଟାରଶିପ୍ ରକେଟର ବୁଷ୍ଟରକୁ ସଫଳତା ସହ ଆକାଶରେ ଧରିବାକୁ ସକ୍ଷମ ହୋଇଛି। ସ୍ପେସ୍ ଏକ୍ସ’ ଏହାର ଲଞ୍ଚ୍ପ୍ୟାଡ୍ରେ ଯାନ୍ତ୍ରିକ ବାହୁକୁ ବ୍ୟବହାର କରି ଲଞ୍ଚିଂର ମାତ୍ର ୭ ମିନିଟ ମଧ୍ୟରେ ଷ୍ଟାର୍ସିପ୍ ରକେଟର ବୁଷ୍ଟରକୁ ସିଧାସଳଖ ଲଞ୍ଚ୍ପ୍ୟାଡ୍ରେ ଅବତରଣ କରାଇପାରିଛି। ସ୍ପେସ୍ ଏକ୍ସ’ ପକ୍ଷରୁ ସୋସିଆଲ ମିଡିଆରେ ଏହାର ଭିଡିଓ ଜାରି କରାଯାଇଛି। ଚଳିତ ଥର ସ୍ପେସ୍ ଏକ୍ସ’ ଏହାର ଲଞ୍ଚ୍ପ୍ୟାଡ୍ରେ ବିରାଟ ଏବଂ ଶକ୍ତିଶାଳୀ ମେକାନିକାଲ ଆର୍ମସ୍ ମେକାଲିଜାର ବ୍ୟବହାର କରିଛି। ଭବିଷ୍ୟତରେ ରକେଟ ଲଞ୍ଚିଂ ସମୟରେ ମଧ୍ୟ ଉକ୍ତ ଟେକ୍ନୋଲୋଜୀକୁ ବ୍ୟବହାର କରାଯିବ ବୋଲି ଏହି ମହାକାଶଯାନ ନିର୍ମାତା କମ୍ପାନୀ କହିଛି। ସୂଚନାଯୋଗ୍ୟ, ମେକାଲିଜା ହେଉଛି ଏକ ପ୍ରକାରର ଯାନ୍ତ୍ରିକ ବାହୁ ଯାହା ନିକଟତର ହେବା ସମୟରେ ରକେଟ ବୁଷ୍ଟରକୁ ଧରିବାକୁ ସକ୍ଷମ ହୋଇଥାଏ।
The post ଷ୍ଟାର୍ସିପ୍ ରକେଟ ବୁଷ୍ଟରକୁ ଧରିଲା ଲଞ୍ଚ୍ପ୍ୟାଡ୍ appeared first on Dharitri Odia News.