ବଜେଟ୍ରେ ଓଡ଼ିଶାକୁ ବିଶେଷ ଗୁରତ୍ୱ, ଏସବୁ ପାଇଁ ଦିଆଯିବ ସ୍ବତନ୍ତ୍ର ଆର୍ଥିକ ସହାୟତା: ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ହେଉଛି ସପ୍ତମ ବଜେଟ ଏବଂ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ। ତେବେ ମୋଦି ସରକାରଙ୍କ ଏହି ବଜେଟରେ ଅର୍ଥମନ୍ତ୍ରୀ ଅନେକ ବଡ଼ ଘୋଷଣା କରିଛନ୍ତି। ଯୁବ, ଶିକ୍ଷା, କୃଷି ଏବଂ ରୋଜଗାରର ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ସେ ବଜେଟ୍ରେ ବିଶେଷ ଧ୍ୟାନ ଦେଇଛନ୍ତି। ଏଥି ସହ ବଜେଟ୍ରେ ଓଡ଼ିଶାକୁ […] The post ବଜେଟ୍ରେ ଓଡ଼ିଶାକୁ ବିଶେଷ ଗୁରତ୍ୱ, ଏସବୁ ପାଇଁ ଦିଆଯିବ ସ୍ବତନ୍ତ୍ର ଆର୍ଥିକ ସହାୟତା: ଅର୍ଥମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ହେଉଛି ସପ୍ତମ ବଜେଟ ଏବଂ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ।
ତେବେ ମୋଦି ସରକାରଙ୍କ ଏହି ବଜେଟରେ ଅର୍ଥମନ୍ତ୍ରୀ ଅନେକ ବଡ଼ ଘୋଷଣା କରିଛନ୍ତି। ଯୁବ, ଶିକ୍ଷା, କୃଷି ଏବଂ ରୋଜଗାରର ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ସେ ବଜେଟ୍ରେ ବିଶେଷ ଧ୍ୟାନ ଦେଇଛନ୍ତି। ଏଥି ସହ ବଜେଟ୍ରେ ଓଡ଼ିଶାକୁ ବିଶେଷ ଗୁରତ୍ୱ ଦିଆଯାଇଛି । ମନ୍ଦିର, ବନ୍ୟଜନ୍ତୁ, ସାମୁଦ୍ରିକ ସଂପଦ ପାଇଁ ଓଡ଼ିଶା ଜଣାଶୁଣା। ତେଣୁ ଓଡ଼ିଶାରେ ପର୍ଯ୍ୟଟନକୁ ବିଶେଷ ଗୁରୁତ୍ୱ ଦିଆଯିବ । ବଣ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମିର ବିକାଶ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।
The post ବଜେଟ୍ରେ ଓଡ଼ିଶାକୁ ବିଶେଷ ଗୁରତ୍ୱ, ଏସବୁ ପାଇଁ ଦିଆଯିବ ସ୍ବତନ୍ତ୍ର ଆର୍ଥିକ ସହାୟତା: ଅର୍ଥମନ୍ତ୍ରୀ appeared first on Dharitri Odia News.