ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ମରାମତି ପାଇଁ ରାସ୍ତା କଡ଼ରେ ଏକ କାର୍‌ ଛିଡା ହୋଇଥିଲା। ସେତିକିବେଳେ ଦ୍ରୁତ ଗିତିରେ ଆସୁଥିବା ଅନ୍ୟ ଏକ କାର ଭାରସାମ୍ୟ ହରାଇ ଛିଡା ହୋଇଥିବା କାରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଚଳନ୍ତା କାରରେ ଥିବା ୩ଜଣ […] The post ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର appeared first on Dharitri Odia News.

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ମରାମତି ପାଇଁ ରାସ୍ତା କଡ଼ରେ ଏକ କାର୍‌ ଛିଡା ହୋଇଥିଲା। ସେତିକିବେଳେ ଦ୍ରୁତ ଗିତିରେ ଆସୁଥିବା ଅନ୍ୟ ଏକ କାର ଭାରସାମ୍ୟ ହରାଇ ଛିଡା ହୋଇଥିବା କାରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଚଳନ୍ତା କାରରେ ଥିବା ୩ଜଣ ଯାତ୍ରୀଙ୍କ ମଧ୍ୟରୁ ୨ଜଣ ଯାତ୍ରୀ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆହତ ଦୁଇଜଣ ବାଲିଗୁଡ଼ାର ସ୍ବରାଜ ପ୍ରିତମ ପାଢ଼ୀ(ଗୁଡୁ)ଏବଂ ରିକି ବୋଲି ଜଣାପଡିଛି। ରିକିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଫୁଲବାଣୀ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

The post ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର appeared first on Dharitri Odia News.