୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ତୃଣମୂଳସ୍ତରରେ ଚାଷୀମାନେ ସୁଫଳ ପାଉନାହାନ୍ତି। ୧୫ ଦିନ ମଧ୍ୟରେ ଆଳୁର ଖୁଚୁରା ଦର ୧୦ ଟଙ୍କା ବୃଦ୍ଧି ପାଇ ଏବେ କିଲୋ ପିଛା ୩୦ ଟଙ୍କାରେ ପହଞ୍ଚତ୍ଛି। ମାସକ ପୂର୍ବେ ଚାଷୀ ଆଳୁ କିଲୋ ପ୍ରତି ୮ ଟଙ୍କାରେ ବିକ୍ରି କରିଥିବା ବେଳେ […] The post ୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି appeared first on Dharitri Odia News.

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ତୃଣମୂଳସ୍ତରରେ ଚାଷୀମାନେ ସୁଫଳ ପାଉନାହାନ୍ତି। ୧୫ ଦିନ ମଧ୍ୟରେ ଆଳୁର ଖୁଚୁରା ଦର ୧୦ ଟଙ୍କା ବୃଦ୍ଧି ପାଇ ଏବେ କିଲୋ ପିଛା ୩୦ ଟଙ୍କାରେ ପହଞ୍ଚତ୍ଛି। ମାସକ ପୂର୍ବେ ଚାଷୀ ଆଳୁ କିଲୋ ପ୍ରତି ୮ ଟଙ୍କାରେ ବିକ୍ରି କରିଥିବା ବେଳେ ଏବେ ୩୦ ଟଙ୍କାରେ ବଜାରରୁ କିଣିବାକୁ ପଡ଼ୁଥିବା କହିଛନ୍ତି।
ପ୍ରକାଶ ଯେ, ପ୍ରତିବର୍ଷ ନଭେମ୍ବରରେ ଆଳୁ ଚାଷପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହାର ଯଥେଷ୍ଟ ପୂର୍ବରୁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଆଳୁ ବିହନ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ରହିଛି। ଆନନ୍ଦପୁର ଉଦ୍ୟାନ ବିଭାଗ ପକ୍ଷରୁ ଗତବର୍ଷ ୧୫ ଶହ କୁଇଣ୍ଟାଲ ଆଳୁ ବିହନ ଯୋଗାଇଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠି ଦ୍ବାରା ଅବଗତ କରାଯାଇଥିଲା। ଶେଷରେ ମାତ୍ର ୩୦୦ କୁଇଣ୍ଟାଲ ଆଳୁ ବିହନ ଆସିଥିଲା। ଏହାକୁ ଆନନ୍ଦପୁର, ହାଟଡ଼ିହୀ ଓ ଘସିପୁରା ବ୍ଲକ୍‌ର ଚାଷୀମାନେ ଭାଗ କରି ନେଇଥିଲେ। ଆନନ୍ଦପୁର ବ୍ଲକ୍‌ ହରିଡ଼ାପାଳ ପଞ୍ଚାୟତ ଟୋଲଙ୍କପଡ଼ା ଗ୍ରାମର ଶୋକ ସାହୁ, ସୁବାସ ଖୁଣ୍ଟିଆ, ଗଙ୍ଗାଧର ସାହୁ, ଶରତ ଚନ୍ଦ୍ର ସ୍ବାଇଁ ପ୍ରମୁଖ ସରକାରୀ ଆଳୁ ବିହନ ବ୍ୟବହାର କରି ଚାଷ କରିଥିଲେ। ସେହିପରି ହାଟଡ଼ିହୀ ବ୍ଲକ୍‌ ଶଙ୍ଖଣାର ଗୋପବନ୍ଧୁ ଆଇଚ, ସମଣା ପଞ୍ଚାୟତ ଆଗିରିଆ ଗ୍ରାମର ଭାଗୀରଥି ଜେନା, ସୁଲଣ ପଞ୍ଚାୟତ ବିରିଡ଼ି ଗ୍ରାମର ନୃସିଂହ ପରିଡ଼ା ମଧ୍ୟ ହେକ୍ଟର ପିଛା ୮ରୁ ୧୦ କୁଇଣ୍ଟାଲ ଆଳୁ ଉତ୍ପାଦନ କରିଛନ୍ତି। କେତେଜଣ ଚାଷୀ ବାରମ୍ବାର ଉଦ୍ୟାନ ବିଭାଗ କାର୍ଯ୍ୟାଳୟକୁ ଯାଇ ବିହନ ନ ପାଇ ବାହାରୁ ଚଢ଼ାଦରରେ କିଣି ଚାଷ କରିଥିଲେ। ଆନନ୍ଦପୁର ବେଲବାହାଳିର ଚାଷୀ ସୁଦାମ ସାହୁ କହିଛନ୍ତି, ୧.୫ କୁଇଣ୍ଟାଲ ବିହନ ନେଇଥିଲେ। ଗତମାସରେ ଅମଳ ବେଳେ ଆଳୁ କେଜି ମାତ୍ର ୮ ଟଙ୍କାରେ ବିକ୍ରି କରିଥିଲେ। ମାତ୍ର ଏବେ ୩୦ ଟଙ୍କାରେ କିଣିବାକୁ ପଡ଼ୁଛି। ଶୀଘ୍ର ବିହନ ଆସିଥିଲେ ଅଧିକ ଜମିରେ ଚାଷ କରିପାରିଥାନ୍ତେ ବୋଲି କହିଛନ୍ତି। ଯୁବଚାଷୀ ବାସୁଦେବ ପୃଷ୍ଟି କହିଛନ୍ତି, ମାତ୍ର ୩ କୁଇଣ୍ଟାଲ ବିହନରେ ଚାଷ କରି ଆଳୁ ଅମଳ ପରେ ଫେବୃଆରୀରେ କେଜି ପ୍ରତି ୧୧ରୁ ୧୪ଟଙ୍କା ଦରରେ ବିକ୍ରି କରିଥିଲେ। ବିଳମ୍ବରେ ସରକାରୀ ବିହନ ମିଳିବାରୁ ଯେଉଁ ପରିମାଣରେ ଆଳୁ ଉତ୍ପାଦନ ହେବା କଥା ତାହା ହୋଇପାରିଲାନାହିଁ। ଫଳରେ ଏବେ ବଜାରରେ ଆଳୁ ଦର ବଢ଼ି ଚାଲିଛି ବୋଲି କହିଛନ୍ତି। ବାହାରୁ ବିହନ କିଣିଥିବା ଚାଷୀଙ୍କ ମୂଳ ବି ବାହାରି ନ ଥିବା ପ୍ରକାଶ କରିଛନ୍ତି। ଘସିପୁରା ଆଳୁ ବ୍ୟବସାୟୀ ପ୍ରକାଶ ନନ୍ଦୀ କହିଛନ୍ତି, ପଶ୍ଚିମବଙ୍ଗ ଆଳୁ ଉପରେ ଓଡ଼ିଶା ନିର୍ଭରଶୀଳ। ସେଠାରେ ଉତ୍ପାଦନ ହ୍ରାସ ପାଇଥିବାରୁ ଦର କ୍ରମାଗତ ବୃଦ୍ଧି ପାଉଛି। ଆଳୁ କୁଇଣ୍ଟାଲ ହୋଲ୍‌ସେଲ୍‌ ଦର ୨୨୦୦ ଟଙ୍କା ରହିଛି। ଆଗକୁ ଆହୁରି ବଢ଼ିବ। ସରକାର ଆଳୁ ମିଶନ ଜରିଆରେ ସ୍ଥାନୀୟ ଚାଷୀଙ୍କୁ ସହଯୋଗ କଲେ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ନ୍ତାନାହିଁ। ଆଳୁ ଦର ମଧ୍ୟ ନିୟନ୍ତ୍ରଣ ହୋଇପାରନ୍ତା ବୋଲି ଖାଉଟି ଅଲେଖ ସା, ଲକ୍ଷ୍ମଣ ସାହୁ, ରାଜେଶ କୁମାର ମାଝୀ କହିଛନ୍ତି। ଆନନ୍ଦପୁର ଉଦ୍ୟାନ ବିଭାଗ ଅଧିକାରୀ ସୁରେନ୍ଦ୍ର ଡେଲକି କହିଛନ୍ତି, ବିଳମ୍ବରେ ବିହନ ଆସିବାରୁ ଚାଷୀମାନେ ବିଶେଷ ଉପକୃତ ହୋଇ ପାରିନାହାନ୍ତି। ହାତଗଣତି କେତେଜଣ ଚାଷୀ ଭଲ ଅମଳ କରିଥିବାରୁ ସବ୍‌ସିଡ୍ଡି ପାଇଁ ଆବେଦନ କରିଛନ୍ତି।

The post ୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି appeared first on Dharitri Odia News.